ତାମିଲନାଡୁ ରାଜନୀତିରେ ନୂଆ ଚର୍ଚ୍ଚା , ‘ଇଣ୍ଡିଆ ଟୁଡେ’ ରାଉଣ୍ଡଟେବୁଲ୍‌ରେ ବିଜୟ

ତାମିଲନାଡୁ ରାଜନୀତିରେ ନୂଆ ଚର୍ଚ୍ଚା । ଆଜି ଚେନ୍ନାଇରେ ବସୁଛି ‘ଇଣ୍ଡିଆ ଟୁଡେ ତାମିଲନାଡୁ ରାଉଣ୍ଡଟେବୁଲ୍’ । ମୁଖ୍ୟ ଅତିଥି ଭାବେ ଯୋଗଦେବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ । ତାମିଲନାଡୁର ରାଜନୀତି, ସରକାରଙ୍କ କାର୍ଯ୍ୟକଳାପ ଓ ଆଗାମୀ ରଣନୀତିକୁ ନେଇ ଏହି ରାଉଣ୍ଡଟେବୁଲ୍‌ରେ ବିସ୍ତୃତ ଆଲୋଚନା ହେବ ।

ତାମିଲନାଡୁ ରାଜନୀତିରେ ନୂଆ ଚର୍ଚ୍ଚା । ଆଜି ଚେନ୍ନାଇରେ ବସୁଛି ‘ଇଣ୍ଡିଆ ଟୁଡେ ତାମିଲନାଡୁ ରାଉଣ୍ଡଟେବୁଲ୍’ । ମୁଖ୍ୟ ଅତିଥି ଭାବେ ଯୋଗଦେବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ । ତାମିଲନାଡୁର ରାଜନୀତି, ସରକାରଙ୍କ କାର୍ଯ୍ୟକଳାପ ଓ ଆଗାମୀ ରଣନୀତିକୁ ନେଇ ଏହି ରାଉଣ୍ଡଟେବୁଲ୍‌ରେ ବିସ୍ତୃତ ଆଲୋଚନା ହେବ । ବିଶେଷ କରି ବିଜୟ ସରକାରର ୧୦୦ ଦିନ ଉପରେ ରହିବ ଫୋକସ୍ । ସରକାର ଏହି ସମୟ ମଧ୍ୟରେ କ’ଣ କରିଛି, କେଉଁ କ୍ଷେତ୍ରରେ ସଫଳତା ମିଳିଛି ଏବଂ ଆଗକୁ ସରକାରର ରୋଡମ୍ୟାପ୍ କ’ଣ ରହିବ—ସେନେଇ ଚର୍ଚ୍ଚା ହେବ । ମୁଖ୍ୟମନ୍ତ୍ରୀ ବିଜୟ ଏହି କାର୍ଯ୍ୟକ୍ରମରେ ‘ଇଣ୍ଡିଆ ଟୁଡେ ତାମିଲ୍’ ୟୁଟ୍ୟୁବ୍ ଚ୍ୟାନେଲ୍‌ର ମଧ୍ୟ ଶୁଭାରମ୍ଭ କରିବେ । ଏହାପରେ ତାଙ୍କ ସରକାରର ୧୦୦ ଦିନର ରିପୋର୍ଟ କାର୍ଡ ଉପସ୍ଥାପନ କରିବେ ମନ୍ତ୍ରୀ ଆଧବ ଅର୍ଜୁନ । କେବଳ ସରକାରର ୧୦୦ ଦିନ ନୁହେଁ, ତାମିଲନାଡୁର ପରିସୀମନ ଏବଂ ରାଜ୍ୟ ରାଜନୀତି ମଧ୍ୟ ରାଉଣ୍ଡଟେବୁଲ୍‌ର ମୁଖ୍ୟ ପ୍ରସଙ୍ଗ ହେବ । 

ପରିସୀମନ ସମ୍ପର୍କିତ ଆଲୋଚନାରେ ଏମ୍‌ଡିଏମ୍‌କେ ସାଂସଦ ୱାଇକୋ, କଂଗ୍ରେସ ସାଂସଦ ପ୍ରବୀଣ ଚକ୍ରବର୍ତ୍ତୀ ଏବଂ ବିଜେପି ନେତ୍ରୀ ତମିଲିସାଇ ସୁନ୍ଦରରାଜନ ଅଂଶଗ୍ରହଣ କରିବେ । ସେହିପରି ‘ଅନ୍ନାମଲାଇ ବିୟଣ୍ଡ ବିଜେପି’  ନାମକ ସେସନରେ ତାମିଲନାଡୁ ବିଜେପିର ପୂର୍ବତନ ଅଧ୍ୟକ୍ଷ କେ. ଅନ୍ନାମଲାଇ ନିଜ ମତ ରଖିବେ । କାର୍ଯ୍ୟକ୍ରମରେ ବିଭିନ୍ନ ଦଳର ନେତା, ପ୍ରବକ୍ତା ଓ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେବାକୁ ଥିବାରୁ ତାମିଲନାଡୁର ଆଗାମୀ ରାଜନୈତିକ ସମୀକରଣକୁ ନେଇ ଏହି ରାଉଣ୍ଡଟେବୁଲ୍ ଗୁରୁତ୍ୱ ବହନ କରୁଛି । ଅର୍ଥାତ୍‌, ତାମିଲନାଡୁରେ ବିଜୟ ସରକାରର ୧୦୦ ଦିନର ହିସାବ ସହ ଆଗାମୀ ରାଜନୀତିର ଦିଗ ନିର୍ଣ୍ଣୟକୁ ନେଇ ଆଜିର ଇଣ୍ଡିଆ ଟୁଡେ ତାମିଲନାଡୁ ରାଉଣ୍ଡଟେବୁଲ୍ ଉପରେ ରହିବ ସମସ୍ତଙ୍କ ନଜର । 

Leave a Reply

Your email address will not be published. Required fields are marked *