ଅଷ୍ଟ୍ରେଲିଆ ଦଳରେ ଭାରତ ଜନ୍ମିତ ନିଖିଲ

ନିଖିଳ ଜାତୀୟସ୍ତରରେ ପଞ୍ଜାବ ପକ୍ଷରୁ ୧୪ଟି ସୀମିତ ଓଭର ମ୍ୟାଚ୍‌ ଖେଳିଛନ୍ତି। କୋଭିଡ ମହାମାରୀ ପରେ ସେ ଅଷ୍ଟ୍ରେଲିଆ ଚାଲି ଯାଇଥିଲେ। ହରିକେନ୍ସରୁ ଖେଳିବା ପୂର୍ବରୁ ସେଠାରେ ସେ ହୋଟେଲ ଓ ପୋଷ୍ଟାଲରେ ଡେଲିଭରି ବୟ ଭାବେ କାମ କରିଥିଲେ।

ଭାରତରେ ଜନ୍ମିତ ହୋବାର୍ଟ ହରିକେନ୍ସ ଅଲ୍‌ରାଉଣ୍ଡର୍‌ ନିଖିଲ ଚୌଧୁରୀ ଆଗାମୀ ସପ୍ତାହରେ ଖେଳାଯିବାକୁ ଥିବା ବାଂଲାଦେଶ ବିପକ୍ଷ ଶୃଙ୍ଖଳା ପାଇଁ ଅଷ୍ଟ୍ରେଲିଆର ଟ୍ବେଣ୍ଟି-୨୦ ଦଳରେ ସ୍ଥାନ ପାଇଛନ୍ତି। ବ୍ୟକ୍ତିଗତ କାରଣରୁ ଟ୍ରାଭିସ୍‌ ହେଡ୍‌ ଏହି ଶୃଙ୍ଖଳାରୁ ଓହରିଯିବାରୁ ୩୦ ବର୍ଷୀୟ ନିଖିଳଙ୍କୁ ତାଙ୍କ ବଦଳରେ ସ୍ଥାନ ମିଳିଛି। ଆଇପିଏଲ୍୨୦୨୬ ନିଲାମରେ ଅନ୍‌ସୋଲ୍‌ଡ ହୋଇଥିବା ନିଖିଲ ପରବର୍ତ୍ତୀ ସମୟରେ ଦିଲ୍ଲୀ କ୍ୟାପିଟାଲ୍ସରେ ନେଟ୍‌ ଖେଳାଳି ଭାବେ ସାମିଲ ହୋଇଥିଲେ।

ବେଲ୍‌ଜିୟମର ଇୟୁଟି୨୦ରେ ଜେବି ବର୍ଗସ ପକ୍ଷରୁ ଖେଳୁଥିବା ନିଖିଳ ଶୁକ୍ରବାର ଢାକାରେ ଅଷ୍ଟ୍ରେଲିଆ ଦଳରେ ଯୋଗ ଦେବେ। ଯଦି ବାଂଲାଦେଶ ବିପକ୍ଷ ଏକାଦଶରେ ଦିଲ୍ଲୀ ଜନ୍ମିତ ଏହି ଅଲ୍‌ରାଉଣ୍ଡର ସ୍ଥାନ ପାଆନ୍ତି, ତେବେ ୧୯୬୪ରେ କୋଲ୍‌କାତା ଟେଷ୍ଟ୍‌ରେ ଖେଳିଥିବା ଗୁଜରାଟ ଜନ୍ମିତ ଲେଗ୍‌ ସ୍ପିନର ରେକ୍ସ ସେଲର୍ସଙ୍କ ପରେ ଅଷ୍ଟ୍ରେଲିଆ ପାଇଁ ଖେଳିବାରେ ପ୍ରଥମ ଭାରତ ଜନ୍ମିତ ପୁରୁଷ ଖେଳାଳି ହେବେ। ପୁଣେରେ ଜନ୍ମିତ ଲିସା ସ୍ଥାଲେକର ୨୦୦୦ ଦଶକର ଅଷ୍ଟ୍ରେଲିଆ ମହିଳା ଦଳର ସଦସ୍ୟ ଥିଲେ। ଲିସାଙ୍କୁ ଏକ ଅଷ୍ଟ୍ରେଲୀୟ ଦମ୍ପତି ପୋ‌ଷ୍ୟ ଶିଶୁ ଭାବେ ଗ୍ରହଣ କରିଥିଲେ। 

ନିଖିଳ ଜାତୀୟସ୍ତରରେ ପଞ୍ଜାବ ପକ୍ଷରୁ ୧୪ଟି ସୀମିତ ଓଭର ମ୍ୟାଚ୍‌ ଖେଳିଛନ୍ତି। କୋଭିଡ ମହାମାରୀ ପରେ ସେ ଅଷ୍ଟ୍ରେଲିଆ ଚାଲି ଯାଇଥିଲେ। ହରିକେନ୍ସରୁ ଖେଳିବା ପୂର୍ବରୁ ସେଠାରେ ସେ ହୋଟେଲ ଓ ପୋଷ୍ଟାଲରେ ଡେଲିଭରି ବୟ ଭାବେ କାମ କରିଥିଲେ। ହରିକେନ୍ସ ପକ୍ଷରୁ ବିବିଏଲ୍‌ରେ ସେ ଚମତ୍କାର ପ୍ରଦର୍ଶନ କରିଥିଲେ। ୧୪ ମ୍ୟାଚ୍ ଖେଳି ୧୫୩ ଷ୍ଟ୍ରାଇକ୍‌ରେଟ୍‌ରେ ୩୦୭ ରନ୍‌ କରିଥିଲେ। ସେଫିଲ୍ଡ ସିଲ୍ଡରେ ସେ ଗୋଟିଏ ଶତକ ମାରିବା ସହ ୫ ୱିକେଟ୍‌ ସଫଳତା ପାଇଥିଲେ। ଏହି ପ୍ରଦର୍ଶନ ଯୋଗୁଁ ଅଷ୍ଟ୍ରେଲୀୟ ଚୟନକର୍ତ୍ତା ତାଙ୍କୁ ଦଳରେ ସାମିଲ କରିଛନ୍ତି। ସେ ଦଳରେ ମଧ୍ୟକ୍ରମ ପାଇଁ ଆରନ୍‌ ହାର୍ଡି ଓ ଜୋଏଲ୍‌ ଡେଭିସ୍‌ଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବେ।

Leave a Reply

Your email address will not be published. Required fields are marked *