ଟ୍ରମ୍ପଙ୍କୁ ହତ୍ୟା ଷଡ଼ଯନ୍ତ୍ର! ଇରାନକୁ ନେଇ ଆମେରିକାକୁ ଚେତାଇଲା ଇସ୍ରାଏଲ

ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଟ୍ରମ୍ପଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରୁଛି ଇରାନ୍‌, ଆମେରିକାକୁ ଚେତାଇଲା ଇସ୍ରାଏଲ । ଦୁଇ ଦେଶ ମଧ୍ୟରେ ପୁଣିଥରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଏକ ନୂଆ ରିପୋର୍ଟ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

 ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଟ୍ରମ୍ପଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରୁଛି ଇରାନ୍‌, ଆମେରିକାକୁ ଚେତାଇଲା ଇସ୍ରାଏଲ । ଦୁଇ ଦେଶ ମଧ୍ୟରେ ପୁଣିଥରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଏକ ନୂଆ ରିପୋର୍ଟ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଇସ୍ରାଏଲ ଆମେରିକାକୁ ଗୁପ୍ତଚର ସୂଚନା ପ୍ରଦାନ କରିବା ସହ ଚେତାବନୀ ଦେଇଛି । ଯେଉଁଥିରେ ଦାବି କରାଯାଇଛି ଯେ ଇରାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଏକ ନୂତନ ଷଡ଼ଯନ୍ତ୍ର ପ୍ରସ୍ତୁତ କରୁଛି । ଇସ୍ରାଏଲର ଏହି ଦାବି ଉପରେ ଅନୁସନ୍ଧାନ ଜାରି ରଖିଛି ସିଆଇଏ ।

୨୦୨୦ ମସିହାରେ ଆମେରିକୀୟ ଡ୍ରୋନ୍ ଆକ୍ରମଣରେ ଇରାନୀ ରିଭୋଲ୍ୟୁସନାରୀ ଗାର୍ଡସ୍ କୁଦସ୍ ଫୋର୍ସର କମାଣ୍ଡର ଜେନେରାଲ କାସେମ ସୋଲେମାନୀଙ୍କ ହତ୍ୟା ପରଠାରୁ ଇରାନ ଲଗାତାର ଟ୍ରମ୍ପଙ୍କ ବିରୋଧରେ ପ୍ରତିଶୋଧ ନେବାକୁ ଆହ୍ୱାନ ଦେଇଆସୁଛି । ଇରାନର ସଦ୍ୟ ହତ୍ୟା ହୋଇଥିବା ସର୍ବୋଚ୍ଚ ନେତା ଅଲି ଖାମେନିଙ୍କ ଅନ୍ତିମ ସଂସ୍କାର ସମୟରେ ମଧ୍ୟ ଟ୍ରମ୍ପ ବିରୋଧୀ ସ୍ଲୋଗାନ ଦିଆଯାଇଥିଲା । ୨୦୨୦ ମସିହାରେ ଆମେରିକୀୟ ଡ୍ରୋନ୍ ଆକ୍ରମଣରେ ଇରାନୀ ରିଭୋଲ୍ୟୁସନାରୀ ଗାର୍ଡସ୍ କୁଦସ୍ ଫୋର୍ସର କମାଣ୍ଡର ଜେନେରାଲ କାସେମ ସୋଲେମାନୀଙ୍କ ହତ୍ୟା ପରଠାରୁ ଇରାନ ଲଗାତାର ଟ୍ରମ୍ପଙ୍କ ବିରୋଧରେ ପ୍ରତିଶୋଧ ନେବାକୁ ଆହ୍ୱାନ ଦେଇଆସୁଛି । ଇରାନର ସର୍ବୋଚ୍ଚ ନେତା ଅଲି ଖାମେନିଙ୍କ ଅନ୍ତିମ ସଂସ୍କାର ସମୟରେ ମଧ୍ୟ ଟ୍ରମ୍ପ ବିରୋଧୀ ସ୍ଲୋଗାନ ଶୁଭିଛି । 

ଟ୍ରମ୍ପଙ୍କୁ ହତ୍ୟା ଷଡ଼୍‌ଯନ୍ତ୍ର, ଚେତାଇଲା ଇସ୍ରାଏଲ
ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ପାଇଁ ଷଡ଼୍‌ଯନ୍ତ୍ର କରୁଛି ଇରାନ
ଆମେରିକାକୁ ଚେତାଇଲା ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମୋସାଦ
ପୂର୍ବରୁ ଖୋଦ୍‌ ଟ୍ରମ୍ପ ମଧ୍ୟ ସମାନ ଦାବି କରିଆସୁଛନ୍ତି
ତାଙ୍କ ନାମ ଇରାନର “ହିଟ୍ ଲିଷ୍ଟ”ର ଶୀର୍ଷରେ ଅଛି କହିଆସୁଛନ୍ତି ଟ୍ରମ୍ପ୍
ଇସ୍ରାଏଲୀ ଦେଇଥିବା ତଥ୍ୟକୁ ସମ୍ପୂର୍ଣ୍ଣ ଯାଞ୍ଚ ହୋଇନାହିଁ କହିଲା ସିଆଏ
ଟ୍ରମ୍ପଙ୍କୁ ଉପରେ ଚାପ ପକାଇବାକୁ ଏହା ଇସ୍ରାଏଲର ରଣନୀତି ମଧ୍ୟ ହୋଇପାରେ
ଅସ୍ତ୍ରବିରତି ନିୟମକୁ ଫୁ କରି ଏବେ ପୁଣିଥରେ ମୁହାଁମୁହିଁ ସ୍ଥିତିରେ ଇରାନ୍‌-ଆମେରିକା
ପରସ୍ପରର ଠିକଣା ଉପରେ ଆକ୍ରମଣ ଜାରି ରଖିଛନ୍ତି ଉଭୟ ରାଷ୍ଟ୍ର
ଇରାନ ସହିତ ଆଲୋଚନା ଶେଷ ହୋଇଥିବା କହିଛନ୍ତି ଟ୍ରମ୍ପ
ପୁଣିଥରେ ପ୍ରଚଣ୍ଡ ଆକ୍ରମଣ ପାଇଁ ଇରାନ୍‌କୁ ଦେଇଛନ୍ତି ଟ୍ରମ୍ପ୍

Leave a Reply

Your email address will not be published. Required fields are marked *