ଗାଡ଼ି ଥିଲା ଭୁବନେଶ୍ୱରର ସୁନ୍ଦରପଦାରେ, କିନ୍ତୁ ଚାଲାଣ କଟିଲା ଖୋର୍ଦ୍ଧାର ଜଙ୍କିଆରେ । ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, କାର୍ ମାଲିକଙ୍କ ପାଖକୁ ଆସିଲା ଟ୍ରକ୍ର ଚାଲାଣ ସ୍ଲିପ୍ ।
ଗାଡ଼ି ଥିଲା ଭୁବନେଶ୍ୱରର ସୁନ୍ଦରପଦାରେ, କିନ୍ତୁ ଚାଲାଣ କଟିଲା ଖୋର୍ଦ୍ଧାର ଜଙ୍କିଆରେ । ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, କାର୍ ମାଲିକଙ୍କ ପାଖକୁ ଆସିଲା ଟ୍ରକ୍ର ଚାଲାଣ ସ୍ଲିପ୍ । ଏହି ଅଜବ ଘଟଣାକୁ ନେଇ ଏବେ ପରିବହନ ବିଭାଗର କାର୍ଯ୍ୟପ୍ରଣାଳୀ ଉପରେ ଉଠିଛି ବଡ଼ ପ୍ରଶ୍ନ । ଭୁବନେଶ୍ୱର ସୁନ୍ଦରପଦାର ଜଣେ ଡିଜାୟର କାର୍ ମାଲିକଙ୍କ ପାଖକୁ ହଠାତ୍ ଏକ ଇ-ଚାଲାଣ ମେସେଜ୍ ଆସିଥିଲା । ଚାଲାଣ ଦେଖି ସେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, କାରଣ ଉକ୍ତ ସମୟରେ ତାଙ୍କ ଗାଡ଼ି ଘର ପାଖରେ ରହିଥିଲା କିନ୍ତୁ ଚାଲାଣରେ ଉଲ୍ଲେଖ ଥିଲା ଯେ ନିୟମ ଉଲ୍ଲଂଘନ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଅଞ୍ଚଳରେ ହୋଇଛି ।
ଏତିକିରେ କଥା ସରିନଥିଲା । ଚାଲାଣରେ ଯେଉଁ ଗାଡ଼ିର ଛବି ରହିଥିଲା, ତାହା ଏକ ଭାରୀ ଟ୍ରକ୍ର । ଅର୍ଥାତ୍ ଡିଜାୟର କାର୍ ମାଲିକଙ୍କ ନାମରେ କଟିଛି ଟ୍ରକ୍ର ଚାଲାଣ। ଏହା ଦେଖି ଗାଡ଼ି ମାଲିକଙ୍କ ଚିନ୍ତା ବଢ଼ିଯାଇଛି । ଏଭଳି ତ୍ରୁଟି କିପରି ହେଲା? ଗାଡ଼ି ନମ୍ବର ସ୍କାନିଂରେ ଭୁଲ୍ ହେଲା, ନା ଡାଟା ଏଣ୍ଟ୍ରିରେ ଗଡ଼ବଡ଼? ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।

