ଆଇଆରଇଡିଏର ଅଭିଯୋଗ ଅନୁସାରେ, ବ୍ଲୁ-ସ୍ମାର୍ଟ ରାଇଡ୍-ହେଲିଂ ସେବା ପାଇଁ ଇଲେକ୍ଟ୍ରିକ୍ ଗାଡ଼ି କିଣିବାକୁ ଜେନସୋଲକୁ ଋଣ ପ୍ରଦାନ କରାଯାଇଥିଲା। ତେବେ କମ୍ପାନୀ ସମ୍ପୃକ୍ତ ଅର୍ଥକୁ ଅନ୍ୟ କାର୍ୟ୍ୟରେ ବିନିଯୋଗ କରି ହେରଫେର୍ କରିଛି। ଏହାଫଳରେ ଜେନସୋଲ୍ ଏଞ୍ଜିନିୟରିଂ ବାବଦରେ ୪୫୩.୭୭ କୋଟି ଏବଂ ଜେନସୋଲ୍ ଇଭି ଲିଜ୍ ବାବଦରେ ୨୧୮.୯୭ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି।
ଇଣ୍ଡିଆନ୍ ରିନ୍ୟୁଏବଲ୍ ଏନର୍ଜି ଡେଭେଲପମେଣ୍ଟ ଏଜେନ୍ସି (ଆଇଆରଇଡିଏ)ରୁ ୬୭୨ କୋଟି ଟଙ୍କାରୁ ଅଧିକ ହେରଫେର୍ ଓ ଆର୍ଥିକ କ୍ଷତି ପହଞ୍ଚାଇବା ଅଭିଯୋଗରେ ସିବିଆଇ ଜେନସୋଲ୍ ଏଞ୍ଜିନିୟରିଂ, ଏହାର ସହାୟକ ସଂସ୍ଥା ଜେନସୋଲ୍ ଇଭି ଲିଜ୍ ଏବଂ ‘ବ୍ଲୁ-ସ୍ମାର୍ଟ’ ଇଭି ଟ୍ୟାକ୍ସି ସେବାର ପ୍ରତିଷ୍ଠାତା ଅନମୋଲ ସିଂହ ଜଗୀ ଓ ପୁନୀତ ସିଂହ ଜଗୀଙ୍କ ବିରୋଧରେ ମାମଲା ରୁଜୁ କରିଛି।
ଆଇଆରଇଡିଏର ଅଭିଯୋଗ ଅନୁସାରେ, ବ୍ଲୁ-ସ୍ମାର୍ଟ ରାଇଡ୍-ହେଲିଂ ସେବା ପାଇଁ ଇଲେକ୍ଟ୍ରିକ୍ ଗାଡ଼ି କିଣିବାକୁ ଜେନସୋଲକୁ ଋଣ ପ୍ରଦାନ କରାଯାଇଥିଲା। ତେବେ କମ୍ପାନୀ ସମ୍ପୃକ୍ତ ଅର୍ଥକୁ ଅନ୍ୟ କାର୍ୟ୍ୟରେ ବିନିଯୋଗ କରି ହେରଫେର୍ କରିଛି। ଏହାଫଳରେ ଜେନସୋଲ୍ ଏଞ୍ଜିନିୟରିଂ ବାବଦରେ ୪୫୩.୭୭ କୋଟି ଏବଂ ଜେନସୋଲ୍ ଇଭି ଲିଜ୍ ବାବଦରେ ୨୧୮.୯୭ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ଏହା ସହିତ ଋଣ ସ୍ଥିତି ଏବଂ କ୍ରେଡିଟ୍ ରେଟିଂ ସମ୍ପର୍କରେ କ୍ରେଡିଟ୍ ରେଟିଂ ଏଜେନ୍ସିଗୁଡ଼ିକୁ ଜାଲ୍ ଚିଠି ଦାଖଲ କରାଯାଇଥିବା ଆଇଆରଇଡିଏ ଦର୍ଶାଇଛି। ଏକ ଫୋରେନ୍ସିକ୍ ଅଡିଟରୁ ଏହି ଅର୍ଥ ଅନ୍ୟ ସଂସ୍ଥାଗୁଡ଼ିକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଏହି ସମ୍ପୂର୍ଣ୍ଣ ଘଟଣାକୁ ଆଧାର କରି ସିବିଆଇ ଭାରତୀୟ ନ୍ୟାୟ ସଂହିତାର ଅପରାଧିକ ଷଡ଼ଯନ୍ତ୍ର, ଠକେଇ, ଜାଲିଆତି ଏବଂ ଜାଲ୍ କାଗଜପତ୍ର ବ୍ୟବହାର ଧାରାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

