ଦକ୍ଷିଣ ଭାରତୀୟ ସୁପରଷ୍ଟାର ତଥା ତାମିଲନାଡୁର ମୁଖ୍ୟମନ୍ତ୍ରୀ ବିଜୟଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଜନ ନାୟଗନ’ ଶେଷରେ ବଡ଼ ପରଦାରେ ମୁକ୍ତିଲାଭ କରିଛି । ଦୀର୍ଘ ଦିନର ଅପେକ୍ଷା, ସେନ୍ସର ବିଳମ୍ବ ଓ ବିଭିନ୍ନ ବିବାଦ ପରେ ଫିଲ୍ମଟି ରିଲିଜ୍ ହୋଇଥିବାରୁ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଚରମ ସୀମାରେ ପହଞ୍ଚିଛି ।
ଦକ୍ଷିଣ ଭାରତୀୟ ସୁପରଷ୍ଟାର ତଥା ତାମିଲନାଡୁର ମୁଖ୍ୟମନ୍ତ୍ରୀ ବିଜୟଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଜନ ନାୟଗନ’ ଶେଷରେ ବଡ଼ ପରଦାରେ ମୁକ୍ତିଲାଭ କରିଛି । ଦୀର୍ଘ ଦିନର ଅପେକ୍ଷା, ସେନ୍ସର ବିଳମ୍ବ ଓ ବିଭିନ୍ନ ବିବାଦ ପରେ ଫିଲ୍ମଟି ରିଲିଜ୍ ହୋଇଥିବାରୁ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଚରମ ସୀମାରେ ପହଞ୍ଚିଛି । ଚେନ୍ନାଇଠାରୁ ଆରମ୍ଭ କରି ମଦୁରାଇ, କୋଏମ୍ବାଟୁର ଏବଂ ବେଙ୍ଗାଲୁରୁ ପର୍ଯ୍ୟନ୍ତ ଅନେକ ସିନେମା ହଲ୍ ବାହାରେ ଭକ୍ତମାନଙ୍କ ଭିଡ଼ ଦେଖିବାକୁ ମିଳିଛି । ଢୋଲ-ନିଶାନ, ଆତସବାଜି, ଡିଜେ ସଙ୍ଗୀତ ଏବଂ ବିଜୟଙ୍କ ବିଶାଳ କଟ୍-ଆଉଟ୍ ସହ ଫିଲ୍ମ ରିଲିଜ୍କୁ ପର୍ବ ଭଳି ପାଳନ କରିଛନ୍ତି ଫ୍ୟାନ୍ସ । ପରଦାରେ ବିଜୟଙ୍କ “Chief Minister” ଟାଇଟଲ୍ କାର୍ଡ ଆସିବା ମାତ୍ରେ ଥିଏଟର କରତାଳି ଓ ଉଲ୍ଲାସରେ କମ୍ପି ଉଠିଥିଲା ।
ଏହି ରାଜନୈତିକ ଆକ୍ସନ୍ ଡ୍ରାମାରେ ବିଜୟଙ୍କ ସହ ପୂଜା ହେଗଡେ, ବବି ଦେଓଲ୍, ମମିଥା ବୈଜୁ, ପ୍ରକାଶ ରାଜ ଓ ପ୍ରିୟମଣି ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଏଚ୍. ବିନୋଥ । ମୁକ୍ତି ପୂର୍ବରୁ ଅନଲାଇନ୍ ଲିକ୍ ଏବଂ ସେନ୍ସର ବିବାଦକୁ ନେଇ ଚର୍ଚ୍ଚାରେ ଥିବା ଏହି ଫିଲ୍ମ ଶେଷରେ ଦର୍ଶକଙ୍କ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ମିଶ୍ରିତ ପ୍ରତିକ୍ରିୟା ମିଳୁଥିବାବେଳେ ଅନେକ ଦର୍ଶକ ବିଜୟଙ୍କ ଅଭିନୟକୁ “ମାସ୍ ବ୍ଲକବଷ୍ଟର” ବୋଲି ପ୍ରଶଂସା କରୁଛନ୍ତି । ଅନ୍ୟପଟେ କିଛି ସମୀକ୍ଷକ କାହାଣୀ ଓ ପଟକଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ତଥାପି ବକ୍ସ ଅଫିସରେ ଫିଲ୍ମଟି ବଡ଼ ଓପେନିଂ କରିବ ବୋଲି ଆଶା କରାଯାଉଛି ।

