ସ୍ଥଳଭାଗ ମୁହାଁ ବାତ୍ୟା ‘ମୁରାସୁ’ ; ୪ ରାଜ୍ୟକୁ ସତର୍କ ଘଣ୍ଟି

ସାମୁଦ୍ରିକ ବାତ୍ୟା ‘ମୁରାସୁ’ ଆଜି ସକାଳୁ ଭୀଷଣବାତ୍ୟାରେ ପରିଣତ ହୋଇଛି । ଏହା ୨୦କିମି ବେଗରେ ଆଗକୁ ବଢୁଛି । ଚେନ୍ନାଇ ଠାରୁ ୨୬୦କିମି ଏବଂ ବିଶାଖାପାଟନମ ଠାରୁ ୪୭୦କିମି ଦୂରରେ କେନ୍ଦ୍ରୀଭୂତ ‌‌ହୋଇଛି ।  

 ସାମୁଦ୍ରିକ ବାତ୍ୟା ‘ମୁରାସୁ’ ଆଜି ସକାଳୁ ଭୀଷଣବାତ୍ୟାରେ ପରିଣତ ହୋଇଛି। ଏହା ୨୦କିମି ବେଗରେ ଆଗକୁ ବଢୁଛି । ଚେନ୍ନାଇ ଠାରୁ ୨୬୦କିମି ଏବଂ ବିଶାଖାପାଟନମ ଠାରୁ ୪୭୦କିମି ଦୂରରେ କେନ୍ଦ୍ରୀଭୂତ ‌‌ହୋଇଛି ।  ବର୍ତ୍ତମାନ ବାତ୍ୟାର କେନ୍ଦ୍ର ନିକଟରେ ପବନର ବେଗ ୯୦ରୁ ୧୦୦କିମି ସର୍ବାଧିକ ୧୦୦କିମି ପ୍ରବାହିତ ହେଉଛି ।  ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ତୀବ୍ର ବୃଷ୍ଟିପାତ ଜାରି ରହିଛି ।  ପାଣିପାଗ ବିଜ୍ଞାନ‌ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ବାତ୍ୟା ମୁରାସୁ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ପାଇଁ ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ ଓ ରାୟଗଡ଼ାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି।  ସ୍ଥିତି ଉପରେ ନଜର ରଖିବାକୁ ଏହିସବୁ ଜିଲ୍ଲାପାଳଙ୍କୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷାର ପ୍ରଭାବ ଦୁଇ ଦିନ ଧରି ଜାରି ରହିବ। 

Leave a Reply

Your email address will not be published. Required fields are marked *