ଚେନ୍ନାଇରେ ଦାଦନ ଶ୍ରମିକ ନିଖୋଜ। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କିରାଆମ୍ବ ଗାଁର ଜିତୁ ନାୟକ ଗତ ଦୁଇ ମାସ ହେଲା ନିଖୋଜ ଅଛନ୍ତି। ଜିତୁ ପ୍ରାୟ ଛଅ ବର୍ଷ ତଳେ ଚେନ୍ନାଇର ଏକ ହୋଟେଲକୁ କାମ କରିବାକୁ ଯାଇଥିଲେ ଏବଂ ନିୟମିତ ଘରକୁ ଟଙ୍କା ପଠାଉଥିଲେ
ଚେନ୍ନାଇରେ ଦାଦନ ଶ୍ରମିକ ନିଖୋଜ। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କିରାଆମ୍ବ ଗାଁର ଜିତୁ ନାୟକ ଗତ ଦୁଇ ମାସ ହେଲା ନିଖୋଜ ଅଛନ୍ତି। ଜିତୁ ପ୍ରାୟ ଛଅ ବର୍ଷ ତଳେ ଚେନ୍ନାଇର ଏକ ହୋଟେଲକୁ କାମ କରିବାକୁ ଯାଇଥିଲେ ଏବଂ ନିୟମିତ ଘରକୁ ଟଙ୍କା ପଠାଉଥିଲେ। ଦୁଇ ମାସ ହେଲା ପୁଅ ସହ ଯୋଗାଯୋଗ ହୋଇପାରୁନି। ଜିତୁଙ୍କ ମୋବାଇଲକୁ ଫୋନ କଲେ ଜଣେ ଅଜଣା ବ୍ୟକ୍ତି ହିନ୍ଦୀରେ ଜିତୁ ସେଠାରେ ନାହାନ୍ତି ବୋଲି କହୁଛନ୍ତି। ପୁଅର କୌଣସି ପତ୍ତା ନ ମିଳିବାରୁ ବାପା-ମା’ ମୋହନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଅକୁ ଫେରାଇ ଆଣିବାକୁ ସରକାରଙ୍କୁ ନିବେଦନ କରିଛନ୍ତି।

