କଟକର ରାସ୍ତା ଘାଟରେ ଗୋରୁଗାଈଙ୍କ ପ୍ରାର୍ଦୁଭାବ । ଫଳରେ ଯାନବାହନ ଚଳାଚଳରେ ବାଧା ଉପୁଜୁଛି । ଜନସାଧରଣ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
କଟକର ରାସ୍ତା ଘାଟରେ ଗୋରୁଗାଈଙ୍କ ପ୍ରାର୍ଦୁଭାବ । ଫଳରେ ଯାନବାହନ ଚଳାଚଳରେ ବାଧା ଉପୁଜୁଛି । ଜନସାଧରଣ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି । ହେଲେ ଏଥିପ୍ରତି କଟକ ମହାନଗର ନିଗମର ନିଘା ନାହିଁ। କଟକର ରାସ୍ତାଘାଟ ଏବେ ପାଲଟିଛି ଗୋରୁଗାଇଙ୍କ ଚରା ଭୂଇଁ। ଗାଈଗୋରୁଙ୍କୁ ଛାଡ଼ିଦେଇ ମାଲିକମାନେ ଘରେ ଚୁପହୋଇ ବସି ପଡୁଛନ୍ତି। ରାସ୍ତାଘାଟରେ ଗାଈ ଶୋଇରହୁଥିବା ବେଳେ ପଥଚାରୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବେଳେବେଳେ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି। ଏଥିରେ ଉଭୟ ମଣିଷ ଓ ଗୋରୁଗାଈ ଆହତ ହେଉଛନ୍ତି। ହେଲେ ଏଥିପ୍ରତି କେଏମ୍ସିର ନିଘାନାହିଁ। କଟକ ସହରରେ ଥିବା
ଦୁଇଟି କାଞ୍ଜିଆହୁଦା ଏବେ ଖାଲି ପଡ଼ିଛି। ଲୋକ ଦେଖିଣିଆ ଗାଈଗୋରୁଙ୍କୁ ରାସ୍ତାରୁ ଉଠାଇ ଆଣି ଫାଇନ୍ କାଟି ଛାଡ଼ି ଦେଉଛି କେଏମ୍ସି।
କଟକ ସହର ପିଛା ଛାଡ଼ୁନି ସମସ୍ୟା। କେତେବେଳେ ରାସ୍ତା ତ ଆଉ କେତେବେଳେ ମଶା ଉପଦ୍ରଵ। ଆଉ ବୁଲା ଗୋରୁଗାଈଙ୍କ ଉପଦ୍ରଵ ଏବେ ବଢ଼ିଯାଇଛି। ଏହାରି ଭିତରେ ପେସି ହେଉଛନ୍ତି କଟକ ସହରବାସୀ। ତେବେ ବୁଲା ଗୋରୁଗାଈଙ୍କୁ ରଖିବା ପାଇଁ ଜମି ଅଧିଗ୍ରହଣ ସରିଛି। ଶୁଭ ମଧ୍ୟ ଦିଆ ହୋଇଛି। ଖୁବଶୀଘ୍ର ଗୋରୁମାନଙ୍କୁ ସେହି ସ୍ଥାନରେ ରଖାଯିବ ବୋଲି କହିଛନ୍ତି ମହାନଗର ନିଗମ ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ। କେବେ ସୁଧୁରିବ କେଏମସି, ଆଉ ବୁଲା ଗୋରୁଙ୍କୁ କେବେ ରାସ୍ତାରୁ ହଟାଇବ ତା ଉପରେ ନଜର।

