ଗତ ରାତିରେ ଏକ ଗୋଠଛଡ଼ା ଦନ୍ତା ହାତୀ ସହର ଭିତରେ ପଶି ବୁଲୁଥିବା ଦେଖାଯାଇଥିଲା। ଝାଡ଼ଖଣ୍ଡ ପଟୁ ଆସି ଗୋଧୂଳି ଦେଇ ଚମ୍ପୁଆସହରକୁ ପ୍ରବେଶ କରିଥିଲା
ଗତ ରାତିରେ ଏକ ଗୋଠଛଡ଼ା ଦନ୍ତା ହାତୀ ସହର ଭିତରେ ପଶି ବୁଲୁଥିବା ଦେଖାଯାଇଥିଲା। ଝାଡ଼ଖଣ୍ଡ ପଟୁ ଆସି ଗୋଧୂଳି ଦେଇ ଚମ୍ପୁଆସହରକୁ ପ୍ରବେଶ କରିଥିଲା । ଖବର ପାଇ ବନ ବିଭାଗ କର୍ମଚାରୀ ଚମ୍ପୁଆ ରେଞ୍ଜ ଅଧିକାରୀ ଦନ୍ତା ହାତୀର ଗତିବିଧି ଉପରେ ନଜର ରଖିବା ସହିତ ଲୋକଙ୍କ ଜନଜୀବନ ସୁରକ୍ଷାକୁ ଗୁରୁତ୍ୱ ଦେଇ ଦନ୍ତାକୁ ଚମ୍ପୁଆ ବଜାର ଭିତରୁ ଘଉଡାଇ ଥିଲେ। ଚମ୍ପୁଆ ବଜାର, ଛଅ ନମ୍ୱର ୱାର୍ଡ, ମୁସଲିମ ବସ୍ତି ଦେଇ ଏକ ନମ୍ୱର ୱାର୍ଡ ଗୋଧୂଳି ବୈତରଣୀ ନଦୀ ନିକଟ ଆମ୍ବ ବଗିଚାକୁ ଚାଲିଯାଇଛି । ତେବେ କୌଣସି କ୍ଷୟକ୍ଷତି ହୋଇ ନଥିବା ବେଳେ, ଲଗାତାର ସହର ଭିତରକୁ ହାତୀ ପଶି ଆସୁଥିବାରୁ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି ।

