ଘରୁ ଡାକି ଆଣି ଯୁବକଙ୍କୁ ହତ୍ୟା : ଘଟଣାସ୍ଥଳରେ ଗଞ୍ଜାମ ଏସ୍‌ପି

ଘରୁ ଡାକି ଆଣି ଯୁବକଙ୍କୁ ହତ୍ୟା ଅଭିଯୋଗ। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ମାଲଗୁଡ଼ିଆ ଛକ ନିକଟରେ ଜଣେ ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି।

 ଘରୁ ଡାକି ଆଣି ଯୁବକଙ୍କୁ ହତ୍ୟା ଅଭିଯୋଗ। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ମାଲଗୁଡ଼ିଆ ଛକ ନିକଟରେ ଜଣେ ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ହତ୍ୟାର ଶିକାର ହୋଇଥିବା ଯୁବକ ହେଲେ ଡୁଙ୍ଗୁରି ଗାଁର ନାରାୟଣ ପ୍ରଧାନ। ନାରାୟଣଙ୍କୁ କିଛି ଯୁବକ ଘରୁ ଡାକି ଆଣି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର।

ଆଜି ସକାଳେ ତାଙ୍କ ମୃତଦେହ ମାଲଗୁଡ଼ିଆ ଛକ ନିକଟରେ ପଡିଥିବା ପରିବାର ଲୋକ ଦେଖିଥିଲେ। ତାଙ୍କ ମୁଣ୍ଡ ଓ ମୁହଁକୁ କାଠ ଫଳିଆ ଓ ମଦ ବୋତଲରେ ପିଟି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡୁଛି। ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଆସିକା ମେଡ଼ିକାଲ ଆଣି ପୋଲିସ ଅଧିକ ତଦନ୍ତ କରୁଛି। ତେବେ କେଉଁ କାରଣରୁ ଓ କାହିଁକି ନାରାୟଣ ପ୍ରଧାନଙ୍କୁ ହତ୍ୟା କରାଯାଇଛି, ତାର ତଦନ୍ତ ଚାଲିଛି। ନିଜେ ଗଞ୍ଜାମ ଏସ୍‌ପି ହରିଶ ବିଶି ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ପରିସ୍ଥିତିକୁ ଅନୁଧ୍ୟାନ କରିଛନ୍ତି। 

Leave a Reply

Your email address will not be published. Required fields are marked *