ସୂଚନା ଅନୁସାରେ, ଅର୍ଥ ବିଭାଗ, କେନ୍ଦ୍ର ସରକାର ଓ ଟ୍ରେଜେରୀ ସହ ସମନ୍ୱୟ କରି ବକେୟା ପେନସନ୍ ଦେବାର ବ୍ୟବସ୍ଥା କରାଯାଉଛି। ଅକ୍ଟୋବର ମଧ୍ୟରେ ଅଟକି ରହିଥିବା ପେନସନ୍ ଓ ଏରିଅର୍ ଟଙ୍କା ହିତାଧିକାରୀଙ୍କ ଖାତାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି।
ପେନସନ୍କୁ ଅପେକ୍ଷା କରିଥିବା ଓଡ଼ିଶାର ଲକ୍ଷ ଲକ୍ଷ ବୃଦ୍ଧଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର । ଇନ୍ଦିରା ଗାନ୍ଧୀ ଜାତୀୟ ବୃଦ୍ଧାବସ୍ଥା ପେନସନ୍ ଯୋଜନା ଅଧୀନରେ ଗତ କିଛି ମାସ ଧରି ଅଟକି ରହିଥିବା ପେନସନ୍ ଟଙ୍କା ଏବେ ମିଳିବ। ପେନସନ୍ ସହିତ ବକେୟା ଏରିଅର୍ ରାଶି ମଧ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଯିବ । ଓଡ଼ିଶା ବିଧାନସଭାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏନେଇ ସୂଚନା ଦେଇଛନ୍ତି । ଟେକ୍ନିକାଲ୍ ସମସ୍ୟା ଯୋଗୁଁ ପ୍ରାୟ ୨୦.୩୩ ଲକ୍ଷ ପେନସନ୍ ହିତାଧିକାରୀଙ୍କ ଟଙ୍କା କିଛି ମାସ ଧରି ଅଟକି ରହିଥିଲା । ଏବେ ସରକାର ଏହି ବକେୟା ରାଶି ପ୍ରଦାନ ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି ।
ସୂଚନା ଅନୁସାରେ, ଅର୍ଥ ବିଭାଗ, କେନ୍ଦ୍ର ସରକାର ଓ ଟ୍ରେଜେରୀ ସହ ସମନ୍ୱୟ କରି ବକେୟା ପେନସନ୍ ଦେବାର ବ୍ୟବସ୍ଥା କରାଯାଉଛି। ଅକ୍ଟୋବର ମଧ୍ୟରେ ଅଟକି ରହିଥିବା ପେନସନ୍ ଓ ଏରିଅର୍ ଟଙ୍କା ହିତାଧିକାରୀଙ୍କ ଖାତାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ୬୦ରୁ ୭୯ ବର୍ଷ ବୟସର ହିତାଧିକାରୀଙ୍କୁ IGNOAPS ଅଧୀନରେ ପ୍ରତି ମାସରେ ୧,୦୦୦ ଟଙ୍କା ପେନସନ୍ ମିଳିଥାଏ। ଯଦି କୌଣସି ହିତାଧିକାରୀଙ୍କ ୫ ମାସର ପେନସନ୍ ବକେୟା ରହିଛି, ତେବେ ତାଙ୍କୁ ମୋଟ ୫,୦୦୦ ଟଙ୍କା ମିଳିବ। ଅର୍ଥାତ୍ ନିୟମିତ ପେନସନ୍ ସହ ବକେୟା ରାଶି ମଧ୍ୟ ଖାତାକୁ ଆସିବ। ପର୍ବପର୍ବାଣୀ ପୂର୍ବରୁ ଏହି ଟଙ୍କା ମିଳିଲେ ଅନେକ ବୃଦ୍ଧ ହିତାଧିକାରୀଙ୍କୁ ଆର୍ଥିକ ଭାବେ ଆଶ୍ୱସ୍ତି ମିଳିବ।

