ଇଭିରୁ ପରମିଟ୍ ଫି’ ଛାଡ଼ : ଛୋଟ ମାଲ୍‌ବାହୀ ଇଭି ପାଇଁ ନିୟମ କୋହଳ ନାହିଁ

ରାଜ୍ୟରେ ଇ-ଯାନ କୁ ଅଧିକ ପ୍ରୋତ୍ସାହିତ କରିବା, ଇଥାନଲ୍ ଓ ମେଥାନଲ୍‌ ଇନ୍ଧନ ଚାଳିତ ଗାଡ଼ି ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇବାକୁ ରାଜ୍ୟ ସରକାର ଆଜି  ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

 ରାଜ୍ୟରେ ଇ-ଯାନ କୁ ଅଧିକ ପ୍ରୋତ୍ସାହିତ କରିବା, ଇଥାନଲ୍ ଓ ମେଥାନଲ୍‌ ଇନ୍ଧନ ଚାଳିତ ଗାଡ଼ି ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇବାକୁ ରାଜ୍ୟ ସରକାର ଆଜି  ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟରେ ଚାଲୁଥିବା ସମସ୍ତ ବ୍ୟାଟେରୀ ଚାଳିତ (ଇଲେକ୍ଟ୍ରିକ୍), ମେଥାନଲ୍ ଏବଂ ଇଥାନଲ୍ ଇନ୍ଧନ ଚାଳିତ ପରିବହନ ଯାନଗୁଡ଼ିକୁ ପରମିଟ୍ ଫି’ ଛାଡ଼ କରାଯିବ। 

ଏହି ନିୟମ ଅଧୀନରେ ଯୋଗ୍ୟ ଗାଡ଼ିଗୁଡ଼ିକୁ ପରିବହନ କର୍ତ୍ତୃପକ୍ଷଙ୍କ ଠାରୁ ପରମିଟ୍ ଅାଣିବାକୁ ପଡ଼ିବ, କିନ୍ତୁ ଏଥିପାଇଁ କୌଣସି ଫି’ ଦେବାକୁ ପଡ଼ିବନି। କିନ୍ତୁ ୩୦୦୦ କିଲୋଗ୍ରାମରୁ କମ୍ ଜିଭିଡବ୍ଲ୍ୟୁ ଥିବା ମାଲ୍ ପରିବହନ ଗାଡ଼ି ଗୁଡ଼ିକ ଏହି ଫି’ ଛାଡ଼ ବ୍ୟବସ୍ଥାରୁ ବାଦ୍ ପଡ଼ିବେ। ଅର୍ଥାତ୍ ‌ଛୋଟ ମାଲ୍‌ବାହୀ ଗାଡ଼ିଗୁଡ଼ିକ ସରକାରଙ୍କ ଏହି ସୁବିଧା ପାଇବେନି। ବିଭାଗ ପକ୍ଷରୁ କୁହାଯାଇଛି ଯେ ମୋଟର ଯାନ ଅଧିନିୟମ, ୧୯୮୮ର ନିୟମାବଳୀ ଅନୁଯାୟୀ ଏହି ସମସ୍ତ ଯାନ ପାଇଁ ପରମିଟ୍ ନେବା ବାଧ୍ୟତାମୂଳକ ରହିବ। କିନ୍ତୁ ଏଥିପାଇଁ କୌଣସି ପରମିଟ୍ ଫି’ ଦେବାକୁ ପଡ଼ିବ ନାହିଁ। ଏହା ସହିତ ଗାଡ଼ିଗୁଡ଼ିକର ବୈଧ ପଞ୍ଜୀକରଣ, ବୀମା, ଫିଟ୍‌ନେସ୍ ପ୍ରମାଣପତ୍ର, ପ୍ରଦୂଷଣ ନିୟନ୍ତ୍ରଣ  ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ ସରକାରୀ ଟିକସ ପୈଠ ଭଳି ସମସ୍ତ ପ୍ରଚଳିତ ନିୟମ ପାଳନ କରିବା ପୂର୍ବଭଳି ବଳବତ୍ତର ରହିବ।

Leave a Reply

Your email address will not be published. Required fields are marked *