ଜୀବନରେ ସବୁକିଛି ଥାଇ ମଧ୍ୟ ଶୂନ୍ୟତା ଅନୁଭବ କରୁଥିବା ଯୁବପିଢ଼ିଙ୍କୁ ସେ ନିଶ୍ୱାସର ଗୁରୁତ୍ୱ ବୁଝାଇଥିଲେ। ସେ କହିଥିଲେ ଯେ ନିଶ୍ୱାସ ମାଧ୍ୟମରେ ହିଁ ମଣିଷ ନିଜର ଏକାକୀପଣ ଦୂର କରି ଜୀବନର ଉଦ୍ଦେଶ୍ୟ ଖୋଜି ପାଇପାରିବ।
ଆଜିର ଯୁବପିଢ଼ି ବା ଜେନ୍-ଜିଙ୍କ ମନରେ ଥିବା ଅସଂଖ୍ୟ ପ୍ରଶ୍ନ, ଦ୍ୱନ୍ଦ୍ୱ ଏବଂ ଜୀବନର ଜଟିଳତାକୁ ନେଇ ଏକ ଭାବପୂର୍ଣ୍ଣ ଆଲୋଚନା ହୋଇଯାଇଛି। ଆର୍ଟ ଅଫ୍ ଲିଭିଙ୍ଗ୍ର ୟୁଥ୍ ଡେସ୍କ ପକ୍ଷରୁ ଆୟୋଜିତ ସପ୍ତମ ‘ଜାତୀୟ ଇଣ୍ଡକ୍ସନ ପ୍ରୋଗ୍ରାମ’ରେ ବିଶ୍ୱସ୍ତରୀୟ ମାନବବାଦୀ ତଥା ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଦେଶର ୧୩୦୦ରୁ ଅଧିକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର (IIT, IIM, AIIMS ଓ NIT) ହଜାର ହଜାର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ କଥା ହୋଇଛନ୍ତି।
ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ କୋରିଆନ୍ ହାର୍ଟ ଇମୋଜିର ମର୍ମଠାରୁ ଆରମ୍ଭ କରି ରାତି ୨ଟାରେ ମନକୁ ଆସୁଥିବା ନକାରାତ୍ମକ ଚିନ୍ତାଧାରା ପର୍ଯ୍ୟନ୍ତ ସବୁକିଛି ପଚାରିଥିଲେ। ସିଚୁଏସନସିପ୍ କିମ୍ବା ସୋଲମେଟ୍ ମଧ୍ୟରୁ କାହାକୁ ବାଛିବେ ବୋଲି ପଚାରାଯାଇଥିବା ପ୍ରଶ୍ନର ଉତ୍ତରରେ ଗୁରୁଦେବ କହିଥିଲେ, “ନିଜକୁ ଅନ୍ୟର ସ୍ଥାନରେ ରଖି ଦେଖ । ଯଦି ତୁମେ କାହାକୁ ନିଜର ସୋଲମେଟ୍ ଭାବେ ବାଛିଛ ଏବଂ ସେ ତୁମକୁ କେବଳ ଏକ ‘ସିଚୁଏସନସିପ୍’ ଭାବେ ଦେଖୁଛନ୍ତି, ତେବେ ତୁମକୁ କିପରି ଲାଗିବ?
ଜୀବନରେ ସବୁକିଛି ଥାଇ ମଧ୍ୟ ଶୂନ୍ୟତା ଅନୁଭବ କରୁଥିବା ଯୁବପିଢ଼ିଙ୍କୁ ସେ ନିଶ୍ୱାସର ଗୁରୁତ୍ୱ ବୁଝାଇଥିଲେ। ସେ କହିଥିଲେ ଯେ ନିଶ୍ୱାସ ମାଧ୍ୟମରେ ହିଁ ମଣିଷ ନିଜର ଏକାକୀପଣ ଦୂର କରି ଜୀବନର ଉଦ୍ଦେଶ୍ୟ ଖୋଜି ପାଇପାରିବ।
ଯୁବପିଢ଼ିଙ୍କ ପାଇଁ ଗୁରୁଦେବଙ୍କ ପ୍ରମୁଖ ପରାମର୍ଶ:
ଗୁରୁଦେବ କହିଥିଲେ, “ଦୁଷ୍ଟାମି କର, ଏହା ହିଁ ଯୌବନର ଚିହ୍ନ। କିନ୍ତୁ ଧ୍ୟାନ ରଖ ଯେପରି ତୁମର ଦୁଷ୍ଟାମି ଅନ୍ୟ କାହାକୁ କଷ୍ଟ ନଦିଏ।”
ବିଫଳତାକୁ ନଡରି ଆଗକୁ ବଢ଼ିବାକୁ ସେ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ଦୁନିଆର ପ୍ରତିଟି ଶୀର୍ଷ ସ୍ଥାନରେ ଜଣେ ଭାରତୀୟ ରହିଛନ୍ତି, ଯାହା ଆମ ପାଇଁ ଗର୍ବର ବିଷୟ।
ସୋସିଆଲ ମିଡିଆରେ ଆସୁଥିବା ସବୁ ତଥ୍ୟକୁ ସତ ନଭାବିବାକୁ ସେ ସତର୍କ କରାଇଥିଲେ। କାରଣ ଅଧିକାଂଶ ଜିନିଷ AI ଦ୍ୱାରା ନିର୍ମିତ ଓ ନକଲି ହୋଇଥାଏ।
ଫୋମୋ (FOMO-କିଛି ହରାଇବାର ଭୟ) ବଦଳରେ ଜୋମୋ (JOMO-ଏକାକୀ ରହିବାର ଆନନ୍ଦ) ଉପଭୋଗ କରିବାକୁ ସେ ପରାମର୍ଶ ଦେଇଥିଲେ। ସେ କହିଥିଲେ, “ଏକ ଭଲ ବନ୍ଧୁ ସିଏ, ଯାହା ସହ କଥା ହେଲେ ତୁମର FOMO ଦୂର ହୋଇଯାଏ।”
ଏହି ମନୋଜ୍ଞ ଆଲୋଚନା ମାଧ୍ୟମରେ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ଆଜିର ଆଧୁନିକ ଯୁବପିଢ଼ିଙ୍କୁ ମାନସିକ ଚାପମୁକ୍ତ ରହିବା ସହ ଜୀବନରେ ହସଖୁସି ଓ ଧୈର୍ଯ୍ୟ ବଜାୟ ରଖିବାକୁ ଏକ ନୂଆ ଦିଶା ଦେଖାଇଛନ୍ତି।

