ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ରୋହିତ ଶର୍ମା ଓ ବିରାଟ କୋହଲି ସ୍ଥାନ ବଜାୟ ରଖିଛନ୍ତି । ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଦିନିକିଆ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ରୋହିତ ଶର୍ମା ଓ ବିରାଟ କୋହଲି ସ୍ଥାନ ବଜାୟ ରଖିଛନ୍ତି । ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଦିନିକିଆ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ନମନ ଧୀର ଓ ଆକିବ ନବୀ ନୂଆ ମୁହଁ ଭାବେ ସାମିଲ ହୋଇଛନ୍ତି । ୨୦୨୭ ଦିନିକିଆ ବିଶ୍ବକପ୍ ଖେଳିବାକୁ ଆଗ୍ରହ ଦେଖାଇଛନ୍ତି ରୋହିତ। ଏବେ ୱେଷ୍ଟଇଣ୍ଡିଜ୍ ସିରିଜ୍ ପାଇଁ ତାଙ୍କର ଚୟନ ବଡ଼ ସଂକେତ ଦେଉଛି । ସେହିପରି ବିରାଟଙ୍କୁ ମଧ୍ୟ ସୁଯୋଗ ମିଳିବା ବିଶ୍ବକପ୍ ପାଇଁ ବାଟ ଫିଟାଇ ଦେଇଛି। ୨୦୨୫ ଅକ୍ଟୋବରରେ ରୋହିତଙ୍କ ସ୍ଥାନରେ ଶୁବମନ ଗିଲଙ୍କୁ ଦିନିକିଆ ଦଳର ଅଧିନାୟକ କରାଯାଇଥିଲା ।
ଏହା ପରେ ମଧ୍ୟ ରୋହିତ ଲଗାତର ଦିନିକିଆ ଖେଳିବା ଜାରି ରଖିଛନ୍ତି । ଇଂଲଣ୍ଡ ଗସ୍ତରେ ଲର୍ଡ୍ସରେ ରୋହିତ ନିଜର ଶେଷ ଦିନିକିଆ ଶତକ ମାରିଥିଲେ। ସେହିପରି ଜାଡେଜା ପାଖାପାଖି ୮ ମାସ ପରେ ଦିନିକିଆ ଦଳକୁ ଫେରିଛନ୍ତି । ମହମ୍ମଦ ସିରାଜଙ୍କୁ ମଧ୍ୟ ଡାକରା ମିଳିଛି। ହାର୍ଦ୍ଦିକ ପାଣ୍ଡ୍ୟା ଅନଫିଟ୍ ଯୋଗୁଁ ବାଦ୍ ପଡ଼ିଛନ୍ତି । ଦିନିକିଆ ସହିତ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ମଧ୍ୟ ଦଳ ଘୋଷଣା କରାଯାଇଛି । ଶ୍ରେୟସ ଆୟରଙ୍କ ନେତୃତ୍ବରେ ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ଈଶାନ କିଷନ ସ୍ଥାନ ବଜାୟ ରଖିଛନ୍ତି ।

