ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସାମ୍ନାକୁ ଆସିଛି ଏକ ଭୟଙ୍କର ଲୁଟ୍ ଘଟଣା । ଇନ୍ଦିରାନଗର ଅଞ୍ଚଳର ଅମରାଇ ଗାଁ ନିକଟରେ ରହୁଥିବା ଜଣେ କିରାଣା ବ୍ୟବସାୟୀଙ୍କ ଘରେ ରାତି ପ୍ରାୟ ୨ଟା ସମୟରେ ଦୁର୍ବୃତ୍ତମାନେ ପଶିଥିଲେ ।
ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସାମ୍ନାକୁ ଆସିଛି ଏକ ଭୟଙ୍କର ଲୁଟ୍ ଘଟଣା । ଇନ୍ଦିରାନଗର ଅଞ୍ଚଳର ଅମରାଇ ଗାଁ ନିକଟରେ ରହୁଥିବା ଜଣେ କିରାଣା ବ୍ୟବସାୟୀଙ୍କ ଘରେ ରାତି ପ୍ରାୟ ୨ଟା ସମୟରେ ଦୁର୍ବୃତ୍ତମାନେ ପଶିଥିଲେ । ଦୁର୍ବୃତ୍ତମାନେ ପ୍ରଥମେ ଘରର ୧୩ ଫୁଟ୍ ଉଚ୍ଚ କାନ୍ଥ ଡେଇଁ ଭିତରକୁ ପ୍ରବେଶ କରିଥିଲେ । ଏହା ପରେ ଘରେ ଥିବା ବ୍ୟବସାୟୀ, ତାଙ୍କ ପତ୍ନୀ ଓ ଝିଅଙ୍କ ଉପରେ ଲୁହା ରଡ୍ ଓ ଲାଠିରେ ଆକ୍ରମଣ କରିଥିଲେ । ଆକ୍ରମଣରେ ପରିବାରର ତିନିଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ଅବସ୍ଥାରେ ମଧ୍ୟ ବ୍ୟବସାୟୀ ଦୁର୍ବୃତ୍ତଙ୍କୁ ପ୍ରତିରୋଧ କରିଥିଲେ ।
ପରେ ଦୁର୍ବୃତ୍ତମାନେ ଘରର ଆଲମାରୀ ଖୋଲି ନଗଦ ଟଙ୍କା ଓ ଗହଣା ଲୁଟି ଫେରାର ହୋଇଯାଇଥିଲେ । ପରିବାରର ଚିତ୍କାର ଶୁଣି ପଡ଼ୋଶୀମାନେ ଘଟଣା ବିଷୟରେ ଜାଣିଥିଲେ । ପରେ ପୋଲିସକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ପହଞ୍ଚି ପୁଲିସ ତଦନ୍ତ ଆରମ୍ଭ କରିଛି । ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଟିମ୍ ଗଠନ କରାଯାଇଛି ।

