ସୋନମ ୱାଙ୍ଗଚୁକଙ୍କ ଅନଶନ ସପ୍ତମ ଦିନ; ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର

ଦେଶର ବିଭିନ୍ନ ଜାତୀୟ ପ୍ରବେଶିକା ପରୀକ୍ଷାରେ ହୋଇଥିବା ବ୍ୟାପକ ଅନିୟମିତତା ଓ ଦୁର୍ନୀତି ବିରୋଧରେ ନୂଆଦିଲ୍ଲୀର ଜନ୍ତର ମନ୍ତରଠାରେ ଶିକ୍ଷା ସଂସ୍କାରକ ତଥା ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କ ଆମରଣ ଅନଶନ ଆଜି ସପ୍ତମ ଦିନରେ ପ୍ରବେଶ କରିଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଦ୍ରୁତ ଗତିରେ ବିଗିଡ଼ିବାରେ ଲାଗିଛି ଏବଂ ଅନଶନ ଯୋଗୁଁ ତାଙ୍କର ଓଜନ ପ୍ରାୟ ୫ କିଲୋଗ୍ରାମ କମିଯାଇଥିବା କକରୋଚ୍ ଜନତା ପାର୍ଟି (ସିଜେପି) ପକ୍ଷରୁ ଦାବି କରାଯାଇଛି।

 ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେ ସୋସିଆଲ ମିଡିଆ ”ଏକ୍ସ”ରେ ପୋଷ୍ଟ କରି କହିଛନ୍ତି ଯେ, ସୋନମ ସାରଙ୍କ ଅବସ୍ଥା ଦିନକୁ ଦିନ ଖରାପ ହେଉଛି ଏବଂ ଏତେ ବଡ଼ ପରୀକ୍ଷା ଦୁର୍ନୀତି ତଥା ପ୍ରାୟ ୨୦ ଜଣ ଛାତ୍ରଙ୍କ ମୃତ୍ୟୁ ପରେ ମଧ୍ୟ ପ୍ରଧାନମନ୍ତ୍ରୀ କାହିଁକି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଦରୁ ହଟାଉ ନାହାନ୍ତି। ଯଦି ଅନଶନ ସମୟରେ ୱାଙ୍ଗଚୁକଙ୍କର କିଛି ଅଘଟଣ ଘଟେ, ତେବେ ଏଥିପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ସେ ଚେତାବନୀ ଦେଇଛନ୍ତି। ନୀଟ୍ ଭଳି ବଡ଼ ପ୍ରବେଶିକା ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ଗତ ଜୁନ୍ ୨୦ ତାରିଖରୁ ଏହି ପ୍ରତିବାଦ ଜାରି ରହିଛି।

Leave a Reply

Your email address will not be published. Required fields are marked *