ସୋନମ ରଘୁବଂଶୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା, ଜାମିନ ବାତିଲ୍; ୩ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ ନିର୍ଦ୍ଦେଶ

ମେଘାଳୟର ବହୁଚର୍ଚ୍ଚିତ ହନିମୁନ୍ ମର୍ଡର ମାମଲାରେ ପ୍ରମୁଖ ଅଭିଯୁକ୍ତ ସୋନମ ରଘୁବଂଶୀଙ୍କୁ ବଡ଼ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ । ତାଙ୍କୁ ମିଳିଥିବା ଜାମିନକୁ ବାତିଲ୍ କରିବା ସହ ଆସନ୍ତା ତିନି ସପ୍ତାହ ମଧ୍ୟରେ ଟ୍ରାଏଲ କୋର୍ଟରେ ଆତ୍ମସମର୍ପଣ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ।

ମେଘାଳୟର ବହୁଚର୍ଚ୍ଚିତ ହନିମୁନ୍ ମର୍ଡର ମାମଲାରେ ପ୍ରମୁଖ ଅଭିଯୁକ୍ତ ସୋନମ ରଘୁବଂଶୀଙ୍କୁ ବଡ଼ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ । ତାଙ୍କୁ ମିଳିଥିବା ଜାମିନକୁ ବାତିଲ୍ କରିବା ସହ ଆସନ୍ତା ତିନି ସପ୍ତାହ ମଧ୍ୟରେ ଟ୍ରାଏଲ କୋର୍ଟରେ ଆତ୍ମସମର୍ପଣ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍ ଏମ୍‌. ଏମ୍‌. ସୁନ୍ଦରେଶ ଏବଂ ଜଷ୍ଟିସ୍ ପି. ବି. ବାରାଲେଙ୍କ ଖଣ୍ଡପୀଠ ମେଘାଳୟ ସରକାରଙ୍କ ଆବେଦନକୁ ଗ୍ରହଣ କରି କହିଛନ୍ତି, ବିଚାର ପ୍ରକ୍ରିୟା ଚାଲିଥିବା ବେଳେ ସୋନମଙ୍କ ଜାମିନରେ ରହିବା ମାମଲାର ଶୁଣାଣିକୁ ପ୍ରଭାବିତ କରିପାରେ । ତେବେ କୋର୍ଟ କହିଛନ୍ତି, ଯଦି ଛଅ ମାସ ମଧ୍ୟରେ ବିଚାର ପ୍ରକ୍ରିୟାରେ ଆଶାନୁରୂପ ଅଗ୍ରଗତି ନ ହୁଏ, ତେବେ ସୋନମ ପୁଣି ଥରେ ଜାମିନ ପାଇଁ ଆବେଦନ କରିପାରିବେ ।

ଏହି ମାମଲାରେ ପୂର୍ବରୁ ଶିଲଙ୍ଗ ଟ୍ରାଏଲ କୋର୍ଟ ଏବଂ ପରେ ମେଘାଳୟ ହାଇକୋର୍ଟ ସୋନମଙ୍କୁ ଜାମିନ ଦେଇଥିଲେ । ଗିରଫ ସମୟରେ ଆବଶ୍ୟକ ଆଇନଗତ ପ୍ରକ୍ରିୟାରେ ତ୍ରୁଟି ଥିବା ଆଧାରରେ ତାଙ୍କୁ ଏହି ରିହାତି ମିଳିଥିଲା । କିନ୍ତୁ ସୁପ୍ରିମକୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରିନାହାନ୍ତି ।

୨୦୨୫ ମେ’ ମାସରେ ବିବାହ ପରେ ସୋନମ ଓ ତାଙ୍କ ସ୍ୱାମୀ ରାଜା ରଘୁବଂଶୀ ହନିମୁନ୍ ପାଇଁ ମେଘାଳୟ ଯାଇଥିଲେ । କିଛି ଦିନ ପରେ ରାଜାଙ୍କ ମୃତଦେହ ଏକ ଖାତରୁ ଉଦ୍ଧାର ହୋଇଥିଲା । ପୁଲିସର ଅଭିଯୋଗ ଅନୁସାରେ, ସୋନମ ତାଙ୍କ କଥିତ ପ୍ରେମିକ ରାଜ କୁଶୱାହା ଏବଂ ଅନ୍ୟ ତିନି ଜଣଙ୍କ ସହ ମିଶି ପ୍ରାୟ ୨୦ ଲକ୍ଷ ଟଙ୍କାର ସୁପାରି ଦେଇ ଏହି ହତ୍ୟାକାଣ୍ଡର ଷଡ଼ଯନ୍ତ୍ର କରିଥିଲେ । ସୋନମ ତେବେ ନିଜ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରି ତାଙ୍କୁ ମିଥ୍ୟା ମାମଲାରେ ଫସାଯାଇଥିବା ଦାବି କରିଆସୁଛନ୍ତି ।

Leave a Reply

Your email address will not be published. Required fields are marked *