ପଞ୍ଚାୟତ କାର୍ଯ୍ୟାଳୟରୁ ଲୁଟ୍। ଲୁଟିନେଲେ ମନରେଗା ପ୍ରକଳ୍ପର ଫାଇଲ, ଅଫିସିଆଲ ଷ୍ଟାମ୍ପ ସହ ସମସ୍ତ ଅଫିସ ସାମଗ୍ରୀ । ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଧାନଘେରା ପଞ୍ଚାୟତ କାର୍ଯ୍ୟାଳୟରୁ
ପଞ୍ଚାୟତ କାର୍ଯ୍ୟାଳୟରୁ ଲୁଟ୍। ଲୁଟିନେଲେ ମନରେଗା ପ୍ରକଳ୍ପର ଫାଇଲ, ଅଫିସିଆଲ ଷ୍ଟାମ୍ପ ସହ ସମସ୍ତ ଅଫିସ ସାମଗ୍ରୀ । ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଧାନଘେରା ପଞ୍ଚାୟତ କାର୍ଯ୍ୟାଳୟରୁ । ଆଜି ପଞ୍ଚାୟତର ଯୋଗାଣ ସହାୟକ କାର୍ଯ୍ୟାଳୟକୁ ଆସି କାର୍ଯ୍ୟାଳୟର ମୁଖ୍ୟ ଗେଟ ତାଲା ଭଙ୍ଗା ଯାଇଥିବା ଦେଖି ପିଇଓଙ୍କୁ ଫୋନ କରି ଜଣାଇଥିଲେ। ପିଇଓ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଲୁଟ୍ ହୋଇଥିବା ନେଇ ଜାଣିବାକୁ ପାଇଥିଲେ ।
ଦୁର୍ବୃତ୍ତ ଆଲ୍ମିରା ତାଲା ଭାଙ୍ଗି ସମ୍ପୂର୍ଣ୍ଣ ହୋଇଥିବା ମନରେଗା ପ୍ରକଳ୍ପ ଫାଇଲ୍ ଏବଂ ଅନ୍ୟ ଏକ ଆଲ୍ମିରା ଲକର୍ ଭାଙ୍ଗି ସେଥିରେ ଥିବା ଅଫିସିଆଲ୍ ଷ୍ଟାମ୍ପ ଓ ଅଫିସର ଅନ୍ୟାନ୍ୟ ସାମଗ୍ରୀ ଏବଂ ଇନଭାର୍ଟର ବ୍ୟାଟେରୀ ଲୁଟି ନେଇଛନ୍ତି । ମନରେଗାରେ ହୋଇଥିବା କୌଣସି ଦୁର୍ନୀତିକୁ ଲୁଚାଇବା ପାଇଁ ଏହି ଲୁଟ କରାଯାଇଥିବା ଅନୁମାନ କରାଯାଉଛି । ସେପଟେ ଏ ନେଇ ଥାନାରେ ଅଭିଯୋଗ ହେବା ପରେ ଉଦଳା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

