ହୀରାକୁଦ ଜଳଭଣ୍ଡାରରେ ବଢ଼ୁଛି ଜଳସ୍ତର । ଉପର ମୁଣ୍ଡରେ ଲଗାଣ ବର୍ଷା ଓ ଜଳ ପ୍ରବେଶ ବୃଦ୍ଧି ପାଇବା ପରେ ଡ୍ୟାମରୁ ଆଉ ୧୦ଟି ଗେଟ୍ ଖୋଲିଛି ହୀରାକୁଦ କର୍ତ୍ତୃପକ୍ଷ । ବର୍ତ୍ତମାନ ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ।
ହୀରାକୁଦ ଜଳଭଣ୍ଡାରରେ ବଢ଼ୁଛି ଜଳସ୍ତର । ଉପର ମୁଣ୍ଡରେ ଲଗାଣ ବର୍ଷା ଓ ଜଳ ପ୍ରବେଶ ବୃଦ୍ଧି ପାଇବା ପରେ ଡ୍ୟାମରୁ ଆଉ ୧୦ଟି ଗେଟ୍ ଖୋଲିଛି ହୀରାକୁଦ କର୍ତ୍ତୃପକ୍ଷ । ବର୍ତ୍ତମାନ ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ସେପଟେ ମହାନଦୀର ତଳମୁଣ୍ଡରେ ବନ୍ୟାଜଳ ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଥିବା ସୂଚନା ମିଳିଛି । ବଢ଼ୁଥିବା ଜଳସ୍ତରକୁ ଦୃଷ୍ଟିରେ ରଖି ହୀରାକୁଦ ଡ୍ୟାମରୁ ପର୍ଯ୍ୟାୟକ୍ରମେ ଗେଟ୍ ଖୋଲାଯାଉଛି । ଜଳଭଣ୍ଡାରକୁ ପ୍ରବେଶ କରୁଥିବା ଜଳର ପରିମାଣ ବଢ଼ିବା ପରେ ଆଉ ୧୦ଟି ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।
ଏବେ ମୋଟ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ହୀରାକୁଦରୁ ନିଷ୍କାସିତ ଜଳ ମହାନଦୀ ଦେଇ ତଳ ଅଞ୍ଚଳକୁ ପ୍ରବାହିତ ହେଉଛି । ତେବେ ପୂର୍ବରୁ ଦେଖାଦେଇଥିବା ବନ୍ୟା ପରିସ୍ଥିତିରେ ଏବେ ଧୀରେ ଧୀରେ ସୁଧାର ଆସୁଛି । କଟକ ମୁଣ୍ଡୁଳି ସମେତ ବିଭିନ୍ନ ସ୍ଥାନରେ ମହାନଦୀର ଜଳ ପ୍ରବାହ ସ୍ଥିତି ନିରୀକ୍ଷଣ କରାଯାଉଛି । ଜଳ ସମ୍ପଦ ବିଭାଗ ପକ୍ଷରୁ ଡ୍ୟାମ ଓ ନଦୀର ସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି । ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

