ମୂଳାଷ୍ଟମୀରେ ଶକ୍ତିପୀଠ ଚଳଚଞ୍ଚଳ, ଷୋଡ଼ଶ ଉପଚାରରେ ମାଆଙ୍କ ପୂଜା

ଓଡ଼ିଶାର ପ୍ରସିଦ୍ଧ ଶକ୍ତି ପୀଠମାନଙ୍କରେ ମା’ଙ୍କର ଷୋଡ଼ଶ ଉପଚାର ପୂଜା ଆରମ୍ଭ ହେବ । ମା’ କଟକ ଚଣ୍ଡୀଙ୍କ ଠାରେ ଆରମ୍ଭ ହେବ ଷୋଡ଼ଶ ଉପଚାର ପୂଜା । ଘଟ ପ୍ରତିଷ୍ଠା ପରେ ଆସନ୍ତାକାଲି ଠାରୁ ୧୬ ବେଶରେ ଦର୍ଶନ ନ ଦେବେ ମା’ କଟକ ଚଣ୍ଡୀ ।

ଆଜି ମୂଳାଷ୍ଟମୀ । ଓଡ଼ିଶାର ପ୍ରସିଦ୍ଧ ଶକ୍ତି ପୀଠମାନଙ୍କରେ ମା’ଙ୍କର ଷୋଡ଼ଶ ଉପଚାର ପୂଜା ଆରମ୍ଭ ହେବ । ମା’ କଟକ ଚଣ୍ଡୀଙ୍କ ଠାରେ ଆରମ୍ଭ ହେବ ଷୋଡ଼ଶ ଉପଚାର ପୂଜା । ଘଟ ପ୍ରତିଷ୍ଠା ପରେ ଆସନ୍ତାକାଲି ଠାରୁ ୧୬ ବେଶରେ ଦର୍ଶନ ନ ଦେବେ ମା’ କଟକ ଚଣ୍ଡୀ । ମା’ଙ୍କ ସବୁଠାରୁ ବଡ଼ ପର୍ବ ହେଉଛି ଦୁର୍ଗାପୂଜା। ସେଥିପାଇଁ ସଜେଇ ହୋଇଛି ମା’ କଟକ ଚଣ୍ଡୀଙ୍କ ପୀଠ। ସେହିପରି କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପୀଠରେ ଆଜି ଠାରୁ ମାଆଙ୍କ ସହସ୍ର କୁମ୍ଭାଭିଷେକ ।

୧୦୮ ସୁବାସିତ ଜଳରେ ମାଆ ସ୍ନାନ କରିବେ । ଶୟନରତ ଥିବା ମା’ ମଙ୍ଗଳାମୟୀଙ୍କୁ ଜାଗ୍ରତ କରାଯିବ । ଘଣ୍ଟ ଘଣ୍ଟା ମନ୍ତ୍ର ପାଠ ସହ କମ୍ପି ଉଠିବ ମା’ଙ୍କ ମନ୍ଦିର। ସେଥିପାଇଁ ମା’ଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ଜମିବା ଆରମ୍ଭ ହୋଇଛି l ଆଜିଠାରୁ ପାର୍ବଣ ଋତୁ ଆରମ୍ଭ ହେବ । ଏବେ ପଞ୍ଚ ଉପଚାରରେ ପୂଜା ନୀତି ଚାଲୁଥିବାବେଳେ ଆଜିଠାରୁ ନୀତି ପରିବର୍ତନ ହୋଇ ଷୋଡ଼ଶ ଉପଚାର ରେ ପୂଜା ନୀତି ଚାଲିବ । ସେଥିପାଇଁ ପାଇଁ ସ୍ୱତନ୍ତ୍ର ଭାବେ ସଂକଳ୍ପିତ ପୂଜା ପଣ୍ଡା ନିଷ୍ଠାର ସହ ଏହି ୧୬ଦିନ ବ୍ୟାପି ପୂଜା କରିବେ ।

Leave a Reply

Your email address will not be published. Required fields are marked *