ଏସିଆନ୍ ଗେମ୍ସ କ୍ରିକେଟରେ ଆଜି ହାଇଭୋଲଟେଜ୍ ମ୍ୟାଚ। ସ୍ବର୍ଣ୍ଣ ପଦକ ପାଇଁ ଲଢ଼ିବେ ଦୁଇ ଚିରପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ। ଭାରତୀୟ ସମୟ ଅନୁସାରେ, ସକାଳ ୧୦ଟା ବେଳେ ଖେଳାଯିବ ମୁକାବିଲା ।
ଏସିଆନ୍ ଗେମ୍ସ କ୍ରିକେଟରେ ଆଜି ହାଇଭୋଲଟେଜ୍ ମ୍ୟାଚ। ସ୍ବର୍ଣ୍ଣ ପଦକ ପାଇଁ ଲଢ଼ିବେ ଦୁଇ ଚିରପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ। ଭାରତୀୟ ସମୟ ଅନୁସାରେ, ସକାଳ ୧୦ଟା ବେଳେ ଖେଳାଯିବ ମୁକାବିଲା । ଉଭୟ ଦଳ ପ୍ରଥମଥର ଲାଗି ଏସିଆନ୍ ଗେମ୍ସରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଏଥିପାଇଁ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଟି-୨୦ ଫର୍ମାଟରେ ଏହି ମ୍ୟାଚ୍ ଖେଳାଯିବ । ରେକର୍ଡ ଦୃଷ୍ଟିରୁ ଭାରତର ପଲା ଭାରୀ ଲାଗୁଛି। ଟି-୨୦ ଫର୍ମାଟରେ ଉଭୟ ଦଳ ପରସ୍ପରକୁ ୧୭ଥର ଭେଟିଛନ୍ତି । ଯେଉଁଥିରେ ଭାରତ ୧୪ଟି ମ୍ୟାଚ୍ ଜିତିଥିବା ବେଳେ ପାକିସ୍ତାନ ମାତ୍ର ୩ଟିରେ ବିଜୟୀ ହୋଇଛି । ତେବେ ଉଭୟ ଦଳ ମଧ୍ୟରେ ଶେଷ ୬ଟି ମ୍ୟାଚରେ ଭାରତ ଅପରାଜେୟ ରହିଛି। ଭାରତ ସେମିଫାଇନାଲରେ ଶ୍ରୀଲଙ୍କାକୁ ୧୨୪ ରନରେ ହରାଇ ବଡ଼ ବିଜୟ ହାସଲ କରିଥିଲା ।
ପାକିସ୍ତାନ ୬ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଥିଲା । ଭାରତ ପୂର୍ଣ୍ଣାଙ୍ଗ ଦଳ ନେଇ ଖେଳୁଥିବା ବେଳେ ପାକିସ୍ତାନ ଯୁବ ଖେଳାଳିଙ୍କୁ ନେଇ ଖେଳୁଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଭାରତର ନଜର ସ୍ବର୍ଣ୍ଣ ପଦକ ଉପରେ। କାରଣ ଗତ ସଂସ୍କରଣରେ ବି ଭାରତ ସ୍ବର୍ଣ୍ଣ ପଦକ ହାତେଇଥିଲା । ଭାରତର ବ୍ୟାଟିଂ ଅର୍ଡର ଅଭିଷେକ, ବୈଭବ ସୂର୍ଯ୍ୟବଂଶୀ, ସଞ୍ଜୁ ସାମସନ, ଈଶାନ କିଷନଙ୍କ ଉପରେ ନିର୍ଭର କରିବ । ସେହିପରି ବୋଲିଂରେ ବୁମରା ଓ ଅକ୍ଷର ପଟେଲଙ୍କ ଠାରୁ ଆଉଏକ ଭଲ ସ୍ପେଲ୍ ଆଶା କରୁଛି ଦଳ ।

