ମୁଣ୍ଡରେ ଲାଗିବ ‘Temple’, ମାପିବ ମସ୍ତିଷ୍କ! ଦୀପିନ୍ଦରଙ୍କ ନୂଆ ଟେକ୍ନୋଲୋଜି

ସ୍ମାର୍ଟୱାଚ୍‌ ପରେ ଏବେ ମସ୍ତିଷ୍କର ଖବର ରଖିବ ‘ଟେମ୍ପଲ୍’ । ଜୋମାଟୋ ସହ-ପ୍ରତିଷ୍ଠାତା ଦୀପିନ୍ଦର ଗୋୟଲ୍‌ଙ୍କ ନୂଆ ୱେୟାରେବଲ୍‌ ଡିଭାଇସ୍‌ Temple ଏବେ ବଜାରକୁ ଆସିବାକୁ ପ୍ରସ୍ତୁତ ।

ସ୍ମାର୍ଟୱାଚ୍‌ ପରେ ଏବେ ମସ୍ତିଷ୍କର ଖବର ରଖିବ ‘ଟେମ୍ପଲ୍’ । ଜୋମାଟୋ ସହ-ପ୍ରତିଷ୍ଠାତା ଦୀପିନ୍ଦର ଗୋୟଲ୍‌ଙ୍କ ନୂଆ ୱେୟାରେବଲ୍‌ ଡିଭାଇସ୍‌ Temple ଏବେ ବଜାରକୁ ଆସିବାକୁ ପ୍ରସ୍ତୁତ । ଏହି ଡିଭାଇସ୍‌ ପୂର୍ବରୁ ଦେଖାଯାଇଥିବା ମଡେଲ୍‌ ତୁଳନାରେ ଅଧାରୁ ମଧ୍ୟ ଛୋଟ ହୋଇଛି । Templeକୁ ସାଧାରଣ ସ୍ମାର୍ଟୱାଚ୍‌ କିମ୍ବା ଫିଟନେସ୍‌ ବ୍ୟାଣ୍ଡ ଭଳି କେବଳ ହାର୍ଟରେଟ୍‌, ଷ୍ଟେପ୍ସ କିମ୍ବା ଶରୀରର ଗତିବିଧି ମାପିବା ପାଇଁ ତିଆରି କରାଯାଇନାହିଁ । ଏହା ମସ୍ତିଷ୍କ ସହ ଜଡ଼ିତ ବିଭିନ୍ନ ସିଗ୍ନାଲ୍‌ ଉପରେ ନଜର ରଖିବା ପାଇଁ ଡିଜାଇନ୍‌ ହୋଇଛି ।

ଏହି ୱେୟାରେବଲ୍‌ ରିଅଲ୍‌-ଟାଇମ୍‌ରେ ମସ୍ତିଷ୍କକୁ ହେଉଥିବା ରକ୍ତ ପ୍ରବାହ ସହ ଅନ୍ୟାନ୍ୟ ସଙ୍କେତକୁ ଟ୍ରାକ୍‌ କରିବ । ଏଥିରୁ ଅକ୍ସିଜେନେସନ୍‌, କଗ୍ନିଟିଭ୍‌ ଲୋଡ୍‌ ଏବଂ ମସ୍ତିଷ୍କର କାର୍ଯ୍ୟକଳାପ ସହ ଜଡ଼ିତ ତଥ୍ୟ ମିଳିପାରିବ । ବିଶେଷକରି ଆଥଲେଟ୍‌ମାନଙ୍କ ପାଇଁ ଏହା ଉପଯୋଗୀ ହୋଇପାରେ । କାରଣ ଟ୍ରେନିଂ ପରେ ଥକାପଣ, ରିକଭରି, ଫୋକସ୍‌ ଏବଂ ନିଦ୍ରା ସମ୍ପର୍କରେ ଅଧିକ ତଥ୍ୟ ମିଳିବାର ସମ୍ଭାବନା ରହିଛି ।

ଦୀପିନ୍ଦର ଗୋୟଲ୍‌ଙ୍କ କହିବା ଅନୁସାରେ, Temple ଏବେ ବଜାରରେ ଉପଲବ୍ଧ ସବୁଠାରୁ ଛୋଟ ୱେୟାରେବଲ୍‌ ହୋଇଛି । ଏହାର ସୀମିତ ସଂସ୍କରଣ ପାଇଁ ଖୁବ୍‌ଶୀଘ୍ର ପ୍ରି-ଅର୍ଡର ଆରମ୍ଭ ହେବ । ୨୦୨୬ ଶେଷ ସୁଦ୍ଧା ଡିଭାଇସ୍‌ର ଡେଲିଭରି ଆରମ୍ଭ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି । ତେବେ ଏହାର ଅନ୍ତିମ ଦାମ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । ପୂର୍ବ ରିପୋର୍ଟ ଅନୁସାରେ ଏହାର ଦାମ ପ୍ରାୟ ୭୨ ହଜାର ଟଙ୍କା ହୋଇପାରେ । ଏବେ ନଜର, ଏହି ଛୋଟ ଡିଭାଇସ୍‌ ଭବିଷ୍ୟତରେ ୱେୟାରେବଲ୍‌ ଟେକ୍ନୋଲୋଜିରେ କେତେ ବଡ଼ ପରିବର୍ତ୍ତନ ଆଣୁଛି । 

Leave a Reply

Your email address will not be published. Required fields are marked *