ଭାରତ ଇତିହାସରେ କେବେ ବି ଇନଡୋର ଟ୍ରାକ ଆଣ୍ଡ ଫିଲଡ୍ ପ୍ରତିଯୋଗିତା ଆୟୋଜନ ହୋଇନି। ଓଡ଼ିଶା ସରକାରଙ୍କ ପାଇଁ ଏହା ଏକ ଗର୍ବର ବିଷୟ ବୋଲି କହିଛି ବିଶ୍ୱ ଆଥଲେଟିକ୍ସ ସଂଘ। ବିଶ୍ୱସ୍ତରୀୟ ଭିତ୍ତିଭୂମି ନେଇ ଓଡ଼ିଶାକୁ ଏହି ସୁଯୋଗ ମିଳିଛି। ଅନ୍ୟପଟେ ଶନିବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ବିଶ୍ୱ ଅଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ସିଲଭର ଲେବୁଲ ପ୍ରତିଯୋଗିତା।
ଯୁବ ଆଥଲେଟ୍ଙ୍କ ପାଇଁ ବଡ଼ ସୁଯୋଗ। ଓଡ଼ିଶାରେ ହେବ ବିଶ୍ୱ ଇନ୍ଡୋର ଆଥଲେଟିକ୍ ଚାମ୍ପିୟନସିପ୍। ଭାରତ ଇତିହାସରେ ପ୍ରଥମ ଥର ପାଇଁ ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜନ ହେଉଥିବା ବେଳେ ଏହାର ଆୟୋଜକ ରହିଛି ଓଡ଼ିଶା। ଭାଗ ନେବେ ୧୨୦ ଦେଶର ଖେଳାଳି। ତେଣୁ ଏହାର ପ୍ରସ୍ତୁତି ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି ସ୍ୱତନ୍ତ୍ର କମିଟି। ସେପଟେ ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ସିଲଭର୍ ଲେଭଲ ଚାମ୍ପିୟନସିପ।
ଓଡ଼ିଶା କ୍ରୀଡ଼ା ଜଗତରେ ଯୋଡ଼ି ହେବ ଆଉ ଦୁଇଟି ବଡ଼ ପ୍ରତିଯୋଗିତା। ଯୁବ ଖେଳାଳିଙ୍କ ପାଇଁ ବଡ଼ ସୁଯୋଗ ଆଣିଛି ରାଜ୍ୟ କ୍ରୀଡ଼ା ବିଭାଗ। ୨୦୨୮ ଜାନୁଆରିରେ ହେବ ଏସିଆନ ଇନଡୋର ଆଥଲେଟିକ୍ସ। ସେହିପରି ମାର୍ଚ୍ଚ ୩ରୁ ୫ ଯାଏଁ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ବିଶ୍ୱ ଇନଡୋର ଆଥଲେଟିକ୍ସ ଚାମ୍ପିୟନସିପ। ଭାଗ ନେବେ ୧୨୦ ଦେଶର ୪ଶହରୁ ଅଧିକ ଆଥଲେଟ୍। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୪୦ରୁ ୫୦ଟି ଦେଶ ଭାଗ ନେଉଥିବା ବେଳେ ଏହି ବିଶ୍ୱ ଚାମ୍ପିୟନସିପରେ ୧୨୦ ଦେଶ ଭାଗ ନେବ।
ଭାରତ ଇତିହାସରେ କେବେ ବି ଇନଡୋର ଟ୍ରାକ ଆଣ୍ଡ ଫିଲଡ୍ ପ୍ରତିଯୋଗିତା ଆୟୋଜନ ହୋଇନି। ଓଡ଼ିଶା ସରକାରଙ୍କ ପାଇଁ ଏହା ଏକ ଗର୍ବର ବିଷୟ ବୋଲି କହିଛି ବିଶ୍ୱ ଆଥଲେଟିକ୍ସ ସଂଘ। ବିଶ୍ୱସ୍ତରୀୟ ଭିତ୍ତିଭୂମି ନେଇ ଓଡ଼ିଶାକୁ ଏହି ସୁଯୋଗ ମିଳିଛି। ଅନ୍ୟପଟେ ଶନିବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ବିଶ୍ୱ ଅଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ସିଲଭର ଲେବୁଲ ପ୍ରତିଯୋଗିତା।
ଶନିବାର ହେବାକୁ ଥିବା ଦିନିକିଆ କଣ୍ଟିନେଣ୍ଟାଲ୍ ପ୍ରତିଯୋଗିତାରେ ୨୭ଟି ଦେଶରୁ ୧୮୭ ଜଣ ଆଥଲେଟ୍ ଭାଗ ନେବେ। ଯେଉଁଥିରେ ୧୨ଟି ଏସୀୟ ଦେଶର ୧୪୩ ଜଣ ଶ୍ରେଷ୍ଠ ଖେଳାଳି ସାମିଲ ଅଛନ୍ତି। ଘରୋଇ ମାଟିରେ ୮୮ ଜଣ ଭାରତୀୟ ଏବଂ ୯୯ ଜଣ ଅନ୍ତର୍ଜାତୀୟ ଖେଳାଳିଙ୍କ ମଧ୍ୟରେ ହେବ କଡ଼ା ମୁକାବିଲା। ମୁଖ୍ୟ ଅନ୍ତର୍ଜାତୀୟ ଦଳଗୁଡ଼ିକ ମଧ୍ୟରେ ଶ୍ରୀଲଙ୍କାରୁ ୨୪, ଦକ୍ଷିଣ ଆଫ୍ରିକାରୁ ୧୭ ଏବଂ ବ୍ରାଜିଲରୁ ୧୧ ଜଣ ଆଥଲେଟ୍ ଯୋଗ ଦେଉଛନ୍ତି।