ମହାରାଷ୍ଟ୍ର କଂଗ୍ରେସରେ ବଡ଼ ବିବାଦ, ଦୁଇ ସାଂସଦ ହାତାହାତି

୧୦ ସେକେଣ୍ଡର ଭିଡିଓରେ ରାମଟେକ ସାଂସଦ ଶ୍ୟାମ କୁମାର ବର୍ଭେ ଠିଆ ହୋଇ ତାଙ୍କ ପାଖରେ ବସିଥିବା ଚନ୍ଦ୍ରପୁର ସାଂସଦ ପ୍ରତିଭା ଧନୋରକରଙ୍କୁ ଚାପୁଡ଼ା ମାରୁଥିବାର ଦେଖାଯାଉଛି। ଭିଡିଓର ପ୍ରାରମ୍ଭିକ ମୁହୂର୍ତ୍ତରେ ପ୍ରତିଭା ଧନୋରକର କୌଣସି ପ୍ରତିକ୍ରିୟା ଦେଉନାହାନ୍ତି, କିନ୍ତୁ ପରେ ସେ ସାଂସଦ ବର୍ଭେଙ୍କ ଆଡ଼କୁ ରାଗି ଚାହିଁ ରହିଥିବା ଦେଖାଯାଉଛି। 

 କଂଗ୍ରେସ ଦଳ ଭିତରେ ଅନୁଶାସନହୀନତା ଏବଂ ମହିଳା ନେତାଙ୍କ ପ୍ରତି ଅସମ୍ମାନକୁ ନେଇ ଏକ ବଡ଼ ବିବାଦ ଦେଖାଦେଇଛି। ଦିଲ୍ଲୀର ରାମଲୀଳା ମୈଦାନରେ ଅନୁଷ୍ଠିତ ‘ଭୋଟ୍ ବଚାଓ ଦେଶ ବଚାଓ’ ରାଲିରେ ଦୁଇ ଜଣ କଂଗ୍ରେସ ସାଂସଦ ବସ୍‌ରେ ଯାତ୍ରା କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓରେ ମହାରାଷ୍ଟ୍ରର ରାମଟେକର କଂଗ୍ରେସ ସାଂସଦ ଶ୍ୟାମ କୁମାର ବର୍ଭେ ଚନ୍ଦ୍ରପୁରର ମହିଳା ସାଂସଦ ପ୍ରତିଭା ଧନୋରକରଙ୍କୁ ଚାପୁଡ଼ା ମାରୁଥିବା ଦେଖିଯାଉଛି। ଏନେଇ ଦଳର ଶୀର୍ଷ ନେତୃତ୍ୱଙ୍କ ନିକଟରେ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରାଯାଇଛି।

ଘଟଣାଟି ନଭେମ୍ବର ୧ ତାରିଖରେ ଘଟିଥିଲା। ଯେତେବେଳେ କଂଗ୍ରେସ ସାଂସଦ ଦିଲ୍ଲୀରେ ଏକ ଦଳୀୟ ରାଲିରେ ଯୋଗଦେବା ପାଇଁ ବସ୍ ଯୋଗେ ରାମଲୀଳା ମଇଦାନକୁ ଯାତ୍ରା କରୁଥିଲେ। ବସ୍‌ରେ ଦଳର ଅନ୍ୟ ଅନେକ ନେତା ଏବଂ ଅଧିକାରୀ ମଧ୍ୟ ଥିଲେ।

୧୦ ସେକେଣ୍ଡର ଭିଡିଓରେ ରାମଟେକ ସାଂସଦ ଶ୍ୟାମ କୁମାର ବର୍ଭେ ଠିଆ ହୋଇ ତାଙ୍କ ପାଖରେ ବସିଥିବା ଚନ୍ଦ୍ରପୁର ସାଂସଦ ପ୍ରତିଭା ଧନୋରକରଙ୍କୁ ଚାପୁଡ଼ା ମାରୁଥିବାର ଦେଖାଯାଉଛି। ଭିଡିଓର ପ୍ରାରମ୍ଭିକ ମୁହୂର୍ତ୍ତରେ ପ୍ରତିଭା ଧନୋରକର କୌଣସି ପ୍ରତିକ୍ରିୟା ଦେଉନାହାନ୍ତି, କିନ୍ତୁ ପରେ ସେ ସାଂସଦ ବର୍ଭେଙ୍କ ଆଡ଼କୁ ରାଗି ଚାହିଁ ରହିଥିବା ଦେଖାଯାଉଛି। 

ଏହି ଭିଡିଓକୁ ବସ୍‌ରେ ଯାତ୍ରା କରୁଥିବା ଅନ୍ୟ ଜଣେ କଂଗ୍ରେସ ନେତା କିମ୍ବା ଅଧିକାରୀଙ୍କ ଦ୍ୱାରା ରେକର୍ଡ ହୋଇଥିବା ଅନୁମାନ କରାଯାଉଛି। ପରେ ଏହା ଦଳୀୟ ମହଲ ଏବଂ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। 

ଭିଡିଓ ପ୍ରକାଶ ପାଇବା ପରେ, କିଛି ରାଜ୍ୟ କଂଗ୍ରେସ ଅଧିକାରୀ ଏବଂ ନେତା ଏହାକୁ ଏକ ଗୁରୁତର ଅନୁଶାସନହୀନତା ବୋଲି ଦର୍ଶାଇ ଦଳର ହାଇକମାଣ୍ଡଙ୍କୁ ଏକ ଆନୁଷ୍ଠାନିକ ଇମେଲ୍ ଅଭିଯୋଗ ପଠାଇଥିଲେ। ଇମେଲ୍ କଂଗ୍ରେସର ସଭାପତି ମଲ୍ଲିକାର୍ଜୁନ୍ ଖଡ୍‌ଗେ,ରାହୁଲ ଗାନ୍ଧୀ, କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ସାଂଗଠନିକ ସାଧାରଣ ସମ୍ପାଦକ କେ.ସି. ଭେଣୁଗୋପାଳ ଏବଂ ମହାରାଷ୍ଟ୍ରରେ କଂଗ୍ରେସ ଦାୟିତ୍ୱରେ ଥିବା ସିରିଭେଲା ପ୍ରସାଦଙ୍କ ପାଖକୁ ପଠାଯାଇଛି। 

ଅଭିଯୋଗ ପତ୍ରରେ ଲେଖାଯାଇଛି ଯେ, ଯେତେବେଳେ ଦଳ ଦେଶରେ ଗଣତନ୍ତ୍ର, ସମ୍ବିଧାନ ଏବଂ ମହିଳାଙ୍କ ଅଧିକାର ଏବଂ ମର୍ୟ୍ୟାଦା ରକ୍ଷା ପାଇଁ ଲଢୁଛି, ସେତେବେଳେ ଜଣେ ନିର୍ବାଚିତ ସାଂସଦଙ୍କ ଏପରି ଆଚରଣ ଦଳର ଭାବମୂର୍ତ୍ତିକୁ ବଡ଼ କ୍ଷତି ପହଞ୍ଚାଉଛି ଏବଂ ଜନସାଧାରଣଙ୍କ ପାଖକୁ ଏକ ଭୁଲ୍ ବାର୍ତ୍ତା ଯାଉଛି।
ଅଭିଯୋଗକାରୀମାନେ ଦାବି କରିଛନ୍ତି, ଦଳର ସଭାପତି ମଲ୍ଲିକାର୍ଜୁନ ଏହି ଘଟଣାର ତୁରନ୍ତ ବିଚାର କରନ୍ତୁ ଏବଂ ଅଭିଯୁକ୍ତ ସାଂସଦଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ସାଙ୍ଗଠନିକ ଶୃଙ୍ଖଳା ଏବଂ ମହିଳା ନେତ୍ରୀଙ୍କ ମର୍ୟ୍ୟାଦା ବଜାୟ ରଖନ୍ତୁ

Leave a Reply

Your email address will not be published. Required fields are marked *