ସ୍ପେନ ଟ୍ରେନ୍ ଦୁର୍ଘଟଣାରେ ୬୯ ମୃତ ଘଟଣା, ଇସ୍ତଫା ଦେଲେ ପରିବହନ ମନ୍ତ୍ରୀ

ଚଳିତ ବର୍ଷ ମାଦ୍ରିଦ-ସେଭିଲ୍ ରେଳ ଲାଇନରେ ଏହା ଦ୍ୱିତୀୟ ବଡ଼ ଦୁର୍ଘଟଣା ଥିଲା। ଜାନୁଆରି ମାସର ପ୍ରାରମ୍ଭରେ, ସମାନ ରୁଟ୍‌ରେ ଦକ୍ଷିଣ ଦିଗକୁ ଯାତ୍ରା କରୁଥିବା ଏକ ଟ୍ରେନ୍ ଦୁଇ ଘଣ୍ଟାରୁ ଅଧିକ ସମୟ ପରେ ଲାଇନଚ୍ୟୁତ ହୋଇଥିଲା ଏବଂ ବିପରୀତ ଦିଗରେ ଯାତ୍ରା କରୁଥିବା ଅନ୍ୟ ଏକ ଟ୍ରେନ୍ ସହିତ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୪୬ ଜଣଙ୍କ ଜୀବନ ଯାଇଥିଲା। ସେହି ଦୁର୍ଘଟଣାର ତଦନ୍ତ ଏପର୍ୟ୍ୟନ୍ତ ଜାରି ରହିଛି। ଏହି ଦୁଇଟି ଧକ୍କା ସ୍ପେନର ରେଳ ନେଟୱାର୍କର ସୁରକ୍ଷା ବିଷୟରେ ନୂତନ ଚିନ୍ତା ସୃଷ୍ଟି କରିଛି। ଏହି ସଦ୍ୟତମ ଦୁର୍ଘଟଣା ସ୍ପେନର ଜାତୀୟ ନିର୍ବାଚନର ଚାରି ସପ୍ତାହ ପୂର୍ବରୁ ଘଟିଥିଲା।

ସ୍ପେନର ପରିବହନ ମନ୍ତ୍ରୀ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି। ମାଦ୍ରିଦର ଦକ୍ଷିଣରେ ଏକ ହାଇ-ସ୍ପିଡ୍ ଟ୍ରେନ୍ ଦୁର୍ଘଟଣାର ଛଅ ଦିନ ପରେ ସେ ନିଜକୁ ଉତ୍ତରଦାୟୀ କରି ମଙ୍ଗଳବାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଦୁର୍ଘଟଣାରେ ୬୯ ଜଣଙ୍କର ମୃତ୍ୟୁ ଘଟିଥିଲା । ପରିବହନ ମନ୍ତ୍ରୀ ଅସ୍କାର ପୁଏଣ୍ଟେ ସାଂସଦଙ୍କ ସମ୍ମୁଖରେ ଏକ ଘଣ୍ଟା ଧରି ନିଜର ମତ ରଖି ଶେଷରେ ଏହି ଘୋଷଣା କରିଛନ୍ତି। ଉଲ୍ଲେଖନୀୟ, ଏହି ଦୁର୍ଘଟଣା ସ୍ପେନର ବିଶାଳ ହାଇ-ସ୍ପିଡ୍ ରେଳ ନେଟୱାର୍କରେ ଚଳିତ ବର୍ଷ ଦ୍ୱିତୀୟ ଏଭଳି ମାରାତ୍ମକ ଦୁର୍ଘଟଣା ଥିଲା।ସ୍ପେନ୍ ଭଳି ଦେଶରେ ଗୋଟିଏ ବର୍ଷରୁ କମ୍ ସମୟ ମଧ୍ୟରେ ଦୁଇଟି ଦୁର୍ଘଟଣା ପରେ କୌଣସି ପରିବହନ ମନ୍ତ୍ରୀ ପଦବୀରେ ରହିପାରିବେ ନାହିଁ। ଏହା ରାଜନୈତିକ ମର୍ୟ୍ୟାଦା ଏବଂ ପୀଡିତଙ୍କ ପ୍ରତି ସହାନୁଭୂତିର ପ୍ରଶ୍ନ ବୋଲି ଅସ୍କାର ପୁଏଣ୍ଟେ ସାଂସଦଙ୍କୁ କହିଥିଲେ। ଅକ୍ଟୋବର ୨୮ ତାରିଖରେ ଦୁର୍ଘଟଣା ଘଟିଥିଲା।  ଏକ ଦ୍ରୁତଗାମୀ ଟ୍ରେନ୍ ଟ୍ରାକରେ ଠିଆ ହୋଇଥିବା ଅନ୍ୟ ଏକ ଟ୍ରେନ୍ ସହିତ ଧକ୍କା ଦେଇଥିଲା। ମାଡ୍ରିଡ୍-ସେଭିଲ୍ ଲାଇନରେ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ ବ୍ୟବସ୍ଥା ବିଫଳ ହେବା ଯୋଗୁଁ ଦୁର୍ଘଟଣା ହୋଇଥିଲା।

ଚଳିତ ବର୍ଷ ମାଦ୍ରିଦ-ସେଭିଲ୍ ରେଳ ଲାଇନରେ ଏହା ଦ୍ୱିତୀୟ ବଡ଼ ଦୁର୍ଘଟଣା ଥିଲା। ଜାନୁଆରି ମାସର ପ୍ରାରମ୍ଭରେ, ସମାନ ରୁଟ୍‌ରେ ଦକ୍ଷିଣ ଦିଗକୁ ଯାତ୍ରା କରୁଥିବା ଏକ ଟ୍ରେନ୍ ଦୁଇ ଘଣ୍ଟାରୁ ଅଧିକ ସମୟ ପରେ ଲାଇନଚ୍ୟୁତ ହୋଇଥିଲା ଏବଂ ବିପରୀତ ଦିଗରେ ଯାତ୍ରା କରୁଥିବା ଅନ୍ୟ ଏକ ଟ୍ରେନ୍ ସହିତ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୪୬ ଜଣଙ୍କ ଜୀବନ ଯାଇଥିଲା। ସେହି ଦୁର୍ଘଟଣାର ତଦନ୍ତ ଏପର୍ୟ୍ୟନ୍ତ ଜାରି ରହିଛି। ଏହି ଦୁଇଟି ଧକ୍କା ସ୍ପେନର ରେଳ ନେଟୱାର୍କର ସୁରକ୍ଷା ବିଷୟରେ ନୂତନ ଚିନ୍ତା ସୃଷ୍ଟି କରିଛି। ଏହି ସଦ୍ୟତମ ଦୁର୍ଘଟଣା ସ୍ପେନର ଜାତୀୟ ନିର୍ବାଚନର ଚାରି ସପ୍ତାହ ପୂର୍ବରୁ ଘଟିଥିଲା।

ସ୍ପେନର ହାଇ-ସ୍ପିଡ୍ ରେଳ ନେଟୱାର୍କକୁ ଏହାର ସବୁଠାରୁ ବଡ଼ ସଫଳତା ମଧ୍ୟରୁ ଗୋଟିଏ ବୋଲି କୁହାଯାଇଥାଏ। ଏହା ଚୀନ୍ ପରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ନେଟୱାର୍କ। ତିନି ଦଶନ୍ଧିରୁ ଅଧିକ ସମୟ ଧରି ଏହା ଆରମ୍ଭ ହେବା ପରଠାରୁ ଚଳିତ ବର୍ଷ ପର୍ୟ୍ୟନ୍ତ କୌଣସି ମାରାତ୍ମକ ଦୁର୍ଘଟଣା ଘଟି ନଥିଲା।

Leave a Reply

Your email address will not be published. Required fields are marked *