ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଏକାଧିକ ବିବାହ କରିଥିଲେ ଚାକିରି ଯିବ

ଅଭିଯୁକ୍ତ ଭବିଷ୍ୟତରେ ଚାକିରି ପାଇଁ ମଧ୍ୟ ଅଯୋଗ୍ୟତା ରହିବ। ଏହି କଠୋର ଦଣ୍ଡକୁ ଅନ୍ତର୍ଭୁକ୍ତ କରିବା ପାଇଁ କ୍ୟାବିନେଟ୍ ନିୟମ ୭ର ଧାରା ୬ ଯୋଡିଛି। ଯେହେତୁ ଆସାମରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ କରାଯାଇଛି, ଏହା ହିନ୍ଦୁ, ମୁସଲିମ ଏବଂ ଖ୍ରୀଷ୍ଟିଆନ ସମସ୍ତଙ୍କ ପାଇଁ ସମାନ ଭାବରେ ପ୍ରଯୁଜ୍ୟ ହେବ।

ଆସାମର ସରକାରୀ କର୍ମଚାରୀଙ୍କ ସମ୍ପର୍କରେ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଘୋଷଣା କରିଛନ୍ତି ଯେ, ରାଜ୍ୟର ଯେକୌଣସି ସରକାରୀ କର୍ମଚାରୀ ଯଦି ଏକାଧିକ ବିବାହ କରିଥିବାର ପ୍ରମାଣ ମିଳେ ତେବେ ତାଙ୍କୁ ଚାକିରିରୁ ବହିଷ୍କାର କରାଯିବ। ଏହି ନିୟମ ସମସ୍ତ ଧର୍ମର ସରକାରୀ କର୍ମଚାରୀଙ୍କ ପାଇଁ ପ୍ରଯୁଜ୍ୟ। ଅଭିଯୁକ୍ତ ଭବିଷ୍ୟତରେ ଚାକିରି ପାଇଁ ମଧ୍ୟ ଅଯୋଗ୍ୟତା ରହିବ। ଏହି କଠୋର ଦଣ୍ଡକୁ ଅନ୍ତର୍ଭୁକ୍ତ କରିବା ପାଇଁ କ୍ୟାବିନେଟ୍ ନିୟମ ୭ର ଧାରା ୬ ଯୋଡିଛି। ଯେହେତୁ ଆସାମରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ କରାଯାଇଛି, ଏହା ହିନ୍ଦୁ, ମୁସଲିମ ଏବଂ ଖ୍ରୀଷ୍ଟିଆନ ସମସ୍ତଙ୍କ ପାଇଁ ସମାନ ଭାବରେ ପ୍ରଯୁଜ୍ୟ ହେବ।

ଆସାମ ବିଧାନସଭା ମେ’ ମାସରେ ଆସାମ ୟୁନିଫର୍ମ ସିଭିଲ୍ କୋଡ୍ ବିଲ୍-୨୦୨୬ ପାସ୍ କରିଥିଲା। ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ଏହି ଆଇନକୁ କେନ୍ଦ୍ରକୁ ପଠାଯାଇଥିଲା। ରାଜ୍ୟ ସରକାର ଅକ୍ଟୋବର ୩୦ ତାରିଖରେ ଏହାର କାର୍ୟ୍ୟାନ୍ୱୟନ ପାଇଁ ଆବଶ୍ୟକୀୟ ନିୟମ ପ୍ରସ୍ତୁତ କରିବା ପାଇଁ ମଧ୍ୟ ଏକ କମିଟି ଗଠନ କରିଥିଲେ।

Leave a Reply

Your email address will not be published. Required fields are marked *