ଭୋପାଳ ଏମ୍ସରେ ନର୍ସଙ୍କ ଭୁଲ ଇଞ୍ଜେକ୍ସନ ପାଇଁ ୩ ବର୍ଷ ଶିଶୁ କର୍କଟ ରୋଗୀଙ୍କ ମୃତ୍ୟୁ

ଭୋପାଳ ଏମ୍ସରେ ନର୍ସଙ୍କ ଭୁଲ ଇଞ୍ଜେକ୍ସନ ପାଇଁ ୩ ବର୍ଷ ଶିଶୁ କର୍କଟ ରୋଗୀଙ୍କ ମୃତ୍ୟୁ ଗିରଫ ପାଇଁ ଖୋଜୁଛି ପୋଲିସ କନକ ବ୍ୟୁରୋ: ମଧ୍ୟପ୍ରଦେଶର ଭୋପାଳ ସ୍ଥିତ ଏମ୍ସ (ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍) ରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

ଭୋପାଳ ଏମ୍ସରେ ନର୍ସଙ୍କ ଭୁଲ ଇଞ୍ଜେକ୍ସନ ପାଇଁ ୩ ବର୍ଷ ଶିଶୁ କର୍କଟ ରୋଗୀଙ୍କ ମୃତ୍ୟୁ ଗିରଫ ପାଇଁ ଖୋଜୁଛି ପୋଲିସ କନକ ବ୍ୟୁରୋ: ମଧ୍ୟପ୍ରଦେଶର ଭୋପାଳ ସ୍ଥିତ ଏମ୍ସ (ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍) ରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ରକ୍ତ କର୍କଟ (ବ୍ଲଡ୍ କ୍ୟାନ୍ସର) ର ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣେ ୩ ବର୍ଷର ଶିଶୁ ସାର୍ଥକ ଯାଦବଙ୍କ ଶରୀରରେ ଜଣେ ନର୍ସ ଭୁଲବଶତଃ ”ଫର୍ମାଲିନ୍” ନାମକ ଏକ ବିପଜ୍ଜନକ କେମିକାଲ୍ ଇଞ୍ଜେକ୍ସନ ଦେଇଦେବା ଯୋଗୁଁ ଶିଶୁର ମୃତ୍ୟୁ ଘଟିଛି। ଏହି କେମିକାଲ୍ ସାଧାରଣତଃ ବାୟୋପ୍ସି ନମୁନା ସଂରକ୍ଷଣ ପାଇଁ ବ୍ୟବହୃତ ହୋଇଥାଏ। ଶିଶୁର ପିତା ବାରମ୍ବାର ବାରଣ କରିବା ସତ୍ତ୍ୱେ ନର୍ସଜଣକ ଏହାକୁ ଅଣଦେଖା କରି ସିରିଞ୍ଜରେ ଥିବା ବିଷାକ୍ତ ତରଳ ପଦାର୍ଥକୁ ଶିଶୁର ଶିରାରେ ଇଞ୍ଜେକ୍ଟ କରିଦେଇଥିଲେ। ଏହି ଘଟଣାରେ ଭୋପାଳର ବାଗସେୱାନିଆ ପୋଲିସ ଦୁଇଜଣ ନର୍ସିଂ ଅଫିସରଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଏମ୍ସ ହସ୍ପିଟାଲର ଆଭ୍ୟନ୍ତରୀଣ ତଦନ୍ତ କମିଟି ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ ଶିଶୁର ମୃତ୍ୟୁ ସିଧାସଳଖ ଭାବେ ଭୁଲ୍ ଇଞ୍ଜେକ୍ସନ ଦିଆଯିବା କାରଣରୁ ହିଁ ହୋଇଛି। ଏହି ଆଧାରରେ ପୋଲିସ ଦୁଇ ନର୍ସିଂ ଅଫିସର ଅନୁକା ଗୁଜରାଟୀ ଏବଂ ମଧୁବାଲାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ୍) ର ଧାରା ୧୦୬(୧) (ଅବହେଳା ଜନିତ ମୃତ୍ୟୁ) ଏବଂ ଧାରା ୨୮୬ (ବିପଜ୍ଜନକ ପଦାର୍ଥର ବେପରୁଆ ବ୍ୟବହାର) ଅନୁଯାୟୀ ମାମଲା ରୁଜୁ କରିଛି। ଏମ୍ସ ଭୋପାଳ କର୍ତ୍ତୃପକ୍ଷ ଉଭୟ ନର୍ସଙ୍କୁ ଚାକିରିରୁ ନିଲମ୍ବିତ କରିଥିବା ବେଳେ ପୋଲିସ ବର୍ତ୍ତମାନ ସେମାନଙ୍କୁ ଗିରଫ କରିବା ପାଇଁ ଖୋଜାଖୋଜି ଜାରି ରଖିଛି।

Leave a Reply

Your email address will not be published. Required fields are marked *