ବାପାଙ୍କୁ ଅପହରଣ ସନ୍ଦେହ, ଧଉଳି ଥାନାରେ ପୁଅଙ୍କ ଏତଲା, ଆସାମକୁ ମାମଲା ସ୍ଥାନାନ୍ତର

ବାପାଙ୍କୁ କେହି ଅପହରଣ କରିନେଇଥିବା ସନ୍ଦେହରେ ଥାନାରେ ଅଭିଯୋଗ କଲା ପୁଅ । ଭୁବନେଶ୍ୱର ଧଉଳି ଥାନା ଅଧୀନ ଲିଙ୍ଗିପୁର ଅଞ୍ଚଳର ୬୦ ବର୍ଷୀୟ ପୁରୁଷୋତ୍ତମ ବେହେରାଙ୍କ ନିଖୋଜ ନେଇ ତାଙ୍କ ପୁଅ ସ୍ୱାଧୀନ ବେହେରା ଧଉଳି ଥାନାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁସାରେ, ପ୍ରାୟ ୫ ଦିନ ତଳେ ଆସାମ ନିର୍ବାଚନରେ ପ୍ରାର୍ଥୀ ହେବା କଥା କହି ପୁରୁଷୋତ୍ତମ ଘରୁ ବାହାରି ଯାଇଥିଲେ । ୨ ଦିନ ତଳେ ପୁଅଙ୍କ ସହ ଫୋନରେ ଶେଷ ଥର ପାଇଁ କଥା ହୋଇଥିଲେ । ଏହାପରେ ତାଙ୍କ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିବାରୁ ପୁଅ ଅପହରଣ ସନ୍ଦେହ କରି ଧଉଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଧଉଳି ଥାନାରେ ଜିରୋ ଏଫ୍‌ଆଇଆର୍ ରୁଜୁ ହୋଇଛି । ପରେ ମାମଲାଟି ଆସାମର ନାଉଗାଁ ଜିଲ୍ଲା ଓ ନାଉଗାଁ ଥାନାକୁ ସ୍ଥାନାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *