ବଙ୍ଗୋପସାଗରରେ ବଢୁଛି ଲଘୁଚାପର ବଳ, ଆଜି ଅବପାତ କାଲି ଗଭୀର ଅବପାତ

ବଙ୍ଗୋପସାଗର ଉପରେ ଥିବା ଲଘୁଚାପ କ୍ଷେତ୍ର ଧୀରେ ଧୀରେ ସଂଗଠିତ ହେଉଛି ।  ବର୍ତ୍ତମାନ ଲଘୁଚାପ କ୍ଷେତ୍ରଟି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ଆଣ୍ଡାମାନ ସାଗର ଉପରେ ରହିଛି ।

ବଙ୍ଗୋପସାଗର ଉପରେ ଥିବା ଲଘୁଚାପ କ୍ଷେତ୍ର ଧୀରେ ଧୀରେ ସଂଗଠିତ ହେଉଛି ।  ବର୍ତ୍ତମାନ ଲଘୁଚାପ କ୍ଷେତ୍ରଟି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ଆଣ୍ଡାମାନ ସାଗର ଉପରେ ରହିଛି । ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଘନୀଭୂତ ହୋଇ ଆଜି ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତର ରୂପ ନେବ। ୨୨ ତାରିଖ ବେଳକୁ ଆହୁରି ଅଧିକ ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଗଭୀର ଅବପାତରେ ପରିଣତ ହେବ ।

ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି ଜାରି ରଖି ୨୩ ତାରିଖ ସକାଳ ବେଳକୁ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟ ପଶ୍ଚିମ-କେନ୍ଦ୍ରୀୟ ତଥା ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବ । ଏହା ସମ୍ପୂର୍ଣ୍ଣ ବାତ୍ୟାର ରୂପ ନେବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ। ଯଦି ଏହା ଆଶାଠାରୁ ଅଧିକ ସମୟ ସମୁଦ୍ର ଉପରେ ରହେ, ତେବେ ଅଳ୍ପ ସମୟ ପାଇଁ ସାଇକ୍ଲୋନିକ୍ ଷ୍ଟର୍ମ ହୋଇପାରେ। ଏହାଠାରୁ ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ବର୍ତ୍ତମାନ କମ୍ ରହିଛି । 

ଏହି ସମୟରେ ପବନର ବେଗ ଘଣ୍ଟାପିଛା ୫୦ରୁ ୬୦ କିମି, ଝଟକାରେ ୬୫ରୁ ୭୫ କିମି ହୋଇପାରେ । ଅଳ୍ପ ସମୟ ପାଇଁ ସାଇକ୍ଲୋନିକ୍ ଷ୍ଟର୍ମ ହେଲେ ପବନର ବେଗ ଘଣ୍ଟାପିଛା ୬୦ରୁ ୭୦ କିମି, ଝଟକାରେ ୮୦ରୁ ୯୦ କିମି ହୋଇପାରେ । ସ୍ଥଳଭାଗକୁ ଆସିବା ପରେ ୬ରୁ ୧୨ ଘଣ୍ଟା ମଧ୍ୟରେ ପବନର ବେଗ ୧୦ରୁ ୨୦ କିମି କମିପାରେ । ତଥାପି ସମୁଦ୍ର ନିକଟ ଅଞ୍ଚଳରେ ଜୋର ଝଟକା ହୋଇପାରେ । ଏବେ ଜିଲ୍ଲା ଅନୁସାରେ ପବନର ବେଗ କହିବା ସମ୍ଭବ ନୁହେଁ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । 

Leave a Reply

Your email address will not be published. Required fields are marked *