ପ୍ରଥମ ଥର ନକ୍‌ଆଉଟ୍‌ରେ ଇଜିପ୍ଟ, ଆଶଙ୍କାରେ ଇରାନ

ଶୁକ୍ରବାର ବିଳମ୍ବିତ ରାତିର ଏହି ମ୍ୟାଚ୍‌ର ପଞ୍ଚମ ମିନିଟ୍‌ରେ ମହମ୍ମଦ ସାଲାହଙ୍କ ସଟ୍‌କୁ ଇରାନ ଗୋଲ୍‌ରକ୍ଷକ ଅଲିରେଜା ବେଇରାନଭାନ୍ଦ ଅଟକାଇଥିଲେ ମଧ୍ୟ ଫେରି ଆସିଥିବା ବଲ୍‌କୁ ମାହମୁଦ୍ ସାବେର ଗୋଲ୍‌ରେ ପରିଣତ କରି ଇଜିପ୍ଟକୁ ଆଗୁଆ କରିଥିଲେ।

ଚଳିତ ଫିଫା ବିଶ୍ୱକପ୍‌ରେ ଇଜିପ୍ଟ ଇତିହାସ ରଚିଛି। ଗ୍ରୁପ୍–ଜିର ଶେଷ ମ୍ୟାଚ୍‌ରେ ଇରାନ ସହ ନିର୍ଣ୍ଣାୟକ ମୁକାବିଲାକୁ ୧-୧ ଗୋଲ୍‌ରେ ଡ୍ର’ କରି ପ୍ରଥମ ଥର ନକ୍‌ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ‌ହୋଇଛି। ଅନ୍ୟପକ୍ଷରେ ଇରାନର ଭାଗ୍ୟ ଏବେ ଅନ୍ୟ ଗ୍ରୁପ୍‌ର ଫଳାଫଳ ଉପରେ ନିର୍ଭର କରୁଛି। ନକ୍‌ଆଉଟ୍‌ ପର୍ଯ୍ୟାୟରେ ଇଜିପ୍ଟର ମୁକାବିଲା ଅଷ୍ଟ୍ରିଅ ସହ ହେବ।

ଶୁକ୍ରବାର ବିଳମ୍ବିତ ରାତିର ଏହି ମ୍ୟାଚ୍‌ର ପଞ୍ଚମ ମିନିଟ୍‌ରେ ମହମ୍ମଦ ସାଲାହଙ୍କ ସଟ୍‌କୁ ଇରାନ ଗୋଲ୍‌ରକ୍ଷକ ଅଲିରେଜା ବେଇରାନଭାନ୍ଦ ଅଟକାଇଥିଲେ ମଧ୍ୟ ଫେରି ଆସିଥିବା ବଲ୍‌କୁ ମାହମୁଦ୍ ସାବେର ଗୋଲ୍‌ରେ ପରିଣତ କରି ଇଜିପ୍ଟକୁ ଆଗୁଆ କରିଥିଲେ। ନବମ ମିନିଟ୍‌ରେ ଇରାନ ପେନାଲ୍ଟି ପାଇଥିଲା। କିନ୍ତୁ ମେହଦି ତାରେମିଙ୍କ ପେନାଲ୍ଟିକୁ ଇଜିପ୍ଟ ଗୋଲରକ୍ଷକ ମୋସ୍ତାଫା ଶୋବେଇର ଚମତ୍କାର ଭାବେ ସେଭ୍ କରିଥିଲେ। ୧୪ତମ ମିନିଟ୍‌ରେ ଇରାନର ତାରକା ଖେଳାଳି ରାମିନ୍ ରେଜାଇଆନ୍ ରିବାଉଣ୍ଡ ବଲ୍‌କୁ ଗୋଲ୍‌ରେ ପରିଣତ କରି ସ୍ଥିତି ୧-୧ କରି ନେଇଥିଲେ। ପ୍ରଥମାର୍ଦ୍ଧରେ ଶୋବେଇର ଆଉ କିଛି ଚମତ୍କାର ସେଭ୍ କରି ଇଜିପ୍ଟକୁ ବଞ୍ଚାଇ ରଖିଥିଲେ। 

Leave a Reply

Your email address will not be published. Required fields are marked *