ପୁଣି ମୁହାଁମୁହିଁ ଭାରତ-ପାକିସ୍ତାନ! ଫାଇନାଲ୍‌ରେ ହୋଇପାରେ ବଡ଼ ଟକ୍କର

ଏହି ମୁକାବିଲା ହେଲେ ଭାରତୀୟ ଷ୍ଟାର୍ ପେସର୍ ଜସପ୍ରୀତ ବୁମରାହ ଏବଂ ପାକିସ୍ତାନର ଅଧିନାୟକ ସାହିବଜାଦା ଫରହାନଙ୍କ ମଧ୍ୟରେ ପୁଣି ରୋମାଞ୍ଚକର ଲଢ଼େଇ ଦେଖିବାକୁ ମିଳିବ।

କ୍ରିକେଟ୍‌ରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେଲେ ରୋମାଞ୍ଚ ଚରମ ସୀମାରେ ପହଞ୍ଚିଥାଏ। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ୍‌ ବନ୍ଦ ଥିବାରୁ ଏବେ ବଡ଼ ଟୁର୍ଣ୍ଣାମେଣ୍ଟରେ ହିଁ ଉଭୟ ଦଳକୁ ମୁହାଁମୁହିଁ ଦେଖିବାକୁ ମିଳୁଛି। ଏବେ କ୍ରିକେଟ୍‌ ପ୍ରଶଂସକଙ୍କ ପାଇଁ ପୁଣି ଏକ ବଡ଼ ଖବର ସାମ୍ନାକୁ ଆସିଛି। ୨୦୨୬ ଏସିଆନ୍ ଗେମ୍ସରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହୋଇପାରେ।

ଜାପାନରେ ଚାଲିଥିବା ୨୦୨୬ ଏସିଆନ୍ ଗେମ୍ସରେ କ୍ରିକେଟ୍‌କୁ ମଧ୍ୟ ସାମିଲ କରାଯାଇଛି। ଯଦି ଉଭୟ ଦଳ ନିଜ ନିଜ ସେମିଫାଇନାଲ୍ ଜିତନ୍ତି, ତେବେ ଅକ୍ଟୋବର ୩ରେ ଖେଳାଯିବାକୁ ଥିବା ଗୋଲ୍ଡ ମେଡାଲ୍ ମ୍ୟାଚ୍‌ରେ ଭାରତ-ପାକିସ୍ତାନ ମୁକାବିଲା ହୋଇପାରେ। ଏହାଛଡ଼ା ବ୍ରୋଞ୍ଜ୍ ମେଡାଲ୍ ମ୍ୟାଚ୍‌ରେ ମଧ୍ୟ ଦୁଇ ଦଳ ମୁହାଁମୁହିଁ ହେବାର ସମ୍ଭାବନା ରହିଛି।

ଏହି ମୁକାବିଲା ହେଲେ ଭାରତୀୟ ଷ୍ଟାର୍ ପେସର୍ ଜସପ୍ରୀତ ବୁମରାହ ଏବଂ ପାକିସ୍ତାନର ଅଧିନାୟକ ସାହିବଜାଦା ଫରହାନଙ୍କ ମଧ୍ୟରେ ପୁଣି ରୋମାଞ୍ଚକର ଲଢ଼େଇ ଦେଖିବାକୁ ମିଳିବ।

ଏସିଆନ୍ ଗେମ୍ସ ପାଇଁ ଭାରତ ଏକ ଶକ୍ତିଶାଳୀ ଟି-୨୦ ଦଳ ଘୋଷଣା କରିଛି। ଶ୍ରେୟସ ଆୟରଙ୍କୁ ଅଧିନାୟକ ଏବଂ ତିଳକ ବର୍ମାଙ୍କୁ ଉପଅଧିନାୟକ କରାଯାଇଛି। ଦଳରେ ଅଭିଷେକ ଶର୍ମା, ସଞ୍ଜୁ ସାମସନ୍, ଈଶାନ କିଶନ୍, ଶିବମ ଦୁବେ, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, ରବି ବିଷ୍ଣୋଇ, ବୁମରାହ, ଅର୍ଶଦୀପ ସିଂହ ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ଭଳି ଖେଳାଳି ରହିଛନ୍ତି।

ସେହିପରି ପାକିସ୍ତାନ ଦଳର ନେତୃତ୍ୱ ସାହିବଜାଦା ଫରହାନ କରୁଥିବା ବେଳେ ଅବଦୁଲ ସମଦ ଉପଅଧିନାୟକ ଅଛନ୍ତି। ଉସମାନ ଖାନ୍, ସାମ ଆୟୁବ, ହାଇଦର ଅଲୀ, ହାସନ ନୱାଜ୍ ଏବଂ ଅନ୍ୟ ଖେଳାଳିମାନେ ଦଳରେ ସାମିଲ ଅଛନ୍ତି। ତେଣୁ ଅକ୍ଟୋବର ୩ରେ ଭାରତ-ପାକିସ୍ତାନ ମୁକାବିଲା ହେଲେ କ୍ରିକେଟ୍ ପ୍ରଶଂସକଙ୍କ ଉତ୍ସାହ ନିଶ୍ଚିତ ଭାବେ ଶୀର୍ଷରେ ରହିବ।

Leave a Reply

Your email address will not be published. Required fields are marked *