ପାସ୍ ହେଲା ଓଡ଼ିଶା ଜନବିଶ୍ୱାସ ବିଲ୍, ବଦଳିବ ୧୬ ଆଇନର ୬୨ ପ୍ରାବଧାନ

ଓଡ଼ିଶା ଜନବିଶ୍ୱାସ ବିଲ୍, ୨୦୨୬ ପାରିତ ହୋଇଛି । ଏହା କେବଳ ଆଇନର କିଛି ପ୍ରାବଧାନ ସଂଶୋଧନ କରିବାର ବିଲ୍ ନୁହେଁ, ଏହା ଏକ ନୂଆ ଚିନ୍ତାଧାରାର ପ୍ରତୀକ । ସେହି ନୂଆ ଚିନ୍ତାଧାରା ହେଉଛି-ସରଳ ନିୟମ, ସୁଦୃଢ଼ ବିଶ୍ୱାସ ଏବଂ ଦ୍ରୁତ ବିକାଶ ।

ଓଡ଼ିଶା ଜନବିଶ୍ୱାସ ବିଲ୍, ୨୦୨୬ ପାରିତ ହୋଇଛି । ଏହା କେବଳ ଆଇନର କିଛି ପ୍ରାବଧାନ ସଂଶୋଧନ କରିବାର ବିଲ୍ ନୁହେଁ, ଏହା ଏକ ନୂଆ ଚିନ୍ତାଧାରାର ପ୍ରତୀକ । ସେହି ନୂଆ ଚିନ୍ତାଧାରା ହେଉଛି-ସରଳ ନିୟମ, ସୁଦୃଢ଼ ବିଶ୍ୱାସ ଏବଂ ଦ୍ରୁତ ବିକାଶ । ୧୬ଟି ରାଜ୍ୟ ଆଇନର ୬୨ଟି ପ୍ରାବଧାନରେ ସଂଶୋଧନ ଅଣାଯାଇଛି । ଏଥିରେ ମୁଖ୍ୟତଃ ଦୁଇଟି ଦିଗ ଉପରେ ଗୁରୁତ୍ୱ ଦିଆଯାଇଛି l ଡିକ୍ରିମିନାଲାଇଜେସନ୍ ଓ ଡି-ରେଗୁଲେସନ୍। ଛୋଟ, ବୈଷୟିକ କିମ୍ବା ପ୍ରକ୍ରିୟାଗତ ଭୁଲ ପାଇଁ ଅନାବଶ୍ୟକ ଭାବେ ଅପରାଧିକ ମାମଲା କିମ୍ବା କଠୋର ଦଣ୍ଡର ବ୍ୟବସ୍ଥା ନକରି, ତାହାକୁ ଅଧିକ ଆନୁପାତିକ ଆର୍ଥିକ ଦଣ୍ଡ ଓ ସରଳ ପ୍ରାଶାସନିକ ବ୍ୟବସ୍ଥା ମାଧ୍ୟମରେ ସମାଧାନ କରିବା ଉପରେ ଗୁରୁତ୍ୱ ରହିଛି ।

ବିଲ୍‌ର ଲକ୍ଷ୍ୟ ହେଉଛି ଇଜ୍ ଅଫ୍ ଡୁଇଂ ବିଜନେସ୍‌କୁ ଆହୁରି ସରଳ କରିବା । ଅନାବଶ୍ୟକ ଲାଇସେନ୍ସ, ଅନୁମୋଦନ ଓ ପୁନରାବୃତ୍ତି ହେଉଥିବା ପ୍ରକ୍ରିୟାକୁ କମାଇବା ସହିତ ଅନେକ କ୍ଷେତ୍ରରେ ଲାଇସେନ୍ସ ଓ ପଞ୍ଜୀକରଣର ଅବଧି ବଢ଼ାଇବା ଭଳି ପଦକ୍ଷେପ ରହିଛି । ଏମ୍‌ଏସ୍‌ଏମ୍‌ଇ, ଛୋଟ ବ୍ୟବସାୟୀ, ମାଇକ୍ରୋ ଉଦ୍ୟୋଗୀ ଏବଂ ଷ୍ଟାର୍ଟଅପ୍‌ ମାନେ ଲାଭ ପାଇପାରିବେ। ଅନାବଶ୍ୟକ ଜଟିଳତା କମାଇ ଏକ ସୁସ୍ଥ, ସୁଗମ ଓ ବିଶ୍ୱାସଭିତ୍ତିକ ପରିବେଶ ସୃଷ୍ଟି କରିବା ହେଉଛି ଏହି ବିଲ୍‌ର ମୂଳ ଉଦ୍ଦେଶ୍ୟ ।

ଓଡ଼ିଶା ଜନବିଶ୍ୱାସ ବିଲ୍

ବିଧାନସଭାରେ ଓଡ଼ିଶା ଜନବିଶ୍ୱାସ ବିଲ୍-୨୦୨୬ ପାରିତ
୧୬ଟି ରାଜ୍ୟ ଆଇନର ୬୨ଟି ପ୍ରାବଧାନରେ ସଂଶୋଧନ
ଡିକ୍ରିମିନାଲାଇଜେସନ୍ ଓ ଡି-ରେଗୁଲେସନ୍ ଉପରେ ଗୁରୁତ୍ବ
ବିଲ୍‌ର ଲକ୍ଷ୍ୟ ଇଜ୍ ଅଫ୍ ଡୁଇଂ ବିଜନେସ୍‌କୁ ଆହୁରି ସରଳ କରିବା
ଅନାବଶ୍ୟକ ଲାଇସେନ୍ସ, ଅନୁମୋଦନ ଓ ପୁନରାବୃତ୍ତି ହେଉଥିବା ପ୍ରକ୍ରିୟାକୁ କମାଇବା
ସୁସ୍ଥ, ସୁଗମ ଓ ବିଶ୍ୱାସଭିତ୍ତିକ ପରିବେଶ ସୃଷ୍ଟି କରିବା ବିଲ୍‌ର ମୂଳ ଉଦ୍ଦେଶ୍ୟ

Leave a Reply

Your email address will not be published. Required fields are marked *