ସିଏଜି ରିପୋର୍ଟରୁ ସାମ୍ନାକୁ ଆସିଛି ସାଂଘାତିକ ସତ । ଡିଏମ୍ଏଫ୍ ପାଣ୍ଠି, ଫାଇଭ-ଟି ସ୍କୁଲ ରୂପାନ୍ତରଣ, ଇ-ୱେ ବିଲ୍ ଓ ପାନୀୟ ଜଳ ଯୋଗାଣ ଏଭଳି ବିଭିନ୍ନ କ୍ଷେତ୍ରରେ ହୋଇଛି ବ୍ୟାପକ ଅନିୟମିତତା ।
ସିଏଜି ରିପୋର୍ଟରୁ ସାମ୍ନାକୁ ଆସିଛି ସାଂଘାତିକ ସତ । ଡିଏମ୍ଏଫ୍ ପାଣ୍ଠି, ଫାଇଭ-ଟି ସ୍କୁଲ ରୂପାନ୍ତରଣ, ଇ-ୱେ ବିଲ୍ ଓ ପାନୀୟ ଜଳ ଯୋଗାଣ ଏଭଳି ବିଭିନ୍ନ କ୍ଷେତ୍ରରେ ହୋଇଛି ବ୍ୟାପକ ଅନିୟମିତତା । ସିଏଜି ଦ୍ୱାରା ପ୍ରସ୍ତୁତ ୬ଟି ଅଡିଟ୍ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇଛି । ଏହାପରେ ସାମ୍ୱାଦିକ ସମ୍ମିଳନୀରେ ମହାଲେଖା ପରୀକ୍ଷକଙ୍କ ପକ୍ଷରୁ ଏ ସଂପର୍କରେ ବିସ୍ତୃତ ସୂଚନା ଦିଆଯାଇଛି। ୨୦୧୫ରୁ ୨୦୨୪ ଏହି ୧୦ ବର୍ଷ ଭିତରେ ଖଣିଜ ପାଣ୍ଠିରେ ବ୍ୟାପକ ହେରଫେର୍ ହୋଇଥିବା ସାମ୍ନାକୁ ଆଣିଛନ୍ତି ସିଏଜି ।
ସିଏଜି ରିପୋର୍ଟରୁ ସାଂଘାତିକ ଖୁଲାସା
– ଗତ ୧୦ ବର୍ଷରେ ଖଣିଜ ପାଣ୍ଠିରେ ହୋଇଛି ବ୍ୟାପକ ହେରଫେର
– ୨୦୧୫ରୁ ୨୦୨୪ ମଧ୍ୟରେ ଡିଏମ୍ଏଫ୍ରେ ବଡ଼ ଧରଣର କ୍ଷତି ଧରିଲେ ଏଜି
– ୨୦୨୪ ମାର୍ଚ୍ଚ ସୁଦ୍ଧା ନିର୍ଦ୍ଧାରିତ ଡିଏମ୍ଏଫ୍ ଅଂଶଧନ ହାରର ଭୁଲ ପ୍ରୟୋଗ ହୋଇଛି
– ଚୂଡାନ୍ତ ରୟାଲଟି ଆକଳନ ପରେ ଅଂଶଧନର ପୁନଃ ଆକଳନ କରାଯାଇନାହିଁ
– ବିଳମ୍ବିତ ଦେୟ ଉପରେ ସୁଧ ଆଦାୟ ନ କରିବାରୁ ୭୩ କୋଟି ୭୧ ଲକ୍ଷର କ୍ଷତି
– ୨୦୧୫-୧୬ରୁ ୨୩-୨୪ ମଧ୍ୟରେ ପ୍ରଭାବିତ ଲୋକଙ୍କୁ ସ୍ଥାୟୀ ଜୀବିକା ଦେବାରେ ବିଫଳ
– ରାଜ୍ୟରେ ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣରେ ଅନିୟମିତତା ବାରିଛନ୍ତି ଏଜି
– ବେସରକାରୀ ଶିକ୍ଷାନୁଷ୍ଠାନରେ ଖର୍ଚ୍ଚ ହୋଇଛି ଲକ୍ଷାଧିକ ଟଙ୍କା
– ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ଆସୁନଥିଲେ ମଧ୍ୟ ରୂପାନ୍ତରଣ ହୋଇଛି ସ୍କୁଲ
– ଓସେପା ଓ ଜିଲ୍ଲା ମଧ୍ୟରେ ସମନ୍ବୟ ଅଭାବ ହେତୁ ଇ-ବିଷୟବସ୍ତୁ ଦୁଇ ଥର ଲେଖା କିଣା ଯାଇଛି
– କୋଟି କୋଟି ଟଙ୍କା ଅନାବଶ୍ୟକ ବ୍ୟୟ କରାଯାଇଥିବା ଦେଖିଛନ୍ତି ଏଜି
– ବ୍ଲୁ ଇକୋନୋମି ତଥା ଉପକୂଳବର୍ତ୍ତୀ ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ଆଖିଦୃଶିଆ ପଦକ୍ଷେପ ନେଇନଥିଲେ ପୂର୍ବ ସରକାର
-୮୯୮ କୋଟି ଟଙ୍କା ପର୍ଯ୍ୟଟନ ପାଣ୍ଠିରେ ଜମା ସତ୍ତ୍ୱେ ଖର୍ଚ୍ଚ ନହୋଇ ୧୦୩ କୋଟି ଫେରି ଯାଇଥିଲା
– ସରକାର ଯେଉଁ ଅର୍ଥ ଖର୍ଚ୍ଚ କରିଥିଲେ ସେଥିରୁ ଅଧିକାଂଶ ଅନାବଶ୍ୟକ ଥିବା ଧରିଛନ୍ତି ଏଜି
– ହେଲିକପ୍ଟର ଓ ବିମାନ ଭଡ଼ାରେ ପୂର୍ବ ସରକାରଙ୍କ ଖର୍ଚ୍ଚକୁ ନେଇ ଅଡିଟ୍ ରିପୋର୍ଟରେ ସାଙ୍ଘାତିକ ତଥ୍ୟ
– ୨୦୧୯ ଏପ୍ରିଲରୁ ୨୦୨୪ ମାର୍ଚ୍ଚ ମଧ୍ୟରେ ବିମାନ ଓ ହେଲିକପ୍ଟର ଭଡ଼ା ନେବା ପ୍ରକ୍ରିୟାକୁ ଯାଞ୍ଚ
– ବିମାନ ସେବା ଯୋଗାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଚୟନ କରିବା ପ୍ରକ୍ରିୟା ସ୍ୱଚ୍ଛ ନଥିଲା
– ସରକାରୀ ବିଭାଗ ପକ୍ଷରୁ ବଜାର ଦର ଜାଣିବା ପାଇଁ ତୁଳନାମୂଳକ ଦର ସଂଗ୍ରହ କରାଯାଇନଥିଲା
– ଟେଣ୍ଡରରେ କେବଳ ଜଣେ ବିଡର୍ ଅଂଶଗ୍ରହଣ କରିଥିଲେ ବୋଲି ଅଡିଟ୍ ରିପୋର୍ଟରେ ଦର୍ଶାଯାଇଛି
– ୨୦୧୯ ଜାନୁଆରୀରୁ ୨୦୨୩ ନଭେମ୍ବର ମଧ୍ୟରେ ୨୨ ଥର ଚାର୍ଟାର୍ଡ ବିମାନ ବ୍ୟବହାର କରିଥିଲେ ପୂର୍ବ ସରକାର
– ଭଡ଼ା ବାବଦରେ ପ୍ରାୟ ୬ କୋଟି ୯୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଅଡିଟ୍ ରିପୋର୍ଟରେ ଉଲ୍ଲେଖ
– ଜିଏସ୍ଟି ଅଧୀନରେ ଥିବା ଇ-ୱେ ବିଲ୍ରେ ବଡ଼ ଅନିୟମିତତା ଧରିଲେ ସିଏଜି
– ପାନୀୟ ଜଳ ଯୋଗାଣରେ ବିଫଳ ହୋଇଥିଲେ ପୂର୍ବ ସରକାର
– ୨୦୧୯ରୁ ୨୦୨୪ ମଧ୍ୟରେ ରାଜ୍ୟରେ ୨୦୭ଟି ବୃହତ ଜଳ ଯୋଗାଣ ପ୍ରକଳ୍ପ ହାତକୁ ନିଆଯାଇଥିଲା
-୧୩୩ଟି ପ୍ରକଳ୍ପ ଜଳ ଜୀବନ ମିଶନ ଅଧୀନରେ ଥିଲା
– ଜୁନ୍ ୨୦୨୪ ସୁଦ୍ଧା ବୃହତ୍ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ ମାତ୍ର ଦୁଇଟି ସମ୍ପୂର୍ଣ୍ଣ ହୋଇପାରିଥିଲା

