ପାର୍ବଣ ପୂର୍ବରୁ ଆକ୍ସନ ମୋଡ୍‌ରେ ପୁଲିସ, ଅପରାଧୀଙ୍କ ଉପରେ କଡ଼ା ନଜର

ପାର୍ବଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଶାନ୍ତି, ଶୃଙ୍ଖଳା ଓ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଦମନ ଅଭିଯାନ । ଅପରାଧୀ ଓ ଅସମାଜିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।

 ପାର୍ବଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଶାନ୍ତି, ଶୃଙ୍ଖଳା ଓ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଦମନ ଅଭିଯାନ । ଅପରାଧୀ ଓ ଅସମାଜିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଡିଜି ବିନୟ ତୋଷ ମିଶ୍ରଙ୍କ ନିର୍ଦ୍ଦେଶରେ ଅପରାଧ, ନିଶାଦ୍ରବ୍ୟ କାରବାର ଉପରେ ରୋକ ଲଗାଇବାକୁ ଆରମ୍ଭ ହୋଇଛି ବଡ଼ ଅଭିଯାନ । ଏହି ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୧,୪୪୮ NBW କାର୍ଯ୍ୟକାରୀ କରାଯାଇଥିବା ବେଳେ ୧ ହଜାର ୭୦୭ ଅବକାରୀ ମାମଲା ଓ ୮୯ NDPS ମାମଲା ରୁଜୁ ହୋଇଛି । ଡିଜିଙ୍କ ନିର୍ଦ୍ଦେଶରେ ଜିଲ୍ଲା ପୁଲିସ, କମିଶନରେଟ ପୁଲିସ, ରେଳବାଇ ପୁଲିସ ଓ ଅନ୍ୟାନ୍ୟ ପୁଲିସ ୟୁନିଟ ଗୁଡିକର ମିଳିତ ସମନ୍ୱୟରେ ସେପ୍ଟେମ୍ବର ୨୧ରୁ  ସ୍ୱତନ୍ତ୍ର ଅଭିଯାନ ‘ଦମନ’ ଚାଲିଥିଲା। ପୁଲିସର କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଡିଜିପି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।

ପାର୍ବଣ ପୂର୍ବରୁ‘ଦମନ’ ଅଭିଯାନ

ସୁରକ୍ଷିତ ଶାରଦୀୟ ପୂଜା ପାଳନ ପାଇଁ ପୁଲିସ ପ୍ରଶାସନ ତତ୍ପର
ସେପ୍ଟେମ୍ୱର ୨୧ରୁ ରାଜ୍ୟରେ ଚାଲିଛି ସ୍ୱତନ୍ତ୍ର ଅଭିଯାନ ‘ଦମନ’
ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ 
୧,୪୪୮ଟି ଜାମିନ ବିହୀନ ଗିରଫ ପରୱାନା କାର୍ଯ୍ୟକାରୀ 
BNSS ଧାରା ୧୨୯ ଅନୁଯାୟୀ ୧,୦୧୨ ଜଣଙ୍କ ବିରୋଧରେ ପ୍ରୋସିଡିଂ ଦାଖଲ 
ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ ୮୯ଟି NDPS ମାମଲା ରୁଜୁ 
NDPS ମାମଲାରେ ୧୦୯ ଜଣଙ୍କୁ ଗିରଫ କରାଯାଇଛି 
ପ୍ରାୟ ୮.୧୩ ଟନ୍ ଗଞ୍ଜେଇ ଏବଂ ୧୯,୩୮୭ଟି ଗଞ୍ଜେଇ ଗଛ ନଷ୍ଟ କରାଯାଇଛି 
ପ୍ରାୟ ୩୯୪.୬୪୫ ଗ୍ରାମ୍ ବ୍ରାଉନ୍ ସୁଗାର ଓ ୧,୦୬୬ଟି କଫ୍ ସିରପ୍ ବୋତଲ ଜବତ 
ଅବକାରୀ ଆଇନ ଉଲ୍ଲଂଘନ ବିରୋଧରେ ୧,୭୦୭ଟି ମାମଲା ରୁଜୁ, ୧୪୦ ଜଣ ଗିରଫ 
ଏହି ଅଭିଯାନରେ ୧୪ ହଜାର ଲିଟରରୁ ଅଧିକ ପରିମାଣର ଦେଶୀ, ବିଦେଶୀ ମଦ ଜବତ
୮୦୦ କେଜି ପୋଚ ଓ ୮୧ ଲିଟର ମହୁଲି ମଦ ମଧ୍ୟ ଜବତ ହୋଇଛି
ଜୁଆ କାରବାର ବିରୋଧରେ ୪୬ଟି ମାମଲା ରୁଜୁ 
୬୭ ଜୁଆଡ଼ି ଗିରଫ, ଜୁଆ ଆଡ୍ଡାରୁ ୪,୩୬,୦୮୬ ଟଙ୍କା ଜବତ 
ବଳପୂର୍ବକ ଚାନ୍ଦା ଆଦାୟ ବିରୋଧରେ ୧୬ଟି ମାମଲା ରୁଜୁ, ୧୨ ଜଣ ଗିରଫ 
ବେଆଇନ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଓ ବିସ୍ଫୋରକ ବିରୋଧରେ ୬ଟି ମାମଲା ରୁଜୁ 
୫ଟି ବନ୍ଧୁକ, ଗୋଟିଏ ରିଭଲଭର, ୪ ରାଉଣ୍ଡ ଗୁଳି, ଗୋଟିଏ ମ୍ୟାଗାଜିନ୍ ଜବତ 
୨ଟି ଖାଲି କାର୍ଟ୍ରିଜ୍, ୨.୫ କେଜି ବାରୁଦ ଓ ୨ଟି ଖଣ୍ଡା ଜବତ କରିଛି ପୁଲିସ 
ସଂଗଠିତ ଅପରାଧ ବିରୋଧରେ ୭ଟି ମାମଲା ରୁଜୁ କରାଯାଇ ୧୮ ଜଣଙ୍କୁ ଗିରଫ କରାଯାଇଛି
ଅବୈଧ ନିଶା, ଅସ୍ତ୍ର ଓ ଅନ୍ୟ ନିଷିଦ୍ଧ ସାମଗ୍ରୀର ଚାଲାଣ ରୋକିବାକୁ ପଦକ୍ଷେପ 
ରାଜ୍ୟର ୧,୮୩୦ଟି ବ୍ଲକିଂ ଓ ବର୍ଡର ସିଲିଂ ଅପରେସନ୍ କରାଯାଇଛି 
ଅନ୍ତଃଜିଲ୍ଲା ଓ ଆନ୍ତଃରାଜ୍ୟ ରାସ୍ତାରେ ଯାଞ୍ଚକୁ ଜୋରଦାର କରାଯାଇଛି 

Leave a Reply

Your email address will not be published. Required fields are marked *