ପଙ୍କରେ ଫସିଥିବା ହରିଣକୁ ବଞ୍ଚାଇଲେ ଗ୍ରାମବାସୀ

ବାଂକୋଇ ନିକଟସ୍ଥ କନ୍ତେଇଲୋ ବଡ଼ ପୋଖରୀରେ ଦେଖିବାକୁ ମିଳିଛି ଏକ ହୃଦୟସ୍ପର୍ଶୀ ଦୃଶ୍ୟ । ସୁଖିଯାଇଥିବା ପୋଖରୀରେ ପଙ୍କ ମଧ୍ୟରେ ଫସି ଅସହାୟ ଅବସ୍ଥାରେ ପଡ଼ିରହିଥିଲା ଏକ ହରିଣ ।

ବାଂକୋଇ ନିକଟସ୍ଥ କନ୍ତେଇଲୋ ବଡ଼ ପୋଖରୀରେ ଦେଖିବାକୁ ମିଳିଛି ଏକ ହୃଦୟସ୍ପର୍ଶୀ ଦୃଶ୍ୟ । ସୁଖିଯାଇଥିବା ପୋଖରୀରେ ପଙ୍କ ମଧ୍ୟରେ ଫସି ଅସହାୟ ଅବସ୍ଥାରେ ପଡ଼ିରହିଥିଲା ଏକ ହରିଣ । ନିଜକୁ ବାହାର କରିବାକୁ ବାରମ୍ବାର ଚେଷ୍ଟା କରିଥିଲେ ମଧ୍ୟ ପଙ୍କରେ ଅଧିକ ଫସିଯାଉଥିଲା । ସ୍ଥାନୀୟ ଗ୍ରାମବାସୀଙ୍କ ନଜର ପଡ଼ିବା ପରେ ସେମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ । ବହୁ ପରିଶ୍ରମ ପରେ ହରିଣଟିକୁ ସୁରକ୍ଷିତ ଭାବେ ପଙ୍କରୁ ବାହାର କରାଯାଇଥିଲା । ହରିଣର ଦେହରେ ଏକାଧିକ କ୍ଷତ ଚିହ୍ନ ଥିବାରୁ ପୂର୍ବରୁ କୌଣସି ବନ୍ୟଜନ୍ତୁ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି ।

ଖବର ପାଇ ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତ ହରିଣକୁ ନିଜ ହେପାଜତକୁ ନେଇଛନ୍ତି । ତାହାର ଚିକିତ୍ସା ପରେ ସୁସ୍ଥ ହେଲେ ପୁଣିଥରେ ପ୍ରାକୃତିକ ବାସସ୍ଥାନରେ ଛାଡ଼ି ଦିଆଯିବ ବୋଲି ସୂଚନା ମିଳିଛି । ଗ୍ରାମବାସୀଙ୍କ ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଉଛି ।

Leave a Reply

Your email address will not be published. Required fields are marked *