ଯୁଦ୍ଧ ସମୟରେ ଇସ୍ରାଏଲକୁ ସାହାଯ୍ୟ କରିବା ଏବଂ ସରକାର ବିରୋଧୀ ପ୍ରଚାର ପ୍ରସାର ଅଭିଯୋଗ

ଇରାନର ନ୍ୟାୟପାଳିକା କହିଛି ଯେ, ଦେଶର ‘ଶତ୍ରୁ’କୁ ସହାୟତା ପ୍ରଦାନ କରିବା ଅଭିଯୋଗରେ ଗତ କିଛି ମାସ ମଧ୍ୟରେ ୩,୨୯୨ ଲୋକଙ୍କୁ ଗିରଫ କରାଯାଇଛି।

 ଇରାନର ନ୍ୟାୟପାଳିକା କହିଛି ଯେ, ଦେଶର ‘ଶତ୍ରୁ’କୁ ସହାୟତା ପ୍ରଦାନ କରିବା ଅଭିଯୋଗରେ ଗତ କିଛି ମାସ ମଧ୍ୟରେ ୩,୨୯୨ ଲୋକଙ୍କୁ ଗିରଫ କରାଯାଇଛି। ନ୍ୟାୟପାଳିକାର ମୁଖପାତ୍ର ଅସଗର ଜାହାଙ୍ଗୀର ତେହେରାନର ଅର୍ଦ୍ଧ-ସରକାରୀ ଷ୍ଟୁଡେଣ୍ଟ ନ୍ୟୁଜ୍ ନେଟୱାର୍କ (ଏସଏନଏନ)କୁ କହିଛନ୍ତି ଯେ, ଇସ୍ରାଏଲ ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗରେ ଏହା କରାଯାଇଛି। ଅଭିଯୁକ୍ତଙ୍କ ମଧ୍ୟରୁ ୬୮୪ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 

ଜାହାଙ୍ଗୀର କହିଛନ୍ତି, ଅନ୍ୟ ୧,୨୫୮ ଜଣଙ୍କ ବିରୋଧରେ ଦେଶ ବିରୁଦ୍ଧରେ ରାଜନୈତିକ ପ୍ରଚାର ପ୍ରସାର ଅଭିଯୋଗ ଆସିଛି। ହେପାଜତରେ ଥିବା ଲୋକଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ ୧,୦୬୧ ଅଭିଯୋଗ ଜାରି କରାଯାଇଛି ଏବଂ ପୂର୍ବରୁ ଅଭିଯୋଗ ଆଧାରରେ ବହୁ ଲୋକଙ୍କ ସମ୍ପତ୍ତି ଜବତ କରାଯାଇଛି। ସେମାନଙ୍କୁ ସନ୍ଦିଗ୍ଧ ଦେଶଦ୍ରୋହୀ ଭାବେ ବିବେଚନା କରାଯାଇଛି। ଗତ ସପ୍ତାହରେ, ନ୍ୟାୟପାଳିକା କହିଥିଲା ଯେ, ଇସଫାହାନ ପ୍ରଦେଶରେ ୧୦୦ ଜଣ ଦେଶଦ୍ରୋହୀଙ୍କ ସମ୍ପତ୍ତିକୁ ସରକାର ନିଜ କବଜାକୁ ନେଇଛନ୍ତି। ଜାନୁଆରିରେ ହୋଇଥିବା ଶାସନ ବିରୋଧୀ ପ୍ରତିବାଦ ପରେ ୫୦,୦୦୦ ରୁ ଅଧିକ ଲୋକଙ୍କୁ ଗିରଫ କରାଯିବା ପରେ ଏହି ସଦ୍ୟତମ ଅଟକ ମାମଲା ସାମ୍ନାକୁ ଆସିଛି। 

ରିଭୋଲ୍ୟୁସନାରୀ ଗାର୍ଡର ଗୁପ୍ତଚର ସଂଗଠନର ଏକ ପ୍ରାଦେଶିକ ଶାଖା କହିଛି,ଇରାନ ଉପରେ ଜାୟୋନିଷ୍ଟ ଶତ୍ରୁ ଇସ୍ରାଏଲ ଏବଂ ଆମେରିକା ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି, ସେମାନେ ପରବର୍ତ୍ତୀ ପଦକ୍ଷେପ ଭାବରେ ଦଙ୍ଗା ଘଟାଇବା ପାଇଁ ଭଡାଟିଆ ସୈନିକ ଏବଂ ଗୁପ୍ତଚରମାନଙ୍କୁ ସକ୍ରିୟ କରୁଛନ୍ତି। ମାନବାଧିକାର ଗୋଷ୍ଠୀଗୁଡ଼ିକ ଇରାନୀ ସରକାରଙ୍କୁ ସମାଲୋଚନା କରୁଥିବା ଲୋକଙ୍କୁ ଚୁପ୍ କରିବା ପାଇଁ ଗଣ ବନ୍ଦୀ ଏବଂ ଜୋରଜବରଦସ୍ତ ସ୍ୱୀକାରୋକ୍ତି କରାଯାଉଥିବା ଅଭିଯୋଗ କରିଛନ୍ତି। ଆମନେଷ୍ଟି

ଇଣ୍ଟରନ୍ୟାସନାଲ୍ ଗତ ମାସରେ କହିଥିଲା ଯେ, ଇରାନ ସାମୁହିକ ମନମୁଖୀ ଗିରଫଦାରୀ, ବେଆଇନ ଭାବେ ନ୍ୟାୟିକ କାର୍ଯ୍ୟ ଜାରି ରଖିଛି। ଏହା ସହିତ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ମୃତ୍ୟୁ ଦଣ୍ଡାଦେଶ, କଠୋର ଜେଲ୍ ଦଣ୍ଡ ଏବଂ ସମ୍ପତ୍ତି ବାଜ୍ୟାପ୍ତି କରି ଲୋକଙ୍କ ସ୍ବରକୁ ଦମନ କରୁଛନ୍ତି। ନରୱେସ୍ଥିତ ଇରାନ ମାନବାଧିକାର ଗୋଷ୍ଠୀର ସୂଚନା ଅନୁଯାୟୀ, ବର୍ଷ ଆରମ୍ଭରୁ ଜୁନ୍ ୮ ତାରିଖ ପର୍ଯ୍ୟନ୍ତ ରାଜନୈତିକ ଉଦ୍ଦେଶ୍ୟ ରଖି ୧୯ ଜଣ ପ୍ରତିବାଦକାରୀଙ୍କ ସମେତ ୪୦ ଜଣ କଏଦୀଙ୍କୁ ଫାଶୀ ଦିଆଯାଇଛି।

Leave a Reply

Your email address will not be published. Required fields are marked *