ପରୀକ୍ଷାକୁ ସୁରୁଖୁରୁରେ ଏବଂ ସ୍ୱଚ୍ଛତାର ସହ ସମ୍ପାଦନ କରିବା ପାଇଁ ଜାତୀୟ ପରୀକ୍ଷା ଏଜେନ୍ସି (NTA) ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପରୀକ୍ଷାର ଦିନକ ପୂର୍ବରୁ ଅର୍ଥାତ ଆଜି ଏନ୍ଟିଏ ଦେଶବ୍ୟାପୀ ଏକ ‘ମକ୍ଡ୍ରିଲ୍’ ପରିଚାଳନା କରୁଛି ।
ଆସନ୍ତା ଜୁନ୍ ୨୧ ତାରିଖ ରବିବାର ଦିନ ନିଟ୍-ୟୁଜି ପୁନଃ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରୀକ୍ଷାକୁ ସୁରୁଖୁରୁରେ ଏବଂ ସ୍ୱଚ୍ଛତାର ସହ ସମ୍ପାଦନ କରିବା ପାଇଁ ଜାତୀୟ ପରୀକ୍ଷା ଏଜେନ୍ସି (NTA) ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପରୀକ୍ଷାର ଦିନକ ପୂର୍ବରୁ ଅର୍ଥାତ ଆଜି ଏନ୍ଟିଏ ଦେଶବ୍ୟାପୀ ଏକ ‘ମକ୍ଡ୍ରିଲ୍’ ପରିଚାଳନା କରୁଛି ।
ପ୍ରକ୍ସି ପ୍ରାର୍ଥୀଙ୍କ ଉପରେ ରହିବ ନଜର:
ପରୀକ୍ଷାରେ କୌଣସି ପ୍ରକାର ଅନିୟମିତତା ବା ଜାଲିଆତିକୁ ରୋକିବା ପାଇଁ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବିଶେଷ କରି ‘ପ୍ରକ୍ସି ପ୍ରାର୍ଥୀ’ (ଜଣଙ୍କ ବଦଳରେ ଅନ୍ୟ ଜଣେ ପରୀକ୍ଷା ଦେବା) ବ୍ୟବସ୍ଥାକୁ ରୋକିବା ପାଇଁ ନ୍ୟାସନାଲ ମେଡିକାଲ କମିସନ୍ (NMC) ଏକ ବଡ଼ ନିଷ୍ପତ୍ତି ନେଇଛି। ଜୁନ୍ ୨୦ ଏବଂ ୨୧ ତାରିଖରେ ମେଡିକାଲ ଛାତ୍ରମାନଙ୍କ ଛୁଟି ମଞ୍ଜୁର ନକରିବାକୁ ସମସ୍ତ ମେଡିକାଲ କଲେଜଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅଧୀନରେ ଥିବା ଉଚ୍ଚ ଶିକ୍ଷା ବିଭାଗର ପରାମର୍ଶ କ୍ରମେ ଏହି ପଦକ୍ଷେପ ନିଆଯାଇଛି ।
୨୩ ଲକ୍ଷ ପରୀକ୍ଷାର୍ଥୀ ଦେବେ ପରୀକ୍ଷା:
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ନିଟ୍ ପୁନଃ ପରୀକ୍ଷା ପାଇଁ ଦେଶରେ ୫ ହଜାରରୁ ଅଧିକ ପରୀକ୍ଷା କେନ୍ଦ୍ର କରାଯାଇଛି। ଏହା ବ୍ୟତୀତ ବିଦେଶରେ ମଧ୍ୟ ୧୪ଟି କେନ୍ଦ୍ରରେ ପରୀକ୍ଷା ପରିଚାଳନା କରାଯିବ। ଚଳିତ ଥର ପ୍ରାୟ ୨୩ ଲକ୍ଷ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରୁଛନ୍ତି। ପରୀକ୍ଷା ପରିଚାଳନାରେ ଯେପରି କୌଣସି ତ୍ରୁଟି ନରହେ, ସେଥିପାଇଁ ଏନ୍ଟିଏ ସତର୍କ ନଜର ରଖିଛି ।

