ତାମିଲନାଡୁ ଗ୍ୟାସ୍ ଲିକ୍ ଟ୍ରାଜେଡି : ଆଉ ଜଣେ ଓଡ଼ିଆଙ୍କ ମୃତ୍ୟୁ

ତାମିଲନାଡୁର ଭୟଙ୍କର ଗ୍ୟାସ୍ ଲିକ୍ ଦୁର୍ଘଟଣା ଓଡ଼ିଶା ପାଇଁ ପୁଣି ଆଣିଛି ଏକ ଦୁଃଖଦ ଖବର । ଚିକିତ୍ସାଧୀନ ଥିବା ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହେବା ସହ ଏହି ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି ।

ତାମିଲନାଡୁର ଭୟଙ୍କର ଗ୍ୟାସ୍ ଲିକ୍ ଦୁର୍ଘଟଣା ଓଡ଼ିଶା ପାଇଁ ପୁଣି ଆଣିଛି ଏକ ଦୁଃଖଦ ଖବର । ଚିକିତ୍ସାଧୀନ ଥିବା ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହେବା ସହ ଏହି ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି । ମୃତକ ହେଲେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ଜୁଆଙ୍ଗ ସମ୍ପ୍ରଦାୟର ଯୁବତୀ ରୋହିଣୀ । ଗ୍ୟାସ୍ ଲିକ୍ ଘଟଣାରେ ସେ ଗୁରୁତର ଭାବେ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ । ଡାକ୍ତରଙ୍କ ସମସ୍ତ ପ୍ରୟାସ ସତ୍ତ୍ୱେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । ରୋହିଣୀଙ୍କ ମୃତଦେହ ନିଜ ଗାଁରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି । ସ୍ୱଜନଙ୍କ ବିଳାପରେ ଗାଁର ପରିବେଶ ଭାରାକ୍ରାନ୍ତ ହୋଇପଡ଼ିଛି । ଏହି ଦୁର୍ଘଟଣା ପରେ ଓଡ଼ିଶା ସରକାର ସ୍ଥିତି ଉପରେ ନଜର ରଖିଥିବାବେଳେ, ପୀଡ଼ିତ ପରିବାରଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ସହ ଚିକିତ୍ସାଧୀନ ଶ୍ରମିକଙ୍କ ଚିକିତ୍ସା ଓ ସୁରକ୍ଷାକୁ ନେଇ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ଏହି ଘଟଣା ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ କାର୍ଯ୍ୟସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ବଡ଼ ପ୍ରଶ୍ନ ଉଠାଇଛି ।

Leave a Reply

Your email address will not be published. Required fields are marked *