ମହାନଦୀ ବନ୍ୟାରେ ବେହାଲ ଜଗତସିଂହପୁର, ୫୦ ଏକରରୁ ଅଧିକ ପରିବା ଚାଷ ନଷ୍ଟ

ମହାନଦୀର ବନ୍ୟାଜଳ ଏବେ ଜଗତସିଂହପୁର ଜିଲ୍ଲାର ଅନେକ ତଳିଆ ଅଞ୍ଚଳରେ ପ୍ରଭାବ ପକାଇଛି । କୁଜଙ୍ଗ ବ୍ଲକ ଜିଲ୍ଲାନାସୀ ପଞ୍ଚାୟତର ବରିହାଡିଆ ଗାଁ ପାଣି ଘେରରେ ରହିଛି । ବନ୍ୟା ପାଣି ଘରଦ୍ୱାର ଓ ଚାଷ ଜମିରେ ପଶିବା ଫଳରେ ସ୍ଥାନୀୟ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ମହାନଦୀର ବନ୍ୟାଜଳ ଏବେ ଜଗତସିଂହପୁର ଜିଲ୍ଲାର ଅନେକ ତଳିଆ ଅଞ୍ଚଳରେ ପ୍ରଭାବ ପକାଇଛି । କୁଜଙ୍ଗ ବ୍ଲକ ଜିଲ୍ଲାନାସୀ ପଞ୍ଚାୟତର ବରିହାଡିଆ ଗାଁ ପାଣି ଘେରରେ ରହିଛି । ବନ୍ୟା ପାଣି ଘରଦ୍ୱାର ଓ ଚାଷ ଜମିରେ ପଶିବା ଫଳରେ ସ୍ଥାନୀୟ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାତାୟାତ ଠାରୁ ଆରମ୍ଭ କରି ଦୈନନ୍ଦିନ ଜୀବନ ମଧ୍ୟ ପ୍ରଭାବିତ ହୋଇଛି ।ଏହି ଅଞ୍ଚଳର ପ୍ରାୟ ୨୦୦ ପରିବାର ଚାଷ ଉପରେ ନିର୍ଭର କରି ପରିବାର ଚଳାନ୍ତି । କିନ୍ତୁ ଏବେ ବନ୍ୟା ପାଣି ସେମାନଙ୍କ ଜୀବିକା ଉପରେ ବଡ଼ ଆଘାତ ଦେଇଛି ।

 ପ୍ରାୟ ୫୦ ଏକରରୁ ଅଧିକ ପରିବା ଚାଷ ବନ୍ୟା ପାଣିରେ ନଷ୍ଟ ହୋଇଯାଇଛି । ଚାଷୀମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଚାଷ କରିଥିବା ବେଳେ ଏବେ କ୍ଷତିର ଭାର କିପରି ସମ୍ଭାଳିବେ, ସେନେଇ ଚିନ୍ତାରେ ପଡ଼ିଛନ୍ତି । ବନ୍ୟା ପରିସ୍ଥିତିକୁ ନେଇ ପ୍ରଶାସନ ପକ୍ଷରୁ ନଜର ରଖାଯାଉଥିବାବେଳେ ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ପଦକ୍ଷେପ ନିଆଯାଉଛି ।

Leave a Reply

Your email address will not be published. Required fields are marked *