ଟ୍ରମ୍ପ ସରକାରଙ୍କ ବଡ଼ ନିଷ୍ପତ୍ତି : ୪ ଭାରତୀୟ କମ୍ପାନି ଉପରୁ ହଟିଲା ପ୍ରତିବନ୍ଧକ

ଶୁଳ୍କ ବିବାଦ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ଆମେରିକା ସମ୍ପର୍କରେ ସୁଧାର ଆଣିବାକୁ ଚେଷ୍ଟା କରୁଛନ୍ତି । ଦୁଇ ଦେଶ ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ପାଇଁ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଶୁଳ୍କ ବିବାଦ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ଆମେରିକା ସମ୍ପର୍କରେ ସୁଧାର ଆଣିବାକୁ ଚେଷ୍ଟା କରୁଛନ୍ତି । ଦୁଇ ଦେଶ ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ପାଇଁ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହା ପୂର୍ବରୁ ଟ୍ରମ୍ପ ପ୍ରଶାସନ ଚାରିଟି ଭାରତୀୟ କମ୍ପାନି ଉପରୁ ପ୍ରତିବନ୍ଧକ ଉଠାଇ ଦେଇଛନ୍ତି।

ଆମେରିକାର ଟ୍ରେଜେରୀ ବିଭାଗ ଯେଉଁ କମ୍ପାନିଗୁଡ଼ିକ ଉପରୁ ପ୍ରତିବନ୍ଧକ ଉଠାଇଛନ୍ତି ସେମାନଙ୍କ ମଧ୍ୟରେ ହାଇଦ୍ରାବାଦସ୍ଥିତ ଆରଆରଜି ଇଞ୍ଜିନିୟରିଂ ଟେକ୍ନୋଲୋଜିସ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଲୋକେଶ ମେସିନ୍ସ ଲିମିଟେଡ୍,ଅହମଦାବାଦସ୍ଥିତ ଗାଲାକ୍ସି ବିୟରିଂସ୍ ଲିମିଟେଡ୍ ଏବଂ ଦିଲ୍ଲୀସ୍ଥିତ ଶୌର୍ଯ୍ୟ ଏରୋନଟିକ୍ସ ପ୍ରାଇଭେଟ୍ ଲିମିଟେଡ୍ ଅନ୍ତର୍ଭୁକ୍ତ ରହିଛନ୍ତି। ଟ୍ରେଜେରୀ ବିଭାଗ ଏହି କମ୍ପାନିଗୁଡ଼ିକୁ ସ୍ପେସାଲି ଡେଜିଗିନେଟେଡ ନ୍ୟାସନାଲ୍ସ(ଏସଡିଏନ)ତାଲିକାରୁ ବାହାର କରିଦେଇଛି। ଏସଡିଏନ ଆମେରିକାର ଅଧିକାରକ୍ଷେତ୍ରରେ ଏହି ତାଲିକାରେ ଥିବା କମ୍ପାନି ଏବଂ ବ୍ୟକ୍ତିବିଶେଷଙ୍କ ସମ୍ପତ୍ତିକୁ ଫ୍ରିଜ୍ କରିଥାଏ। 

ଆମେରିକାର ବୈଦେଶିକ ସମ୍ପତ୍ତି ନିୟନ୍ତ୍ରଣ କାର୍ଯ୍ୟାଳୟ(ଓଏଫଏସି)ପ୍ରତିବନ୍ଧକ ତାଲିକାରେ ଚାରୋଟି କମ୍ପାନି ଯୋଡାଯିବାର ପ୍ରାୟ ଦୁଇ ବର୍ଷ ପରେ ଏହି ପଦକ୍ଷେପ ନିଆଯାଇଛି । ୨୦୨୪ ମସିହାରେ, ଓଏଫଏସି ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଅନୁଯାୟୀ ୨୧ ଭାରତୀୟ ସଂସ୍ଥା ଉପରେ ପ୍ରତିବନ୍ଧକ ଲଗାଇଥିଲା। ସେଥିମଧ୍ୟରେ ୧୯ କମ୍ପାନି ଏବଂ ଦୁଇ ଜଣ ବ୍ୟକ୍ତିଥିଲେ। ରୁଷ ସରକାରଙ୍କୁ ସହାୟତା କରିବା ଅଭିଯୋଗରେ ଅଭିଯୁକ୍ତ କମ୍ପାନି ଏବଂ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଏହି ତାଲିକାଭୁକ୍ତ କରାଯାଇଥିଲା। ୨୦୨୨ ମସିହାରେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ମସ୍କୋ ଉପରେ ଲାଗୁ ହୋଇଥିବା କଟକଣାର ଉଲ୍ଲଂଘନକୁ ରୋକିବା ପାଇଁ ଆମେରିକା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

Leave a Reply

Your email address will not be published. Required fields are marked *