ବ୍ରିଟେନରେ ଭୀଷଣ ହିଟ୍ ୱେଭ୍ ଭିତରେ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି । କିଛି ଅଞ୍ଚଳରେ ସବୁ ଘରୁ ଏସି ହଟାଇବାକୁ ଏଠିକାର ସରକାର କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି ।
ବ୍ରିଟେନରେ ଭୀଷଣ ହିଟ୍ ୱେଭ୍ ଭିତରେ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି । କିଛି ଅଞ୍ଚଳରେ ସବୁ ଘରୁ ଏସି ହଟାଇବାକୁ ଏଠିକାର ସରକାର କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି । ଗରମରୁ ଆଶ୍ବସ୍ତି ପାଇଁ ଏସି ହଟାବାକୁ ଶେଷ ବିକଳ୍ପ ଭାବେ ନେଇଛନ୍ତି ବ୍ରିଟେନ୍ ସରକାର ।
ୟୁରୋପ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ କବଳରେ , ବ୍ରିଟେନରେ ବି ସ୍ଥିତି ସଙ୍ଗୀନ୍ । ଅନେକ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ପହଞ୍ଚିଛି। ଗ୍ରୀଷ୍ମ ପ୍ରବାହ ଯୋଗୁଁ ସ୍କୁଲ ବନ୍ଦ ହୋଇଯାଇଛି, କିଛି ଅଞ୍ଚଳରେ ଟ୍ରେନ୍ ସେବା ବାଧାପ୍ରାପ୍ତ ହୋଇଛି, ଏବଂ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଛି। ଏପରି ପରିସ୍ଥିତି ମଧ୍ୟରେ, ବ୍ରିଟେନର କିଛି ଅଞ୍ଚଳର କର୍ତ୍ତୃପକ୍ଷ ଲୋକମାନଙ୍କୁ ଏୟାର କଣ୍ଡିସନର ବ୍ୟବହାର ସୀମିତ କରିବାକୁ ଏବଂ କିଛି କ୍ଷେତ୍ରରେ ସେଗୁଡ଼ିକୁ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ଜାରି ହୋଇଛି ।
ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଲଣ୍ଡନର କିଛି ସ୍ଥାନୀୟ ପରିଷଦ କହିଛନ୍ତି , ଗରମରୁ ମୁକ୍ତି ପାଇଁ ଅନ୍ୟ କୌଣସି ବିକଳ୍ପ ନଥିଲେ କେବଳ ଏୟାର କଣ୍ଡିସନିଂ ବ୍ୟବହାର କରାଯିବା ଉଚିତ । ଏହି ନିଷ୍ପତ୍ତି ନେଟ୍ ଜିରୋ ନୀତି ଅଧୀନରେ କାର୍ଯ୍ୟକାରୀ ହେଉଥିବା କୋଠା ନିୟମାବଳୀର ଗୋଟେ ଅଂଶ। ଏହି ନୀତିରେ ପ୍ରଥମେ ପ୍ରାକୃତିକ ପଦ୍ଧତି ଚେଷ୍ଟା କରିବା ଆବଶ୍ୟକ, ଯେପରିକି ଝରକା ଖୋଲିବା, ବାୟୁଚଳାଚଳ ସବୁଇଦା କରିବା ସହ ଫ୍ୟାନ୍ ବ୍ୟବହାର କରିବା। ଯଦି ଏସବୁ ବ୍ୟବସ୍ଥାରେ ଆଶ୍ବସ୍ତି ନମେିଳେ ତାହେଲେ ଯାଇ ଏସି ବ୍ୟବସ୍ଥା କରିବା ଉଚିତ ବଶେଳି କହିଛନ୍ତି ବ୍ରିଟେନ୍ ସରକାର ।
ଲଣ୍ଡନ ମେୟର ସାଦିକ ଖାନ ଦୀର୍ଘ ଦିନ ଧରି ପରିବେଶ ସୁରକ୍ଷା ଏବଂ କାର୍ବନ ନିର୍ଗମନ ହ୍ରାସ ଉପରେ ଗୁରୁତ୍ୱାରୋପ କରିଆସୁଛନ୍ତି । ରିପୋର୍ଟ ଅନୁଯାୟୀ, କାମଡେନ ପରିଷଦ କିଛି ଆପାର୍ଟମେଣ୍ଟରୁ ଏୟାର କଣ୍ଡିସନରଗୁଡ଼ିକୁ ହଟାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛି । ପ୍ରଶାସନ ବିଶ୍ୱାସ କରେ ଯେ ଏୟାର କଣ୍ଡିସନରର ଅତ୍ୟଧିକ ବ୍ୟବହାର କାର୍ବନ ଡାଇଅକ୍ସାଇଡ ନିର୍ଗମନକୁ ବୃଦ୍ଧି କରୁଛି , ତେଣୁ ଏହାର ବ୍ୟବହାର ସୀମିତ ହେବା ଉଚିତ ।
ରିପୋର୍ଟ ଅନୁଯାୟୀ, ପ୍ରବଳ ଗରମ ଏବଂ ଅନେକ ସ୍ଥାନରେ ପର୍ଯ୍ୟାପ୍ତ ଶୀତଳୀକରଣ ବ୍ୟବସ୍ଥାର ଅଭାବ ମଧ୍ୟ ହସ୍ପିଟାଲଗୁଡ଼ିକୁ ପ୍ରଭାବିତ କରିଛି। ରିପୋର୍ଟ ଅନୁଯାୟୀ ଗରମ ଯୋଗୁଁ ୪୦୦୦ ରୁ ଅଧିକ ଅସ୍ତ୍ରୋପଚାର ସ୍ଥଗିତ ରଖାଯାଇଛି । ଏହା ସ୍ୱାସ୍ଥ୍ୟସେବା ସେବା ଉପରେ ଅତିରିକ୍ତ ଚାପ ପକାଇଛି । ବ୍ରିଟେନରେ ଗ୍ରୀଷ୍ମ ଋତୁରେ ଏୟାର କଣ୍ଡିସନର ବ୍ୟବହାର ଉପରେ ବିତର୍କ ଏବେ ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ଆରାମକୁ ସନ୍ତୁଳିତ କରିବା ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି।

