ଟିଏମ୍‌ସି ନେତାଙ୍କୁ ଅଣ୍ଡାମାଡ଼ ମାମଲା , ପଶ୍ଚିମବଙ୍ଗ ସରକାରଙ୍କଠାରୁ ରିପୋର୍ଟ ମାଗିଲେ କଲିକତା ହାଇକୋର୍ଟ

ତୃଣମୂଳ କଂଗ୍ରେସ – ଟିଏମ୍‌ସି ନେତାଙ୍କୁ ଅଣ୍ଡାମାଡ଼ ଘଟଣାରେ ରାଜ୍ୟ ସରକାରଙ୍କଠାରୁ ରିପୋର୍ଟ ମାଗିଲେ କଲିକତା ହାଇକୋର୍ଟ ।  ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ପରାଜୟ ପରଠାରୁ ଟିଏମ୍‌ସି ନେତାଙ୍କ ଉପରକୁ ବାରମ୍ବାର  ଅଣ୍ଡମାଡ଼ ହେଉଛି ।

ତୃଣମୂଳ କଂଗ୍ରେସ – ଟିଏମ୍‌ସି ନେତାଙ୍କୁ ଅଣ୍ଡାମାଡ଼ ଘଟଣାରେ ରାଜ୍ୟ ସରକାରଙ୍କଠାରୁ ରିପୋର୍ଟ ମାଗିଲେ କଲିକତା ହାଇକୋର୍ଟ ।  ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ପରାଜୟ ପରଠାରୁ ଟିଏମ୍‌ସି ନେତାଙ୍କ ଉପରକୁ ବାରମ୍ବାର  ଅଣ୍ଡମାଡ଼ ହେଉଛି । ଗତକାଲି ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ଉପରକୁ ଅଣ୍ଡାମାଡ଼ ହୋଇଥିଲା । ଅଣ୍ଡାମାଡ଼  ବିରୋଧରେ ହୋଇଥିବା ଏକ ଆବେଦନ ଉପରେ ଆଜି ପଶ୍ଚିମବଙ୍ଗ ସରକାରଙ୍କଠାରୁ କଲିକତା ହାଇକୋର୍ଟ ରିପୋର୍ଟ ମାଗିଛନ୍ତି ।

ଏହି ଘଟଣାରେ କେତୋଟି ଏତଲା ହୋଇଛି, ତାହା ଅବଗତ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଣ୍ଡାମାଡ଼ ଘଟଣାକୁ ବିରୋଧ କରି ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀ ହାଇକୋର୍ଟରେ ଆବେଦନ କରିଥିଲେ । ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନହୁଏ ସେନେଇ ସମସ୍ତ ଥାନାକୁ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଜାରି ପାଇଁ କୋଲକାତା ପୁଲିସ କମିସନରଙ୍କୁ  ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଶୁଣାଣି ସମୟରେ ପଶ୍ଚିମବଙ୍ଗ ସରକାର  କହିଥିଲେ ଯେ ଏଭଳି କାର୍ଯ୍ୟକୁ ସରକାର ପ୍ରୋତ୍ସାହନ ଦେଉନାହାନ୍ତି । ଯେତେବେଳେ ବି ଅଭିଯୋଗ ହୋଇଛି ପୁଲିସ ସଙ୍ଗେସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

Leave a Reply

Your email address will not be published. Required fields are marked *