ଶୁଖିଲା ପଡ଼ିଛି କେନାଲ ; ଜଳ ଅଭାବରେ ବ୍ୟାହତ ଚାଷକାର୍ଯ୍ୟ

ଖରାଦିନେ ମଧ୍ୟ ପୂର୍ବରୁ କେନାଲରେ ପାଣି ଭରପୁର ରହୁଥିବା ବେଳେ ଚାଷ କାର୍ଯ୍ୟ ସହ ଲୋକମାନେ ଗାଧୁଆ ପାଧୁଆ ଏବଂ ଗାଈ ଗୋରୁ ଛେଳି ମେଣ୍ଢା ପାଣି ପିଉଥିବା ଦେଖିବାକୁ ମିଳୁଥିଲା । ହେଲେ ପାଣିର ସମସ୍ୟା ରହୁ ନଥିଲା । କିନ୍ତୁ ବର୍ତ୍ତମାନ ତାହା ସମ୍ପୂର୍ଣ ଓଲଟା ।

ସମୟ ଥିଲା ଯେଉଁ କେନାଲରେ ଦିନେ ବୋଟ୍‌, ଡଙ୍ଗା, ଲଞ୍ଚ୍ ଯିବା ଆସିବା କରୁଥିବା ସହ ବର୍ଷ ତମାମ ପାଣି ରହୁଥିଲା ତାହା ଏବେ ଶୁଖିଲା ପଡ଼ିଛି । ଆଉ ଯେଉଁ ଉଦ୍ଦେଶ୍ୟରେ ଏହି କେନାଲ ଖୋଳା ଯାଇଥିଲା ତାହା ଏବେ ବିପର୍ଯ୍ୟସ୍ତ । ଆମେ କହୁଛୁ କେନ୍ଦ୍ରାପଡ଼ା କେନାଲ କଥା । କଟକ ଜଗତପୁରରୁ ବାହାରି କେନ୍ଦ୍ରାପଡ଼ାରେ ସରିଛି । ହେଲେ ବର୍ତ୍ତମାନ କେନାଲ ଶୁଖିଲା ପଡ଼ିଛି । ଲୋକକଥା ଅନୁସାରେ, ବ୍ରିଟିଶ ଅମଳରେ ଏହି କେନାଲ ଖୋଳା ଯାଇଥିଲା ଦୁଇଟି କାର୍ଯ୍ୟ ପାଇଁ । ପ୍ରଥମରେ ଚାଷକାର୍ଯ୍ୟ ଓ ଦ୍ୱିତୀୟରେ ପରିବହନ କିନ୍ତୁ ମୁଖ୍ୟ କାର୍ଯ୍ୟ ହେଉଛି ଚାଷ କାର୍ଯ୍ୟ ।

ହେଲେ ଖରାଦିନେ ମଧ୍ୟ ପୂର୍ବରୁ କେନାଲରେ ପାଣି ଭରପୁର ରହୁଥିବା ବେଳେ ଚାଷ କାର୍ଯ୍ୟ ସହ ଲୋକମାନେ ଗାଧୁଆ ପାଧୁଆ ଏବଂ ଗାଈ ଗୋରୁ ଛେଳି ମେଣ୍ଢା ପାଣି ପିଉଥିବା ଦେଖିବାକୁ ମିଳୁଥିଲା । ହେଲେ ପାଣିର ସମସ୍ୟା ରହୁ ନଥିଲା । କିନ୍ତୁ ବର୍ତ୍ତମାନ ତାହା ସମ୍ପୂର୍ଣ ଓଲଟା । ଯେଉଁଥି ପାଇଁ ମୁଖ୍ୟତଃ କେନାଲ ଖୋଳା ଯାଇଥିଲା ଏବେ ସେହି ଚାଷ କାର୍ଯ୍ୟ ସଠିକ ଭାବେ ହୋଇପାରୁନାହିଁ । ଆଜି ପର୍ଯ୍ୟନ୍ତ ଚାଷ ଜମିଗୁଡ଼ିକ ପଡ଼ିଆ ହୋଇ ପଡ଼ିରହିଛି । ଗୋଟେ ପଟେ କେନାଲରେ ପାଣି ନାହିଁ କି ନଦୀରେ ମଧ୍ୟ ପାଣି ନାହିଁ । ଯାହା ଫଳରେ କୂଅ ଓ ଟ୍ୟୁବୱେଲରେ ଜଳସ୍ତର ତଳକୁ ଖସି ଯାଉଛି । ଲୋକମାନେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖିନ ହେଉଛନ୍ତି । 

Leave a Reply

Your email address will not be published. Required fields are marked *