ଗିରଫଦାରୀର ଆଧାର କ’ଣ ଏବଂ ଆଇନ ଅନୁଯାୟୀ ଏପରି କାର୍ଯ୍ୟାନୁଷ୍ଠାନ କେତେ ଯୁକ୍ତିଯୁକ୍ତ, ତାହା ସ୍ପଷ୍ଟ କରିବାକୁ ସେ ଦାବି କରିଛନ୍ତି । ସିଜେପି ନେତାମାନଙ୍କୁ ଗିରଫ କରାଯିବା ଘଟଣାକୁ ନେଇ ମଧ୍ୟ ସେ କ୍ଷୋଭ ପ୍ରକାଶ କରିଛନ୍ତି।
ଜନ୍ତରମନ୍ତରରେ ପହଞ୍ଚିଥିବା ଲୋକଙ୍କୁ ଗିରଫ କରିବା ଏବଂ ସେମାନଙ୍କୁ କେଉଁଠାକୁ ନିଆଯାଉଛି, ସେ ସମ୍ପର୍କରେ ସୂଚନା ନଦେବାକୁ ନେଇ ମଧ୍ୟ ସିବଲ ପ୍ରଶ୍ନ ଉଠାଇଛନ୍ତି । ଗିରଫଦାରୀର ଆଧାର କ’ଣ ଏବଂ ଆଇନ ଅନୁଯାୟୀ ଏପରି କାର୍ଯ୍ୟାନୁଷ୍ଠାନ କେତେ ଯୁକ୍ତିଯୁକ୍ତ, ତାହା ସ୍ପଷ୍ଟ କରିବାକୁ ସେ ଦାବି କରିଛନ୍ତି । ସିଜେପି ନେତାମାନଙ୍କୁ ଗିରଫ କରାଯିବା ଘଟଣାକୁ ନେଇ ମଧ୍ୟ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଜଣେ ନିର୍ବାଚନ କମିଶନରଙ୍କ ପ୍ରତି ସରକାରଙ୍କ ଏତେ ଆସକ୍ତି କାହିଁକି ବୋଲି ପ୍ରଶ୍ନ କରିବା ସହ ଜ୍ଞାନେଶ କୁମାରଙ୍କୁ ନେଇ ସେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ଏସ୍ଆଇଆର୍ ପ୍ରକ୍ରିୟାରେ ଲକ୍ଷ ଲକ୍ଷ ଲୋକଙ୍କ ଭୋଟ କାଟି ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ସିବଲ । ପରେ ଭୋଟରଙ୍କୁ ପୁଣି ସୁଯୋଗ ଦେବା କଥା କହିବା ଭୁଲ୍ ଭାବେ ଭୋଟ କାଟିବାକୁ ସ୍ୱୀକାର କରିବା ସହ ସମାନ ବୋଲି ସେ ଦାବି କରିଛନ୍ତି । ତେବେ ଏହା ତାଙ୍କର ରାଜନୈତିକ ଅଭିଯୋଗ ।
ଏହା ସହ ଟ୍ରେନ୍ ଚଳାଚଳ ବନ୍ଦ ରହିବା, ଇଣ୍ଟରନେଟ୍ ସେବା ବାଧାପ୍ରାପ୍ତ ହେବା ଏବଂ ଲୋକଙ୍କ ମୋବାଇଲ ଫୋନ୍ ନେଇଯିବା ଭଳି ଅଭିଯୋଗ ମଧ୍ୟ ସେ ଉଠାଇଛନ୍ତି । ଏପରି ସ୍ଥିତିରେ ଲୋକେ ନିଜ ପରିବାର ସହ ଯୋଗାଯୋଗ କରିପାରୁନଥିବା ସେ କହିଛନ୍ତି । ସୁପ୍ରିମକୋର୍ଟଙ୍କ ନିକଟରେ ମଧ୍ୟ ଏହି ପ୍ରସଙ୍ଗ ଉଠାଯାଇଥିବା ସତ୍ତ୍ୱେ ସମସ୍ୟାର ସମାଧାନ ହୋଇନଥିବା ନେଇ ସିବଲ ଅସନ୍ତୋଷ ପ୍ରକାଶ କରିଛନ୍ତି । ଦେଶରେ ଗଣତନ୍ତ୍ର, ନାଗରିକଙ୍କ ଅଧିକାର ଓ ଶାନ୍ତିପୂର୍ଣ୍ଣ ପ୍ରତିବାଦର ସ୍ୱାଧୀନତାକୁ ନେଇ ସେ ଚିନ୍ତା ପ୍ରକାଶ କରିଛନ୍ତି ।

