ଛାତ୍ର ଆନ୍ଦୋଳନ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, ନାବାଳକଙ୍କୁ ମୁକ୍ତ କରିବାକୁ ଆଦେଶ

ପ୍ରଶ୍ନପତ୍ର ଲିକ୍‌କୁ ନେଇ ହୋଇଥିବା ଛାତ୍ର ଆନ୍ଦୋଳନ ମାମଲାରେ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆନ୍ଦୋଳନ ସମୟରେ ଗିରଫ ହୋଇଥିବା ନାବାଳକ ଓ ଯେଉଁ ଛାତ୍ରଛାତ୍ରୀଙ୍କର କୌଣସି ଅପରାଧିକ ପୂର୍ବ ରେକର୍ଡ ନାହିଁ, ସେମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି ।

ପ୍ରଶ୍ନପତ୍ର ଲିକ୍‌କୁ ନେଇ ହୋଇଥିବା ଛାତ୍ର ଆନ୍ଦୋଳନ ମାମଲାରେ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆନ୍ଦୋଳନ ସମୟରେ ଗିରଫ ହୋଇଥିବା ନାବାଳକ ଓ ଯେଉଁ ଛାତ୍ରଛାତ୍ରୀଙ୍କର କୌଣସି ଅପରାଧିକ ପୂର୍ବ ରେକର୍ଡ ନାହିଁ, ସେମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି । ଦେଶବ୍ୟାପୀ ପ୍ରଶ୍ନପତ୍ର ଲିକ୍‌ ବିରୋଧୀ ଛାତ୍ର ଆନ୍ଦୋଳନକୁ ନେଇ ଦାଖଲ ହୋଇଥିବା ବିଭିନ୍ନ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ତିନିଜଣିଆ ଖଣ୍ଡପୀଠ କହିଛନ୍ତି, ୧୮ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀ ଏବଂ ଯେଉଁମାନଙ୍କର କୌଣସି ଅପରାଧିକ ପୂର୍ବ ରେକର୍ଡ ନାହିଁ, ସେମାନଙ୍କୁ ତୁରନ୍ତ ମୁକ୍ତ କରାଯିବ ।

ଏହା ସହ ଦିଲ୍ଲୀର ଜନ୍ତରମନ୍ତର ସମେତ ବିଭିନ୍ନ ରାଜ୍ୟରେ ଆନ୍ଦୋଳନକୁ ନେଇ ଦାଖଲ ହୋଇଥିବା ମାମଲା ଗୁଡ଼ିକରେ ଏହି ଛାତ୍ରଛାତ୍ରୀଙ୍କ ବିରୋଧରେ କୌଣସି ବଳପୂର୍ବକ ପଦକ୍ଷେପ ନ ନେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଯେଉଁମାନଙ୍କର ଅପରାଧିକ ପୂର୍ବ ଇତିହାସ ରହିଛି, ସେମାନଙ୍କ ପ୍ରତି ଏହି ସୁରକ୍ଷା ଲାଗୁ ହେବ ନାହିଁ । ଏହା ସହ ଆନ୍ଦୋଳନ ସମୟରେ ପୋଲିସର ବଳପ୍ରୟୋଗ ଏବଂ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ ସ୍ୱାଧୀନ କମିଟି ଗଠନ କରାଯାଇପାରେ ବୋଲି ସୁପ୍ରିମକୋର୍ଟ ସୂଚନା ଦେଇଛନ୍ତି । ଏହାସହ କେନ୍ଦ୍ର ସରକାର ଓ ଦିଲ୍ଲୀ ସମେତ ସାତଟି ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରି ଜବାବ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *