ଚଳନ୍ତା ସ୍କୁଟରରେ ଲାଗିଲା ନିଆଁ , ଅଳ୍ପକେ ବର୍ତ୍ତିଲେ ଚାଳକ

ଚଳନ୍ତା ସ୍କୁଟରରେ ଲାଗିଲା ନିଆଁ,ଅଳ୍ପକେ ବର୍ତ୍ତିଲେ ଚାଳକ । ଗଞ୍ଜାମ ଖଲ୍ଲିକୋଟ କଲେଜ ଆଗରେ ହଠାତ ଗୋଟିଏ ଚଳନ୍ତା ସ୍କୁଟର୍‌ରେ ନିଆଁ ଲାଗିଥିଲା । ସ୍କୁଟର ଇଞ୍ଜିନ ମାତ୍ରାଧିକ ଗରମ ହେବା ଫଳରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି ।

ଚଳନ୍ତା ସ୍କୁଟରରେ ଲାଗିଲା ନିଆଁ,ଅଳ୍ପକେ ବର୍ତ୍ତିଲେ ଚାଳକ । ଗଞ୍ଜାମ ଖଲ୍ଲିକୋଟ କଲେଜ ଆଗରେ ହଠାତ ଗୋଟିଏ ଚଳନ୍ତା ସ୍କୁଟର୍‌ରେ ନିଆଁ ଲାଗିଥିଲା । ସ୍କୁଟର ଇଞ୍ଜିନ ମାତ୍ରାଧିକ ଗରମ ହେବା ଫଳରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ତେବେ ସ୍କୁଟର ଚାଳକ ଜଣକ ନିଆଁ ଲାଗିବା ଆରମ୍ଭ ହେବା ମାତ୍ରକେ ସ୍କୁଟରକୁ ରଖି ଓଲ୍ଲାଇ ଯାଇଥିଲେ । ଯାହାଫଳରେ ଅଳ୍ପକେ ବର୍ତ୍ତି ଯାଇଥିଲେ । ଚାହୁଁ ଚାହୁଁ ଆଖି ଆଗରେ ହୁତୁହୁତ ହୋଇ ଜଳି ଉଠିଥିଲା ସ୍କୁଟର୍‌ଟି । ଚାଳକ ଜଣକ ଆଙ୍କୁଲି ଅଞ୍ଚଳର ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *