ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନ, ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଦୋଗାନ୍ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ୍ ଶରିଫଙ୍କ ଉପସ୍ଥିତିରେ ଏହି ଚୁକ୍ତିରେ ସ୍ୱାକ୍ଷର ହୋଇଥିଲା।
ତୁର୍କୀ, ସାଉଦି ଆରବ ଏବଂ ପାକିସ୍ତାନ ମଧ୍ୟରେ ମକ୍କାରେ ଏକ ମିଳିତ ପ୍ରତିରକ୍ଷା ଚୁକ୍ତିରେ ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତି ଅନୁସାରେ, ଏହି ତିନୋଟି ଦେଶ ମଧ୍ୟରୁ ଯେକୌଣସି ଗୋଟିଏ ଦେଶ ଉପରେ ସଶସ୍ତ୍ର ଆକ୍ରମଣ ହେଲେ, ତାହାକୁ ତିନୋଟି ଦେଶ ଉପରେ ଆକ୍ରମଣ ଭାବେ ବିବେଚନା କରାଯିବ।
ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନ, ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଦୋଗାନ୍ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ୍ ଶରିଫଙ୍କ ଉପସ୍ଥିତିରେ ଏହି ଚୁକ୍ତିରେ ସ୍ୱାକ୍ଷର ହୋଇଥିଲା।
ମକ୍କାରେ ତିନି ଦେଶ ମଧ୍ୟରେ ହେଲା ଡିଲ୍
ମକ୍କାର ଅଲ୍-ସଫା ପ୍ୟାଲେସରେ ଆୟୋଜିତ ଶିଖର ସମ୍ମିଳନୀରେ ସାଉଦି ଆରବ, ତୁର୍କୀ ଏବଂ ପାକିସ୍ତାନ ‘ମକ୍କା ଜଏଣ୍ଟ ଡିଫେନ୍ସ ଏଗ୍ରିମେଣ୍ଟ’ରେ ସ୍ୱାକ୍ଷର କରିଛନ୍ତି। ତିନୋଟି ଦେଶ ଏକ ମିଳିତ ବିବୃତିରେ କହିଛନ୍ତି ଯେ, ଏହି ଚୁକ୍ତି ସେମାନଙ୍କର ଐତିହାସିକ ସମ୍ପର୍କ, ଇସଲାମିକ ଏକତା, ସାଧାରଣ ରଣନୀତିକ ସ୍ୱାର୍ଥ ଏବଂ ଦୀର୍ଘଦିନର ପ୍ରତିରକ୍ଷା ସହଯୋଗ ଉପରେ ଆଧାରିତ।
ଏହି ଚୁକ୍ତିର ଉଦ୍ଦେଶ୍ୟ ହେଉଛି ସାମୂହିକ ସୁରକ୍ଷାକୁ ମଜବୁତ କରିବା ସହିତ ଆଞ୍ଚଳିକ ଏବଂ ବିଶ୍ୱସ୍ତରରେ ଶାନ୍ତି, ସୁରକ୍ଷା ଓ ସ୍ଥିରତାକୁ ବଢ଼ାଇବା।
ଚୁକ୍ତିର ଗୁରୁତ୍ୱପୂର୍ଣ୍ଣ ବିଷୟ
• ତିନୋଟି ଦେଶ ମଧ୍ୟରୁ ଯେକୌଣସି ଗୋଟିଏ ଦେଶ ଉପରେ ସଶସ୍ତ୍ର ଆକ୍ରମଣ ହେଲେ, ତାହାକୁ ସମସ୍ତ ସଦସ୍ୟ ଦେଶ ଉପରେ ଆକ୍ରମଣ ଭାବେ ଧରାଯିବ।
• ଯେକୌଣସି ବାହ୍ୟ ଆକ୍ରମଣ ବିରୋଧରେ ସାମୂହିକ ପ୍ରତିରୋଧ କ୍ଷମତାକୁ ମଜବୁତ କରିବା ଏହି ଚୁକ୍ତିର ମୁଖ୍ୟ ଉଦ୍ଦେଶ୍ୟ।
• ପ୍ରତିରକ୍ଷା ସହଯୋଗର ସମସ୍ତ କ୍ଷେତ୍ରରେ ଭାଗୀଦାରୀ ବଢ଼ାଇବାକୁ ତିନୋଟି ଦେଶ ସହମତି ପ୍ରକାଶ କରିଛନ୍ତି।
• ସାମରିକ, ସୁରକ୍ଷା ଏବଂ ରଣନୀତିକ ସମନ୍ୱୟକୁ ଆହୁରି ମଜବୁତ କରିବା ପାଇଁ ଏଥିରେ ବ୍ୟବସ୍ଥା କରାଯାଇଛି।
ପଶ୍ଚିମ ଏସିଆରେ ସୁରକ୍ଷା ସ୍ଥିତି ଏବଂ ଆଞ୍ଚଳିକ ଉତ୍ତେଜନାକୁ ନେଇ ଚିନ୍ତା ବଢ଼ିଥିବା ସମୟରେ ଏହି ଚୁକ୍ତି ହୋଇଛି। ଏହା ସହିତ ପାକିସ୍ତାନ ଇରାନ ଏବଂ ଆମେରିକା ମଧ୍ୟରେ ମଧ୍ୟସ୍ଥତାର ଭୂମିକା ମଧ୍ୟ ନିଭାଇଥିଲା।

