କେବେ ରାଗ, କେବେ ପ୍ରେମ : ପୁଣି ମୋଦୀଙ୍କୁ ପ୍ରଶଂସାରେ ପୋତିଲେ ଟ୍ରମ୍ପ୍ ; କହିଲେ ‘ମୋ ସାଙ୍ଗ ଜଣେ ମହାନ ନେତା’

ଫ୍ରାନ୍ସରେ ଆୟୋଜିତ ଜି-୭ ସମିଟ୍‌ରୁ ଫେରିବା ପରେ ଟ୍ରମ୍ପ ‘ଏକ୍ସିଓସ୍’ କୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇଛନ୍ତି। ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଶ୍ୱର ଅନ୍ୟତମ ମହାନ ନେତା ବୋଲି କହିବା ସହ ତାଙ୍କୁ ନିଜର ଜଣେ ଭଲ ବନ୍ଧୁ ବୋଲି ମଧ୍ୟ କହିଛନ୍ତି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି । ଫ୍ରାନ୍ସରେ ଆୟୋଜିତ ଜି-୭ ସମିଟ୍‌ରୁ ଫେରିବା ପରେ ଟ୍ରମ୍ପ ‘ଏକ୍ସିଓସ୍’ କୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇଛନ୍ତି। ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଶ୍ୱର ଅନ୍ୟତମ ମହାନ ନେତା ବୋଲି କହିବା ସହ ତାଙ୍କୁ ନିଜର ଜଣେ ଭଲ ବନ୍ଧୁ ବୋଲି ମଧ୍ୟ କହିଛନ୍ତି । ସାକ୍ଷାତକାର ସମୟରେ ଯେତେବେଳେ ସାମ୍ବାଦିକ ଟ୍ରମ୍ପଙ୍କୁ ପଚାରିଥିଲେ ଯେ ବିଶ୍ୱର ଦୁଇଜଣ ସବୁଠାରୁ ମହାନ ନେତା କିଏ ? ଟ୍ରମ୍ପ ବିନା କୌଣସି ଦ୍ୱିଧାରେ ଚୀନର ରାଷ୍ଟ୍ରପତି ଶି ଜିନପିଙ୍ଗ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ନେଇଥିଲେ । ଟ୍ରମ୍ପ କହିଛନ୍ତି ଯେ ମୋଦୀ ଯୁଦ୍ଧଠାରୁ ଦୂରରେ ରୁହନ୍ତି ଏବଂ ଏହା ଏକ ବୁଦ୍ଧିମାନର ପଦକ୍ଷେପ। ଭାରତ ଆଜି ଦେଢ଼ ଶହ କୋଟି ଜନସଂଖ୍ୟା ବିଶିଷ୍ଟ ବିଶ୍ୱର ସବୁଠାରୁ ବଡ଼ ଦେଶ ଏବଂ ସେ ନିଜ ଜୀବନକାଳ ମଧ୍ୟରେ ଭାରତର ବଡ଼ ପରିବର୍ତ୍ତନ ଦେଖିଛନ୍ତି।

ଟ୍ରମ୍ପ କହିଛନ୍ତି ଯେ ମୋଦୀ ସବୁ କାମ ବହୁତ ଶାନ୍ତିର ସହ କରନ୍ତି କିନ୍ତୁ ସେ ଆଦୌ ଶାନ୍ତ ସ୍ୱଭାବର ବ୍ୟକ୍ତି ନୁହନ୍ତି। ସେ ପ୍ରତିକୂଳ ପରିସ୍ଥିତିରେ ବି ସହଜରେ ହାର୍ ମାନନ୍ତି ନାହିଁ। ପୂର୍ବରୁ ଆମେରିକା ଭାରତ ସହ ବ୍ୟାପାରରେ ଲୁଟ୍ ହେଉଥିଲା କିନ୍ତୁ ଏବେ ଟ୍ରମ୍ପଙ୍କ ଶାସନରେ ‘ନ୍ୟାୟପୂର୍ଣ୍ଣ ବ୍ୟାପାର’ ଚାଲିଛି। ଏହି ଇଣ୍ଟରଭ୍ୟୁରେ ଟ୍ରମ୍ପ କେବଳ ଭାରତ ନୁହେଁ ବରଂ ନିଜକୁ ଜଣେ ‘ବସ୍’ ଭାବେ ଉପସ୍ଥାପିତ କରି କହିଛନ୍ତି ଯେ ସେ ଯେମିତି କହିବେ ଇସ୍ରାଏଲ୍ ଠିକ୍ ସେମିତି ହିଁ କରିବ । ଏହାସହ ସେ ବିଶ୍ୱର ସବୁଠାରୁ ଦୁର୍ବଳ ନେତାମାନଙ୍କ ନାଁ ପ୍ରକାଶ କରିବାକୁ ମନା କରିଦେଇଛନ୍ତି । ଜି-୭ ଗ୍ରୁପ୍‌ରେ ଋଷର ଅନୁପସ୍ଥିତି ବିଷୟରେ ସୂଚନା ଦେଇ ସେ କହିଛନ୍ତି ଯେ ପୂର୍ବରୁ ଏହା ‘ଜି-୮’ ଥିଲା କିନ୍ତୁ ୨୦୧୪ରେ କ୍ରିମିଆ ଉପରେ କବଜା କରିବା ଯୋଗୁଁ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏହି ଗ୍ରୁପରୁ ବାହାର କରିଦିଆଯାଇଥିଲା।

Leave a Reply

Your email address will not be published. Required fields are marked *