କଳାହାଣ୍ଡିରେ ରାତି ଅଧରେ ଅଘଟଣ, ବିଏମଡବ୍ଲ୍ୟୁ  ଦୁର୍ଘଟଣାରେ ୨ ମୃତ

କଳାହାଣ୍ଡି ଭବାନୀପାଟଣା ବାଏପାସ ରାସ୍ତାରେ ଭୟଙ୍କର ଦୁର୍ଘଟଣା ହାଇୱାକୁ ପିଟିଲା ବିଏମଡବ୍ଲ୍ୟୁ କାର,୨ ମୃତ । ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

କଳାହାଣ୍ଡି ଭବାନୀପାଟଣା ବାଏପାସ ରାସ୍ତାରେ ଭୟଙ୍କର ଦୁର୍ଘଟଣା ହାଇୱାକୁ ପିଟିଲା ବିଏମଡବ୍ଲ୍ୟୁ କାର,୨ ମୃତ । ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତାରେ ଠିଆ ହୋଇଥିବା ହାଇୱାକୁ ପଛ ପଟରେ କାର ଧକ୍କା ଦେବାରୁ ୨ ଜଣକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ତେବେ କାର ର ନମ୍ବରରୁ ଏହା ହରିୟାଣା ରାଜ୍ୟର ଗାଡି ବୋଲି ଜଣାପଡିଛି।  ଏହି ଦୁର୍ଘଟଣା ଏତେ ଜୋରରେ ହୋଇଛି କି କାରଟି ସମ୍ପୂର୍ଣ୍ଣ ଚୁର ମାର ହୋଇଯାଇଛି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଶବ ଉଦ୍ଧାର କରିବଛି । ଅନ୍ୟପଟେ ଭବାନୀପାଟଣା ସଦର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *